ପୁଣି ଇତିହାସ ରଚିଲା ଏସ୍‌ସିବି: ଜଟିଳ ମାଇକ୍ରୋସ୍କୋପ୍‌ ସର୍ଜରୀ ଦ୍ବାରା ଶିଶୁକନ୍ୟାର ପାପୁଲିରେ ଯୋଡ଼ା ହେଲା ବୁଢ଼ା ଆଙ୍ଗୁଠ

କଟକ ୧/୩: ଜନ୍ମରୁ ହାତ ପାପୁଲିରେ ନଥିଲା ବୁଢ଼ା ଆଙ୍ଗୁଠି । ଫଳରେ ହାତମୁଠା କରି ଖେଳଣା ଧରିବାଠାରୁ ଆରମ୍ଭ କରି ଛୋଟମୋଟ ଜିନିଷ ଧରିବାରେ ଅସୁବିଧା ହେଉଥିଲା । ଶିଶୁକ ନ୍ୟାର ଏପରି ଜନ୍ମଗତ ତ୍ରୁଟିକୁ ନେଇ ଚିନ୍ତାରେ ରହୁଥିଲେ ବାପାମା’ । ମାତ୍ର ଏସ୍‌ସିବି ମେଡିକାଲ କଲେଜ୍‌ ଓ ହସ୍ପିଟାଲର ପ୍ଲାଷ୍ଟିକ୍‌ ସର୍ଜରୀ ବିଶେଷଜ୍ଞଙ୍କ ସମୟପଯୋଗୀ ପଦକ୍ଷେପ ଯୋଗୁଁ କୁନି ଝିଅ ‘ସ୍ମୃତି’ର ପାପୁଲିରେ ଲାଗିଛି ନୂଆ ବୁଢ଼ା ଆଙ୍ଗୁଠି । ଏକ ଜଟିଳ ଅପରେସନ୍‌ ମାଧ୍ୟମରେ ସ୍ମୃତିର ଡାହାତ ହାତ ପାପୁଲିରେ ଥିବା ବୁଢ଼ା ଆଙ୍ଗୁଠିକୁ ଅଭାବକୁ ପୂରଣ କରାଯାଇଛି । ଜଟିଳ ମାଇକ୍ରୋସ୍କୋପ୍‌ ସର୍ଜରୀ ମାଧ୍ୟମରେ ପାପୁଲିରୁ ବିଶି ଆଙ୍ଗୁଠିକୁ ସ୍ଥାନାନ୍ତର କରାଯାଇ ବୁଢ଼ା ଆଙ୍ଗୁଠି ଭାବେ ଲଗାଯାଇଛ । ଫଳରେ ୧୫ ମାସର ଶିଶୁ କନ୍ୟାର ଡାହାଣ ହାତ ପାପୁଲିରେ ବୁଢ଼ା ଆଙ୍ଗୁଠି ନଥିବା ସମସ୍ୟା ଦୂର ହୋଇଛି । ଏଣିକି ଶିଶୁ କନ୍ୟା କୌଣସି ଜିନିଷ ଧରିବାରେ ସମସ୍ୟା ହେବ ନାହିଁ ।

ମିଳିଥିବା ସୂଚନାନୁସାରେ, ଦେଓଗଡ଼ ଚତାବର ଅଞ୍ଚଳର ସୁରେନ୍ଦ୍ର ପ୍ରଧାନଙ୍କ ବର୍ଷେ ୩ ମାସର ଝିଅ ସ୍ମୃତିରେଖା ପ୍ରଧାନଙ୍କର ଜନ୍ମରୁ ଡାହାଣ ହାତ ପାପୁଲିରେ ବୁଢ଼ା ଆଙ୍ଗୁଠି ନଥିଲା । ଫଳରେ ସେ ଶିଶୁ କନ୍ୟା ଡାହାଣ ହାତ ଅପେକ୍ଷା ବାମ ହାତକୁ ଅଧିକ ବ୍ୟବହାର କରୁଥିଲା । ଝିଅର ଏପରି ସମସ୍ୟାକୁ ଦେଖି ପରିବାର ଲୋକେ ଚିନ୍ତାରେ ଥିଲେ । ଶିଶୁ କନ୍ୟାର ଜନ୍ମଗତ ତ୍ରୁଟିକୁ ସୁଧାରିବା ପାଇଁ ପରିବାର ଲୋକେ ୧୨ ଦିନ ତଳେ ଏସ୍‌ସିବି ଡାକ୍ତରଖାନାରେ ପହଞ୍ଚିଥିଲେ । ଏଠାରେ ପ୍ଲାଷ୍ଟିକ୍‌ ସର୍ଜରୀ ବିଭାଗ ବିଶେଷଜ୍ଞଙ୍କ ପରାମର୍ଶକ୍ରମେ ସ୍ମୃତିରେଖାକୁ ଉକ୍ତ ବିଭାଗରେ ଭର୍ତ୍ତି କରାଯାଇଥିଲା । ଶିଶୁ କନ୍ୟାର ଶରୀରରେ ପରୀକ୍ଷା ନିରୀକ୍ଷା ପରେ ୬ ଦିନ ତଳେ ତାର ଅପରେସନ୍‌ ହୋଇଥିଲା । ୪ ମାସ ତଳେ ଏସ୍‌ସିବି ପ୍ଲାଷ୍ଟିକ୍‌ ସର୍ଜରୀ ବିଭାଗକୁ ସରକାର ଯୋଗାଇ ଦେଇଥିବା ମାଇକ୍ରୋସ୍ପୋପ୍‌ ମେସି୍‌ନ ଯୋଗେ ଶିଶୁ କନ୍ୟାର ପାପୁଲିରେ ଜଟିଳ ମାଇକ୍ରୋସ୍କୋପ୍‌ ସର୍ଜରୀ କରାଯାଇଥିଲା । ବିଶି ଆଙ୍ଗୁଠିକୁ ମାଇକ୍ରୋ ସର୍ଜରୀ ମାଧ୍ୟମରେ ବୁଢ଼ା ଆଙ୍ଗୁଠି ଜାଗାରେ ଅବସ୍ଥାପିତ କରଯାଇଥିଲା ।

