ଫୋର୍ବସ ତାଲିକାରେ ବଲିଉଡର ଏହି ଦୁଇ ଚର୍ଚ୍ଚିତ ଅଭିନେତ୍ରୀଙ୍କ ନାଁ ନାହିଁ: ହଲିଉଡ ଅଭିନେତ୍ରୀ ତାଲିକା ଶୀର୍ଷରେ

ନୂଆଦିଲ୍ଲୀ ୨୬/୮ : ଦୁନିଆର ସବୁଠାରୁ ଅଧିକ ପାରିଶ୍ରମିକ ପାଉଥିବା ଅଭିନେତ୍ରୀମାନଙ୍କ ନାମ ତାଲିକା ଫୋର୍ବସ ପକ୍ଷରୁ ଜାରି କରାଯାଇଛି । ଏହି ତାଲିକାରେ ବଲିଉଡର ଜଣେ ହେଲେ ବି ଅଭିନେତ୍ରୀ ସ୍ଥାନ ପାଇପାରିନାହାନ୍ତି ।

ବଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବଂ ଦୀପିକା ପାଦୁକୋନଙ୍କ ନାମ ଏହି ତାଲିକାରେ ରହିପାରେ ବୋଲି ଅନୁମାନ କରାଯାଉଥିଲେ ମଧ୍ୟ ଚୂଡାନ୍ତ ତାଲିକା ପ୍ରକାଶ ପରେ ସେମାନଙ୍କ ନାମ ନଥିବା ଜଣାପଡିଛି ।

ହଲିଉଡ ଅଭିନେତ୍ରୀ ସ୍କାରଲେଟ ଜୋହାନସନ ଏହି ତାଲିକାର ପ୍ରଥମ ସ୍ଥାନରେ ଅଛନ୍ତି । ଗତବର୍ଷ ମଧ୍ୟ ସେ ଫୋର୍ବସର ‘ହାଇଏଷ୍ଟ ପେଡ୍‌ ଆକ୍ଟ୍ରେସ’ (ସବୁଠାରୁ ଅଧିକ ପାରିଶ୍ରମିକ ପାଉଥିବା ଅଭିନେତ୍ରୀ) ତାଲିକାର ପ୍ରଥମସ୍ଥାନରେ ଥିଲେ ।

ତାଙ୍କର ବାର୍ଷିକ ରୋଜଗାର ୪୦୦ କୋଟି ଟଙ୍କା । ସୋଫିଆ ବରଗାରା ବାର୍ଷିକ ୨୯୪ କୋଟି ଟଙ୍କା ରୋଜଗାର ସହ ତାଲିକାର ଦ୍ୱିତୀୟ ସ୍ଥାନରେ ଅଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ, ଫୋର୍ବସ ପକ୍ଷରୁ ଅଭିନେତାମାନଙ୍କ ପାଇଁ ଜାରି କରାଯାଇଥିବା ଏହି ତାଲିକାରେ ବଲିଉଡ ଅଭିନେତା ଅକ୍ଷୟ କୁମାର ଚତୁର୍ଥ ସ୍ଥାନରେ ଥିଲେ ।

   ସମ୍ବନ୍ଧିତ ଖବର


କାଶ ଥଣ୍ଡା ଚୁଟ୍‌କିରେ ଗାଏବ ହୋଇଯିବ

ଷ୍ଟିଭେନ୍‌ଙ୍କ ସହ ଚୁକ୍ତି କଲା ଓଡ଼ିଶା ଏଫ୍‌ସ

ଟ୍ୱିନ୍‌ ସିଟିରେ କୋଭିଡ ନିୟମକୁ କଡ଼ାକଡ଼ି ପାଳନ ପାଇଁ ପୁଲିସ ମହାନିର୍ଦ୍ଦେଶକଙ୍କୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ

ଆଇସିଆଇସିଆଇ ବ୍ୟାଙ୍କ ପକ୍ଷରୁ ଭ୍ରାମ୍ୟମାଣ ଏଟିଏମ୍‌ ପ୍ରଚଳନ

ପାହାଡ ପର୍ବତରେ ବି ଚାଲିବ ଏହି ହ୍ୱିଲ୍ ଚେୟାର

ଜାପାନରେ ରିଲିଜ୍‌ ହେବ ଭାରତର ଏହି ଭୁତ ସିନେମା