PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କାହାକୁ ଆଧାର କାର୍ଡ ପଠାଇବା ପୂର୍ବରୁ ହୋଇଯାନ୍ତୁ ସାବଧାନ , ନୂଆ ଆଡଭାଇଜରୀ ଜାରି କଲେ ସରକାର , ହୋଟେଲ ଓ ସିନେମା ହଲ୍ ପରି ସଂସ୍ଥାକୁ ଆଧାର କପି ଦିଅନ୍ତୁ ନାହିଁ
  • ||
  • ୪ ରାଜ୍ୟସଭା ଆସନ ପାଇଁ ବିଜେଡିର ପ୍ରାର୍ଥୀ ଘୋଷଣା : ପୁଣି ରାଜ୍ୟସଭା ଯିବେ ସସ୍ମିତ ପାତ୍ର, ୩ ନୂଆ ମୁହଁଙ୍କୁ ସୁଯୋଗ
  • ||
  • ଭୁବନେଶ୍ଵର : କେରଳ ଛୁଇଁଲା ମୌସୁମୀ ବାୟୁ
  • ||
  • ନେପାଳରେ ଯାତ୍ରୀବାହୀ ବିମାନ ତାରା ଏୟାର ୯ NAET ର ମିଳୁନି ପତ୍ତା , ୪ ଭାରତୀୟଙ୍କ ସମେତ ୧୯ ଯାତ୍ରୀ ଥିବା ସୂଚନା
  • ||
  • ବ୍ରହ୍ମପୁର : ସନ୍ଧ୍ୟାବେଳେ ବେଳାଭୂମିରେ ବସିଥିବା ବେଳେ ମୁଣ୍ଡ ଉପରେ ପଡ଼ିଲା ଚଡ଼କ, ଛାତ୍ର ମୃତ ଛାତ୍ରୀ ଗୁରୁତର
  • ||
  • ବିଶ୍ୱର ସବୁଠୁ ବଡ଼ କ୍ରିକେଟ ଷ୍ଟାଡ଼ିୟମ୍‌ରେ ଖେଳା ଯିବ ଆଇପିଏଲ ୨୦୨୨ ଫାଇନାଲ
  • ||
  • ଆନନ୍ଦପୁର : ଝରକା ଗ୍ରୀଲ୍ ଭାଙ୍ଗି ଶିକ୍ଷକଙ୍କ ଘରେ କଳାକନା ବୁଲାଇଦେଲେ ଦୁର୍ବୃତ୍ତ, ୧୫ ଭରି ସୁନାଅଳଙ୍କାର ସହ ନଗଦ ୫୨ ହଜାର ଟଙ୍କା ଲୁଟ୍
  • ||
  • ସୋର : ଗୋରୁ ବୋଝେଇ କଣ୍ଟେନର ଜବତ, ୪୦ ରୁ ଉର୍ଦ୍ଧ୍ଵ ଗୋରୁ ଉଦ୍ଧାର, ୧୧ ଗିରଫ
  • ||
  • ସମାନ ନାଗରିକ ସଂହିତା ଲାଗୁ କରିବା ପ୍ରସ୍ତୁତିରେ ମୋଦି ସରକାର , ପ୍ରଥମେ ଉତ୍ତରାଖଣ୍ଡରେ ଏହି ଆଇନ୍‌ ଲାଗୁ କରାଯିବାର ଅଭ୍ୟାସ ଆରମ୍ଭ କରାଯାଇଛି
  • ||
  • ଗୁଜରାଟରେ ବଡ଼ ବିଜୟର ପ୍ରସ୍ତୁତିରେ ବିଜେପି , କଂଗ୍ରେସ ଦୁର୍ବଳତାର ବି ମିଳିବ ଫାଇଦା
  • ||

ମନଇଚ୍ଛା ଫି’ ଆଦାୟ କରୁଛି ସ୍କୁଲ; ନାରାୟଣା ସ୍କୁଲ ଆଗରେ ଅଭିଭାବକଙ୍କ ଧାରଣା

