ଚିଦାମ୍ବରମଙ୍କୁ ପୁଣି ଝଟକା: ସୁପ୍ରିମକୋର୍ଟରୁ ମିଳିଲାନି ଆଗୁଆ ଜାମିନ୍, ଗିରଫ କରିପାରେ ଇଡି

ନୂଆଦିଲ୍ଲୀ ୫।୯: ଆଇଏନଏକ୍ସ ମିଡିଆ ଦୁର୍ନୀତି ମାମଲାରେ ପୂର୍ବତନ ଅର୍ଥମନ୍ତ୍ରୀ ପି.ଚିଦାମ୍ବରମଙ୍କୁ ପୁଣି ଲାଗିଛି ଝଟକା। ଚିଦାମ୍ବରମଙ୍କୁ ସୁପ୍ରିମକୋର୍ଟରୁ ମିଳିଲାନି ଆଗୁଆ ଜାମିନ। ଆଗୁଆ ଜାମିନ ନେଇ ଚିଦାମ୍ବରମଙ୍କ ଆବେଦନକୁ ଖାରଜ କରିଦେଇଛନ୍ତି ସୁପ୍ରିମକୋର୍ଟ ।

ଦିଲ୍ଲୀ ହାଇକୋର୍ଟଙ୍କ ଏହି ରାୟକୁ ସୁପ୍ରିମକୋର୍ଟେରେ ଚ୍ୟାଲେଞ୍ଜ କରିଥିଲେ ଚିଦାମ୍ବରମ । ଚିଦାମ୍ବରମଙ୍କ ଆବେଦନ ଉପରେ ଆଜି ଶୁଣାଣି କରିଛନ୍ତି ସୁପ୍ରିମକୋର୍ଟ । ଏବେ ୧୫ ଦିନ ସିବିଆଇ ହାଜତରେ ଅଛନ୍ତି ଚିଦାମ୍ବରମ । ଆଜି ସରୁଛି ଚିଦାମ୍ବରମଙ୍କ ରିମାଣ୍ଡ ଅବଧି । ସୁପ୍ରିମକୋର୍ଟ ଆଗୁଆ ଜାମିନ୍ ଆବେଦନ ଖାରଜ କରିବା ପରେ ଇଡି ତାଙ୍କୁ ଗିରଫ କରିପାରେ ।

ସୂଚନାଯୋଗ୍ୟ ଯେ, ଅଗଷ୍ଟ ୨୧ରେ ଚିଦାମ୍ବରମଙ୍କୁ ତାଙ୍କ ବାସଭବନରୁ ଗିରଫ କରିଥିଲା ସିବିଆଇ । ସେପଟେ ଆଜି ଚିଦାମ୍ବରମଙ୍କ ରିମାଣ୍ଡ ଅବଧି ଶେଷ ହେଉଥିବାରୁ ତାଙ୍କୁ ପୁଣି ଥରେ ରାଉଜ ଏଭିନ୍ୟୁ ଅଦାଲତରେ ହାଜର କରାଯିବ । ଚିଦାମ୍ବରମଙ୍କୁ ବିଚାର ବିଭାଗୀୟ ହାଜତରେ ରଖାଯିବ ନା ପୁଣି ଥରେ ରିମାଣ୍ଡରେ ନେବାକୁ ଅନୁମତି ଦେବେ ସେନେଇ ନିଷ୍ପତ୍ତି ନେବେ କୋର୍ଟ।

   ସମ୍ବନ୍ଧିତ ଖବର


ବିହାର ନିର୍ବାଚନ: ଦ୍ବିତୀୟ ପର୍ଯ୍ୟାୟରେ ବହୁ ମହାରଥୀ ଦେବେ ଅଗ୍ନି ପରୀକ୍ଷା, ଉତ୍ତର ବିହାର ଉପରେ ସମସଙ୍କ ନଜର

ତୁର୍କୀରେ ସୁନାମି, ଇଜ୍‌ମିର୍‌ ସହର ଭିତରେ ପଶିଲା ପାଣି

ଫ୍ରାନ୍ସରେ ଅବସ୍ଥାପିତ ପାକିସ୍ତାନ ରାଷ୍ଟ୍ରଦୂତଙ୍କ ଅପସାରଣ ନିଷ‌୍ପତ୍ତିରେ ମୋହର ମାରିଲା ପାକ୍‌ ପାର୍ଲିଆମେଣ୍ଟ, ହେଲେ ୩ ମାସ ହେଲାଣି ନାହାନ୍ତି ରାଷ୍ଟ‌୍ରଦୂତ

ସ୍ବାବ ପରେ ଏବେ ପରିସ୍ରାରୁ ଜାଣିପାରିବେ କରୋନା ରିପୋର୍ଟ!

ଭାରତ ବିପକ୍ଷରେ କିଛି ମ୍ୟାଚ ଖେଳିବେନି ଏହି ଅଷ୍ଟ୍ରେଲିଆ କ୍ରିକେଟର, କ’ଣ ପାଇଁ ଜାଣନ୍ତୁ

ମିସ୍ ଇଣ୍ଡିଆ ୟୁନିଭର୍ସ -୨୦୨୦ ମୁକୁଟ ଜିତିଲେ ବୈଷ୍ଣବୀ ସିଂ, ମେଧାବୀ ଛାତ୍ରୀ ସହ ଜଣେ ଭଲ ମଡେଲର