ପ୍ରମୁଖ ଖବର
  • ରାଜଧାନୀରେ ଚାଞ୍ଚଲ୍ୟ, ବନ୍ଦ ଘରୁ ମିଳିଲା ବାର୍ ଡ୍ୟାନ୍ସରଙ୍କ ମୃତଦେହ ଉଦ୍ଧାର
  • ||
  • ବିଜେପି ରାଜ୍ୟ ଯୁବମୋର୍ଚ୍ଚା ସଭାପତି ଅଭିଳାଷ ପଣ୍ଡାଙ୍କୁ ଆକ୍ରମଣ ଘଟଣା: ୫ ଅଭିଯୁକ୍ତ ଗିରଫ
  • ||
  • ନୀଳଗିରି ବିଜେପିର ମିଶ୍ରଣ ପର୍ବ, ସନ୍ତୋଷ ଖଟୁଆଙ୍କ ନେତୃତ୍ୱରେ ବିଜେପିରେ ମିଶିଲେ ଶତାଧିକ ଯୁବକର୍ମୀ
  • ||
  • ଅନ୍ତିମ ଲଢ଼େଇ ପାଇଁ ପ୍ରଚାର ଶେଷ: ଶନିବାର ୫୭ ଲୋକସଭା ଆସନରେ ୯୦୪ ପ୍ରାର୍ଥୀଙ୍କର ଭାଗ୍ୟ ପରୀକ୍ଷା
  • ||
  • ଅଟୋରେ ଚୋର ଗ୍ୟାଙ୍ଗ୍‌କୁ ବୋହୁଥିଲେ ଟୁଙ୍ଗୁରୁ, ବାନ୍ଧିଲା ପୋଲିସ, ଆଜି ହେବେ କୋର୍ଟ ଚାଲଣ
  • ||
  • ଜମ୍ମୁ-କାଶ୍ମୀରରେ ସେନା-ପୁଲିସ ସଂଘର୍ଷ,୩ ଲେଫ୍ଟନାଣ୍ଟ କର୍ଣ୍ଣେଲଙ୍କ ସମେତ ୧୬ ଜଣଙ୍କ ନାମରେ ମାମଲା
  • ||
  • ନରୱେ ଚେସ୍: ପ୍ରଜ୍ଞାନନ୍ଦାଙ୍କ ଐତିହାସିକ ବିଜୟ, ବିଶ୍ୱର ୧ନଂ ଖେଳାଳି କାର୍ଲସେନଙ୍କୁ ହରାଇ ଶୀର୍ଷରେ
  • ||
  • କର୍ଣ୍ଣାଟକ ସେକ୍ସ ସ୍କାଣ୍ଡାଲ ମାମଲା, ୩୫ ଦିନ ପରେ ରେବନ୍ନାଙ୍କୁ ବାନ୍ଧିଲା SIT, କୋର୍ଟରେ ହେବ ହାଜର
  • ||
  • ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ୨୧ ଦିନ ଭିତର ଚନ୍ଦନ ଯାତ୍ରା, ଜୁନ୍ ୨ରେ ଜଳକ୍ରୀଡ଼ା ଏକାଦଶୀ ନୀତି
  • ||
  • ନିର୍ବାଚନ ପ୍ରଚାରରେ ଲାଗିଲା ବ୍ରେକ୍, ଶନିବାର ୬ ଲୋକସଭା ଓ ୪୨ ବିଧାନସଭା ସିଟ୍‌ରେ ମତଦାନ
  • ||
  • ନିର୍ଘାତ ତାତିରେ ଛଟପଟ: ଦିନକରେ ୩୨ ଅଂଶୁଘାତ ମୃତ୍ୟୁ ! ଜୁନ୍‌ ୧୦ ଯାଏ ଜଳିବ ପଶ୍ଚିମ ଓଡ଼ିଶା
  • ||

ଛାତ୍ରୀଙ୍କ ଗର୍ଭପାତ ପାଇଁ ମନାକଲେ ସୁପ୍ରିମକୋର୍ଟ, କହିଲେ ଗର୍ଭରେ ଥିବା ଭ୍ରୂଣର ବି ବଞ୍ଚିବାର ଅଧିକାର ଅଛି...

