ନିର୍ଭୟା ମାମଲା: ମୃତ୍ୟୁଦଣ୍ଡ ମାମଲାର ଶୁଣାଣି ପାଇଁ ସୁପ୍ରିମକୋର୍ଟ ଜାରି କଲେ ଗାଇଡ୍‌ଲାଇନ

ନୂଆଦିଲ୍ଲୀ ୧୫/୨: ମୃତ୍ୟୁଦଣ୍ଡ ମାମଲାର ଶୁଣାଣି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ଉଦ୍ଦେଶ୍ୟରେ ସୁପ୍ରିମକୋର୍ଟ ଶୁକ୍ରବାର ନୂଆ ଗାଇଡ୍‌ଲାଇନ ଜାରି କରିଛନ୍ତି । ନିର୍ଭୟା ମାମଲାରେ ଦୋଷୀଙ୍କ ଫାଶୀ ତାରିଖ ଦିନକୁ ଦିନ ଗଡି ଚାଲିଥିବାରୁ ତାକୁ ଦୃଷ୍ଟିରେ ରଖି ସର୍ବୋଚ୍ଚ ଅଦାଲତ ଏଭଳି ପଦକ୍ଷେପ ଗ୍ରହଣ କରିଛନ୍ତି । ଏଭଳି ମାମଲାର ଶୁଣାଣି କରିବା ପାଇଁ ସୁପ୍ରିମକୋର୍ଟ ୬ ମାସ ସମୟ ସୀମା ଧାର୍ଯ୍ୟ କରିଛନ୍ତି । ଅର୍ଥାତ ଯେଉଁଦିନ ହାଇକୋର୍ଟ ତଳକୋର୍ଟର ମୃତ୍ୟୁ ଦଣ୍ଡାଦେଶକୁ କାଏମ ରଖିବେ ଏବଂ ସୁପ୍ରିମକୋର୍ଟ ତା’ଉପରେ ବିଚାର ପାଇଁ ସମ୍ମତି ପ୍ରଦାନ କରିବେ ସେହି ଦିନ ଠାରୁ ୬ ମାସ ଭିତରେ ସର୍ବୋଚ୍ଚ ଅଦାଲତରେ ଏହା ଉପରେ ଶୁଣାଣି ଆରମ୍ଭ ହେବ । ୩ ଜଣିଆ ଖଣ୍ଡପୀଠରେ ଏହାର ଶୁଣାଣି ପାଇଁ ତାଲିକାଭୁକ୍ତ କରାଯିବ ।

ଏହି ୬ମାସର ସମୟ ସୀମା ଭିତରେ ଦୋଷୀଙ୍କ ପକ୍ଷରୁ ଆବେଦନ ହୋଇଥାଉ କିମ୍ବା ନହୋଇଥାଉ । ମୃତ୍ୟୁଦଣ୍ଡ ସହ ଜଡିତ ସ୍ୱତନ୍ତ୍ର ଲିଭ୍‌ ପିଟିସନ ଦାଖଲ ହେବା ପରେ ସୁପ୍ରିମକୋର୍ଟର ରେଜିଷ୍ଟ୍ରୀ ମୃତ୍ୟୁଦଣ୍ଡ ଦେଇଥିବା ତଳକୋର୍ଟକୁ ଏ ବିଷୟରେ ସୂଚନା ଦେବେ । ଏଥିସହିତ ୬୦ ଦିନ ଭିତରେ କିମ୍ବା ସୁପ୍ରିମକୋର୍ଟ ଧାର୍ଯ୍ୟ କରିଥିବା ସମସ ସୀମା ଭିତରେ ସମସ୍ତ ମୂଳ ଦସ୍ତାବିଜ ପଠାଇବାକୁ ତଳକୋର୍ଟକୁ କୁହାଯିବ । ଏଥିସହ ଯଦି ଅନ୍ୟ କୌଣସି ଅତିରିକ୍ତ ଦସ୍ତାବିଜ କିମ୍ବା ଆଞ୍ଚଳିକ ଭାଷାର ଦସ୍ତାବିଜର ଆବଶ୍ୟକତା ପଡେ ତେବେ ତଳକକୋର୍ଟ ତାହା ପଠାଇବାକୁ ଅଧିକ ୩୦ ଦିନ ସମୟ ଦିଆଯିବ । ଯଦି ଧାର୍ଯ୍ୟ ସମୟ ସୀମା ଭିତରେ ଦସ୍ତାବିଜ ରେଜିଷ୍ଟ୍ରୀଙ୍କ ପାଖରେ ଦାଖଲ କରା ନଯିବ ତେବେ ମାମଲା ବିଚାରପତିଙ୍କ ଚ୍ୟାମ୍ବରରେ ସୂଚୀବଦ୍ଧ କରାଯିବ ଏବଂ ବିଚାରପତି ନିଜ ଚ୍ୟାମ୍ବରରେ ମାମଲାର ଶୁଣାଣି କରି ରାୟ ପ୍ରଦାନ କରିବେ ।

   ସମ୍ବନ୍ଧିତ ଖବର


ମୁଁ ବଞ୍ଚିଛି … : ୨ ବର୍ଷ ହେଲା ନିଜକୁ ଜୀବିତ ପ୍ରମାଣିତ କରିବାକୁ ଅଫିସରୁ ଅଫିସ୍‌ ଘୂରି ବୁଲୁଛନ୍ତି ମହିଳା

ଏଣିକି ଖୋଲାରେ ବିକ୍ରି ହେଉଥିବା ମିଠାର ଏକ୍ସପାୟରୀ ଡେଟ୍ ଲେଖିବାକୁ ପଡିବ

ଆମେରିକା ଫେରି ଟ୍ରମ୍ପ ଲେଖିଲେ ଭାରତ ମହାନ…ସଫଳ ହୋଇଛି ଯାତ୍ରା

ଦିଲ୍ଲୀ ହିଂସା: ପ୍ରତିଦିନ ୧୦୦ କୋଟି ଟଙ୍କାର କ୍ଷତି; ଫ୍ୟାକ୍ଟ୍ରି ବନ୍ଦ, ହୋଲସେଲ୍ ଧନ୍ଦା ମାନ୍ଦା