ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ: ସୋସିଆଲ ମିଡିଆର ଅପବ୍ୟବହାର ରୋକ, ଆସିିବ ନୂଆ ନିୟମ

ନୂଆଦିଲ୍ଲୀ ୨୫/୯: ସୋସିଆଲ ମିଡିଆର ଅପବ୍ୟବହାରକୁ ନେଇ ସୁପ୍ରିମକୋର୍ଟ ମଙ୍ଗଳବାର ଚିନ୍ତାବ୍ୟକ୍ତ କରିଛନ୍ତି । ଦେଶରେ ସୋସିଆଲ ମିଡିଆର ଅପବ୍ୟବହାର ଦିନକୁ ଦିନ ବଢ଼ିଚାଲିଛି ଯାହା ଦେଶ ପାଇଁ ବେଶ୍‌ ବିପଦଜନକ ।ଏଣୁ ଏହାକୁ ରୋକିବା ପାଇଁ ସରକାର ତୁରନ୍ତ ପଦକ୍ଷେପ ନିଅନ୍ତୁ ବୋଲି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଜଷ୍ଟିସ ଦୀପକ ଗୁପ୍ତା ଏବଂ ଜଷ୍ଟିସ ଅନିରୁଦ୍ଧ ବୋଷଙ୍କୁ ନେଇ ଗଠିତ ଏକ ଖଣ୍ଡପୀଠ ଏନେଇ ଯଥାଶୀଘ୍ର କଡ଼ା ନିୟମ ପ୍ରଚଳନ କରିବା ସହ ଏକ ଗାଇଡଲାଇନ (ନିର୍ଦ୍ଦେଶାବଳୀ) ପ୍ରସ୍ତୁତ କରିବାକୁ ମଧ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସୋସିଆଲ ମିଡିଆ ଅପବ୍ୟବହାରକୁ ରୋକିବାର କ୍ଷମତା ସୁପ୍ରିମକୋର୍ଟ କିମ୍ବା ହାଇକୋର୍ଟଙ୍କ ହାତରେ ନଥିବାରୁ କେବଳ ସରକାର ଚାହିଁଲେ ଏନେଇ କୌଣସି ପଦକ୍ଷେପ ଗ୍ରହଣ କରିପାରିବେ ବୋଲି ମଧ୍ୟ ଖଣ୍ଡପୀଠ ମତ ଦେଇଛନ୍ତି ।

ସୋସିଆଲ ମିଡିଆରେ ମିଥ୍ୟା ତଥ୍ୟ ପ୍ରସାର କରୁଥିବା ଲୋକର ପରିଚୟ ମିଳିବା ଅତ୍ୟନ୍ତ କଷ୍ଟକର ହୋଇପଡ଼ୁଛି । ଏଣୁ ଏଭଳି ଲୋକଙ୍କୁ ଚିହ୍ନଟ କରିବାକୁ ସରକାର ଉନ୍ନତ ଟେକ୍ନୋଲୋଜି ବ୍ୟବହାର କରିବା ଆବଶ୍ୟକ ବୋଲି ସୁପ୍ରିମକୋର୍ଟ କହିଛନ୍ତି । ସୋସିଆଲ ମିଡିଆର ଅପବ୍ୟବହାର କମାଇବା ପାଇଁ ପଦକ୍ଷେପ ନେବାକୁ କେନ୍ଦ୍ର ସରକାରଙ୍କୁ କେତେ ଦିନ ଆବଶ୍ୟକ ତାହା ତିନି ସପ୍ତାହ ଭିତରେ ଜଣାଇବାକୁ ମଧ୍ୟ ସର୍ବୋଚ୍ଚ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି ।

ସୋସିଆଲ ମିଡିଆରେ ବ୍ୟକ୍ତିଗତ ଗୋପନୀୟତା ସୁରକ୍ଷିତ ରହୁନଥିବାରୁ ଜଷ୍ଟିସ ଦୀପକ ଗୁପ୍ତା ନିଜର ସ୍ମାର୍ଟଫୋନ ତ୍ୟାଗ କରିବା ସହିତ ପୁଣି ଥରେ ଫିଚର ଫୋନ ଧରିବାକୁ ଚାହୁଁଥିବାର ପ୍ରକାଶ କରିଥିଲେ । ଜଣେ ଚାହିଁଲେ ସୋସିଆଲ ମିଡିଆରେ ଏକେ-୪୭ ବନ୍ଧୁକ କିଣି ପାରୁଛି ବାଲି ମଧ୍ୟ ଜଷ୍ଟିସ ଗୁପ୍ତା ମତ ଦେଇଥିଲେ ।

   ସମ୍ବନ୍ଧିତ ଖବର


ବେଣୁଙ୍କ ବିଧାନସଭା ସ୍ୱପ୍ନ ସାକାର ପାଇଁ ରିକ୍ସାରେ ପ୍ରଚାର କଲେ ରାଣୀ ପଣ୍ଡା

ଆମେରିକାରେ ସମସ୍ତଙ୍କୁ ମାଗଣା କୋରନା ଟିକା ଦେବା ପାଇଁ ଘୋଷଣା କଲେ ରାଷ୍ଟ୍ରପତି ପ୍ରାର୍ଥୀ ବିଡେନ୍‌

୨୦୨୧ ମାର୍ଚ୍ଚ ସୁଦ୍ଧା ସରିବ ସ୍ୱର୍ଗଦ୍ୱାର ନବୀକରଣ କାମ…ଶ୍ରୀକ୍ଷେତ୍ରରେ ଗୋଶାଳା, ଭିକ୍ଷୁକ ଥଇଥାନ ପ୍ରକଳ୍ପର ସମୀକ୍ଷା କଲେ ୫-ଟି ସଚିବ ଭି.କେ.ପାଣ୍ଡିଆନ୍‌

ଆପ୍ରୋଚ ରୋଡ ପାଇଁ ନଦୀବନ୍ଧ ନିକଟରୁ ଉଠା ଦୋକାନୀଙ୍କୁ ପ୍ରଶାସନର ଉଚ୍ଛେଦ…

ବନ୍ଧୁକ ମୁନରେ ବିଲ୍‌ଡର୍‌ଙ୍କୁ ୨୦ ଲକ୍ଷ ବଟି ଧମକ: ୨ ଅଭିଯୁକ୍ତ ଗିରଫ, ଦୁଇ ମାଉଜର ଓ ଗାଡ଼ି ଜବତ

ଓଡିଶାର ଏହି ସ୍ଥାନରେ ଅଶୋଧିତ ତୈଳ ସନ୍ଧାନରେ ସର୍ଭେ ଆରମ୍ଭ ଲାଗିଲା ୧୦ ୱାଇଫାଇ ମେସିନ