
ନୂଆଦିଲ୍ଲୀ – ନୟାଗଡ ନାବାଳିକା ଦୁଷ୍କର୍ମ ଏବଂ ହତ୍ୟା ମାମଲାରେ ସିବିଆକୁ ନୋଟିସ୍ ଜାରି କରିଛନ୍ତି ସୁପ୍ରିମକୋର୍ଟ । ଏହା ସହ ଅଦାଲତ ରାଜ୍ୟସରକାରଙ୍କୁ ନୋଟିସ୍ ଜାରି କରିଛନ୍ତି । ଏହି ଘଟଣାରେ ଜଣେ ନାବାଳକକୁ ଏସ୍ଆଇଟି ଗିରଫ କରିଛି । ଏସ୍ଆଇଟି ତଦନ୍ତ କରୁଥିବା ବେଳେ ଏହାର ସିବିଆଇ ତଦନ୍ତ ପାଇଁ ପୀଡିତାର ମାଆ ଆବେଦନ କରିଥିଲେ ।
ଏସ୍ଆଇଟି ତଦନ୍ତ ଉପରେ ସୁପ୍ରିମକୋର୍ଟ ପ୍ରଶ୍ନ ଉଠାଇବା ସହ କାହିଁକି ସିବିଆଇ ତଦନ୍ତ କରାଗଲା ନାହିଁ ବୋଲି ପ୍ରଶ୍ନ କରିଛନ୍ତି । ଏନେଇ ରାଜ୍ୟ ସରକାରଙ୍କୁ ମଧ୍ୟ ଜବାବ ତଲବ କରାଯାଇଛି ।
ଏହି ମାମଲାରେ ସ୍ଥାନୀୟ ପୋଲିସ ଅନେକ ବିଳମ୍ବ କରିବା ସହ ମାମଲାକୁ ଗୁରୁତ୍ୱ ଦେଇ ନଥିବା ସ୍ପଷ୍ଟ ଭାବେ ପ୍ରତୀୟମାନ ହେଉଥିବା ଅଭିଯୋଗ ହୋଇଥିଲା । ଏବେ ମାମଲାରେ ଏସ୍ଆଇଟି ତଦନ୍ତ ଚାଲିଥିବା ବେଳେ ଅନେକ କଥା ଏବଂ ଦିଗ କୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
ସୁପ୍ରିମକୋର୍ଟରେ ଜଷ୍ଟିସ ଏଏମ ଖାନଓ୍ବିଲକରଙ୍କ ୩ଜଣିଆ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିବା ସହ ସିବିଆଇ ଏବଂ ରାଜ୍ୟ ସରକାରଙ୍କୁ ନୋଟିସ କରିଛନ୍ତି ।