ନୂଆଦିଲ୍ଲୀ,୧୬/୦୫: ୨୭ ସପ୍ତାହର ଗର୍ଭବତୀ ଥିବା ଜଣେ ୨୦ ବର୍ଷୀୟା ଛାତ୍ରୀଙ୍କର ଗର୍ଭପାତ ଆବେଦନକୁ  ସୁପ୍ରିମକୋର୍ଟ ବୁଧବାର ଖାରଜ କରିଦେଇଛନ୍ତି । ଜଷ୍ଟିସ୍‌ ବି.ଆର ଗବଇ, ଜଷ୍ଟିସ୍‌ ଏସବିଏନ୍‌ ଭଟ୍ଟି ଓ ଜଷ୍ଟିସ୍‌  ସନ୍ଦୀପ ମେହତା ଯୁବତୀଙ୍କର ଆବେଦନକୁ ଖାରଜ କରିବା ସମୟରେ କହିଛନ୍ତି, ଗର୍ଭରେ ଥିବା ଭ୍ରୂଣର ମଧ୍ୟ ବଞ୍ଚିବାର ଅଧିକାର ରହିଛି । ଆଇନର ବୀପରିତରେ  ଆମେ କୌଣସି ଆଦେଶ ପାରିତ କରିପାରିବୁ ନାହିଁ । ଏହା ପୂର୍ବରୁ ଦିଲ୍ଲୀ ହାଇକୋର୍ଟ ଏହି ମାମଲାରେ ମେ  ୭ ତାରିଖରେ ଯୁବତୀଙ୍କୁ ଗର୍ଭପାତ ଲାଗି ଅନୁମତି ଦେବାକୁ ମନା କରିଥିଲେ । 

ସେହି ସମୟରେ ହାଇକୋର୍ଟ  କହିଥିଲେ, ମେଡିକାଲ ରିପୋର୍ଟରେ ଭ୍ରୁଣ ବିଲକୁଲ୍‌  ସୁସ୍ଥ ଥିବା ଜଣାପଡିଛି । ଗର୍ଭବସ୍ଥାକୁ ଜାରି ରଖିବାରେ ମା’ ଓ ପିଲାକୁ କୌଣସି ବିପଦ ନାହିଁ । ଏଭଳିସ୍ଥଳରେ  ଗର୍ଭପାତ କରାଇବା ନୈତିକତା ଆଧାରରେ ଠିକ୍‌  ହେବନାହିଁ । ଆଇନ ଦୃଷ୍ଟିରେ ମଧ୍ୟ ଏହା ସ୍ୱୀକାର୍ଯ୍ୟ  ନୁହେଁ । 

ଯୁବତୀଜଣକ ନିଜର ଯୁକ୍ତିରେ ଦର୍ଶାଇଥିଲେ ଯେ, ସେ ଛାତ୍ରୀ ହୋଇଥିବାବେଳେ ଏବେ ନିଟ୍‌ ପରୀକ୍ଷା  ଲାଗି ପ୍ରସ୍ତୁତି କରୁଛନ୍ତି । ଏପ୍ରିଲ ୧୬ ତାରିଖରେ ତାଙ୍କୁ ନିଜର ଗର୍ଭାବସ୍ଥା ସଂପର୍କରେ ଜଣାପଡିଥିଲା । କିନ୍ତୁ  ସେତେବେଳକୁ ୨୭ ସପ୍ତାହ ବିତିସାରିଥିଲା । ତାଙ୍କର  ବିବାହ ହୋଇନଥିବାବେଳେ ରୋଜଗାରର କୌଣସି ଉତ୍ସ  ନାହିଁ । ତେଣୁ ଗର୍ଭବସ୍ଥା ଜାରି ରଖିଲେ ତାଙ୍କର ବଦନାମି  ହେବା ସହିତ କ୍ୟାରିୟର ଉପରେ ପ୍ରଭାବ ପଡ଼ିବ ବୋଲି  ସେ କହିଥିଲେ । ପରେ କୋର୍ଟ ତାଙ୍କୁ ପ୍ରସବ ଲାଗି ଏମ୍ସ  ଯିବାକୁ ପରାମର୍ଶ ଦେଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.