ଭୁବନେଶ୍ୱର,୧୭ା୪(ବ୍ୟୁରୋ): ପଟିଆସ୍ଥିତ ନାରାୟଣା ସ୍କୁଲ୍‌ର ମନଇଚ୍ଛା ଫି ଆଦାୟ ଓ ଅନ୍ୟାନ୍ୟ ବେଆଇନ କାର୍ଯ୍ୟ ବିରୋଧରେ ଓଡ଼ିଶା ଅଭିଭାବକ ମହାସଂଘ ଓ ନାରାୟଣା ସ୍କୁଲ ଅଭିଭାବକ ସଂଘ ପକ୍ଷରୁ ସ୍କୁଲ୍‌ ଫାଟକ ସାମ୍ନାରେ ବୁଧବାର ଧାରଣା ଦିଆଯାଇଥିଲା । ସ୍କୁଲ୍‌ କର୍ତ୍ତୃପକ୍ଷ ଏ ବର୍ଷର ରି-ଆଡମିଶନ୍‌ ଫି’ ୩୦%ରୁ ଅଧିକ ବୃଦ୍ଧି କରିବା ସହିତ ସମାନ ଶ୍ରେଣୀ ପାଇଁ ବିଭିନ୍ନ ଅଭିଭାବକଙ୍କ ଠାରୁ ଭିନ୍ନ ଭିନ୍ନ ଫି ଆଦାୟ କରୁଛନ୍ତି । ଅଭିଭାବକମାନେ ଏସମ୍ପର୍କରେ ବାରମ୍ବାର ଅଭିଯୋଗ କରିବା ପରେ ମଧ୍ୟ କର୍ତ୍ତୃପକ୍ଷ ଏହାକୁ କର୍ଣ୍ଣପାତ କରୁନାହାନ୍ତି । ଏପରିକି ରି-ଆଡମିଶନ ନକଲେ ପିଲାମାନଙ୍କୁ ବହି ନଦେବା ଭଳି ମନମୁଖୀ କାର୍ଯ୍ୟ କରୁଛନ୍ତି । ନାରାୟଣା ସ୍କୁଲ୍‌ର ଅନ୍ୟ ତିନୋଟି ଶାଖା ପାଣ୍ଡରା, କଟକ ଓ ୟୁନିଟ୍‌-୮ସ୍ଥିତ ସ୍କୁଲ୍‌ କର୍ତ୍ତୃପକ୍ଷ ମଧ୍ୟ ଏହିପରି ମନଇଚ୍ଛା ଫି’ ଆଦାୟ କରିଚାଲିଛନ୍ତି ବୋଲି ନାରାୟଣା ଅଭିଭାବକ ସଂଘର ସଭାପତି ଶୁଭଦୀପା ମହାନ୍ତି କହିଛନ୍ତି ।
ଏପଟେ ସ୍କୁଲ୍‌ କର୍ତ୍ତୃପକ୍ଷ ଦୁଇଦିନ ତଳେ ଏହି ସମସ୍ୟାକୁ ସମାଧାନ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ । ହେଲେ ଗତକାଲି ରି-ଆଡ୍‌ମିଶନ ନକଲେ ବହି ନଦେବାକୁ କର୍ତ୍ତୃପକ୍ଷ ଅଭିଭାବକଙ୍କୁ ଚେତାବନୀ ଦେଇଥିଲେ । ଫଳରେ ଅଭିଭାବକମାନେ ଆଜି ବାଧ୍ୟ ହୋଇ ଧାରଣା ଦେଇଛନ୍ତି ବୋଲି ଓଡ଼ିଶା ଅଭିଭାବକ ମହାସଂଘର ଅଧ୍ୟକ୍ଷ ବାସୁଦେବ ଭଟ୍ଟ କହିଛନ୍ତି । ଅନ୍ୟପକ୍ଷରେ ବେଆଇନ ଭାବେ ଫି’ ଆଦାୟ ଓ ବିନା ଏନ୍‌ଓସିରେ ସ୍କୁଲ ପରିଚାଳନା ନେଇ ଅଭିଭାବକ ମହାସଂଘ ଶିକ୍ଷା ନିର୍ଦ୍ଦେଶକ ଓ ଡିସିପିଙ୍କ ଆଗରେ ଫେରାଦ ହୋଇଛି । ଏହି ସମସ୍ୟାରେ ସମ୍ପର୍କରେ ଅନୁଧ୍ୟାନ କରି ଆବଶ୍ୟକ ପଦକ୍ଷେପ ନେବାକୁ ମହାସଂଘ ଅନୁରୋଧ କରିଛି । ଆନ୍ଦୋଳନରେ ଅନ୍ୟମାନଙ୍କ ମଧ୍ୟରେ ମହାସଂଘର ସହ ଅଧ୍ୟକ୍ଷ ପ୍ରସନ୍ନ ବିଷୋୟୀ, ଆଶୁତୋଷ ନନ୍ଦ, ଲିଲି ଜେନାମଣି, ଭୁମୋହନ ପଟ୍ଟନାୟକ, ଦେବବ୍ରତ ଦାଶ, ହିମାଂଶୁ ବେଉରା, ପଦ୍ମନାଭ ରାଉତ, ଆଶା ଅଗ୍ରୱାଲ, ସଞ୍ଜୟ ମହାପାତ୍ର, ପ୍ରସନ୍ନ ସାହୁ, ସ୍ୱାଗତିକା ସାହୁ, ଆଲୋକ ନାୟକ, ଦିଲ୍ଲିପ ସାହୁ, ସଞ୍ଜୀବ ନାୟକ, ଅଶୋକ ସାହୁ, ଚିତ୍ତରଞ୍ଜନ ମହାପାତ୍ର, ସୁଧାଂଶୁ ପାତ୍ର ପ୍ରମୁଖ ଯୋଗ ଦେଇଥିଲେ ।