ଯୈାନ ଉତ୍ପୀଡ଼ନ ମାମଲା: ରଞ୍ଜନ ଗୋଗୋଇଙ୍କ ବିରୋଧରେ ଷଡ଼ଯନ୍ତ୍ରର ପ୍ରମାଣ ଦେଲେ ଓକିଲ

ନୂଆଦିଲ୍ଲୀ ୨୪।୪: ଭାରତର ପ୍ରଧାନ ବିଚାରପତିଙ୍କ ବିରୋଧରେ ଆଗତ ଯୈାନ ଉତ୍ପୀଡ଼ନ ମାମାଲରେ ଷଡ଼ଯନ୍ତ୍ର କରାଯାଇଥିବାର ସବିଶେଷ ବିବରଣୀ ଦେଲେ ଜଣେ ଓକିଲ। ଏହାକୁ ଦେବା ପରେ ବୁଧବାର ଦିନ ପୁଲିସ, ସୁପ୍ରିମ୍‌ କୋର୍ଟ ସିବିଆଇ ଏବଂ ଗୁଇନ୍ଦା ମୁଖ୍ୟଙ୍କୁ ଚାମ୍ବର୍‌କୁ ଡକାଇଛନ୍ତି।

ଉତ୍ସବ ବୈନ୍‌ସ୍‌ ନାମକ ସେ ଓକିଲ ଦାବି କରିଥିଲେ ଯେ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ବିରୋଧରେ ଅସଦାଚରଣ ମାମଲା ଫ୍ରେମ୍‌ କରିବାକୁ ତାଙ୍କୁ ଅର୍ଥ ଯଚା ଯାଇଥିଲା। ଦେଶର ଅନ୍ୟତମ ଶ୍ରେଷ୍ଠ କର୍ପୋରେଟ୍‌ ଏହି ଷଡ଼ଯନ୍ତ୍ରର ମାଷ୍ଟର୍‌ମାଇଣ୍ଡ୍‌ ସେ କହିଥିଲେ। ସିସିଟିଭି ଫୁଟେଜ୍‌ ଏବଂ ବୈନ୍‌ସ୍‌ ଦାଖଲ କରିଥିବା ପ୍ରମାଣକୁ ଦେଖି ତାଙ୍କ ଦାବିର ସତ୍ୟତା ଜାଣିବାକୁ ଅଦାଲତ ଦିଲ୍ଲୀ ପୁଲିସ ମୁଖ୍ୟ, ଆଇବି ଏବଂ ସିବିଆଇ ମୁଖ୍ୟଙ୍କୁ ଡକାଇଛନ୍ତି।

ଅତୀତରେ ସମ୍ପୃକ୍ତ କର୍ପୋରେଟ୍‌ ସାକ୍ଷୀମାନଙ୍କୁ ଲାଞ୍ଚ ଦେଇଥିଲେ ଓ ଭୟଭୀତ କରାଇଥିଲେ ବୋଲି ଉତ୍ସବ ବୈନ୍‌ସ୍‌ କହିଥିଲେ। ବୁଧବାର ଦିନ ସେ ଅଦାଲତରେ ଗୋଟାଏ ମୁଦା ହୋଇଥିବା ଲଫାପା ଓ ସିସିଟିଭି ଫୁଟେଜ୍‌ ଦାଖଲ କରିଛନ୍ତି। ଏହାକୁ ଆଧାର କରି ସିବିଆଇ ମୁଖ୍ୟଙ୍କୁ ଡାକିବା ଲାଗି ଜଷ୍ଟିସ୍‌ ଅରୁଣ ମିଶ୍ର ଆଟର୍ଣ୍ଣି ଜେନେରାଲ୍‌ଙ୍କୁ କହିଛନ୍ତି।

ସିବିଆଇ, ଆଇବି ଏବଂ ଦିଲ୍ଲୀ ପୁଲିସ ମୁଖ୍ୟଙ୍କ ସହ ବୈଠକ ପରେ ଅପରାହ୍ଣରେ ଓକିଲ ଉତ୍ସବ ବୈନ୍‌ସ୍‌ଙ୍କ ଦାବିର ପୁଣି ଶୁଣାଣି କରାଯିବ ବୋଲି ସୁପ୍ରିମ୍‌ କୋର୍ଟଙ୍କ ଖଣ୍ଡପୀଠ କହିଛନ୍ତି।

   ସମ୍ବନ୍ଧିତ ଖବର


ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ତରୁଣ ଗୋଗଇଙ୍କର ପରଲୋକ-ତିନିମାସ ତଳେ କରୋନା ଆକ୍ରାନ୍ତ ହୋଇଥିଲେ

ଚିରା ପାସପୋର୍ଟ ଯୋଗୁଁ ଏୟାରପୋର୍ଟରେ ଖୋଲିଗଲା ପତିଙ୍କ ରାଜ୍, ରାଗରେ ପତ୍ନୀ ନେଲେ ଏମିତି ନିଷ୍ପତ୍ତି…

ଜୀବିତ ଯୁବକଙ୍କ ପୋଷ୍ଟମର୍ଟମ ! ଆଉ ତା ପରେ…

କରୋନା:ଭାରତରେ ଟ୍ରାଏଲ୍‌ ଚାଲିଥିବା ଅକ୍ସଫର୍ଡ ଟିକା ୯୦ ପ୍ରତିଶତ ପ୍ରଭାବୀ

ତରୁଣ ଗୋଗୋଇଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର,ଗସ୍ତ କାର୍ଯ୍ୟକ୍ରମ ରଦ୍ଦ କରି ଗୌହାଟି ପହଁଞ୍ଚିଲେ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନଓ୍ବାଲ

ପୁଣି ବଢିଲା ପେଟ୍ରୋଲ-ଡିଜେଲ୍ ଦାମ୍