୬ ଦିନ ତଳେ ଜଟିଳ ଅପରେସନ୍‌ ଦ୍ୱାରା ଅବସ୍ଥାପିତ ହୋଇଥିବା ଉକ୍ତ ବୁଢ଼ା ଆଙ୍ଗୁଠିରେ ଏବେ ରକ୍ତ ସଞ୍ଚାଳନ ଠିକ୍‌ ହେବା ସହ ସ୍ନାୟୁକୋଷଗୁଡ଼ିକ ମଧ୍ୟ ଠିକ୍‌ ଭାବେ କାମ କରୁଥିବାର ଡାକ୍ତର କହିଛନ୍ତି । ୩ ମାସ ବେଳକୁ ଉକ୍ତ ବୁଢ଼ା ଆଙ୍ଗୁଠି ଆହୁରି ଅଧିକ କାର୍ଯ୍ୟକ୍ଷମ ହୋଇପାରିବ ବୋଲି ଡାକ୍ତରମାନେ ଆଶାବ୍ୟକ୍ତ କରିଛନ୍ତି । ଶିଶୁ କନ୍ୟାର ଅପରେସନ୍‌ ପାଇଁ ଗଠିତ ଟିମ୍‌ରେ ପ୍ଲାଷ୍ଟିକ୍‌ ସର୍ଜରୀ ବିଭାଗ ପକ୍ଷରୁ ବିଭାଗୀୟ ପ୍ରଫେସର ବିଭୂତି ଭୂଷଣ ନାୟକ, ଡାକ୍ତର ଆଶିଷ ପଟ୍ଟନାୟକ, ଡାକ୍ତର ମହେଶ ମଣ୍ଡଳ, ଡାକ୍ତର ଚନ୍ଦନ, ଡାକ୍ତର ରୋଜାଲିନ୍‌, ଡାକ୍ତର ସଞ୍ଜୀବ ଓ ଡାକ୍ତର କମଲ ପ୍ରମୁଖ ସାମିଲ୍‌ ହୋଇ ଜଟିଳ ମାଇକ୍ରୋସ୍କୋପ୍‌ ସର୍ଜରୀ କରାଇଥିଲେ ।

   ସମ୍ବନ୍ଧିତ ଖବର


ଆଜିଠୁ ପଞ୍ଚୁକ, ମହାପ୍ରଭୁଙ୍କ ଲକ୍ଷ୍ମୀନାରାୟଣ ବେଶ

କଟକ IIFL ଶାଖାରୁ ଲୁଟ୍ ଘଟଣା : ଜଣେ ମହିଳାଙ୍କ ସମେତ ୪ କର୍ମଚାରୀଙ୍କୁ ଅଟକ ରଖି ପଚରାଉଚରା

ମହଙ୍ଗା ପଡ଼ିଲା ଓଟିଭି ଜମି ଅନିୟମିତତା, ବେଗୁନିଆର ପୂର୍ବତନ ତହସିଲଦାର ବିବେକାନନ୍ଦ ପରିଡ଼ା ନିଲମ୍ବିତ

ବିଦେଶରୁ ଦାନ ସଂଗ୍ରହ କରିବ ଶ୍ରୀମନ୍ଦିର

ଭୀଷଣ ରୂପ ନେଉଛି ବାତ୍ୟା ‘ନିବାର’: ଆଜି ରାତିରେ କରିବ ଲ୍ୟାଣ୍ଡଫଲ, ଆଗକୁ ଆସୁଛି ଘନଘନ ଲଘୁଚାପ

‘ଲଭ୍‌ ଜିହାଦ’ ରୋକିବାକୁ ଯୋଗୀ ସରକାରଙ୍କ କଡ଼ା ପଦକ୍ଷେପ: ଆଣିଲେ ନୂଆ ଅଧ୍ୟାଦେଶ, ଅଭିଯୁକ୍ତଙ୍କୁ ମିଳିବ ୩ରୁ ୧୦ ବର୍ଷ ଜେଲ୍