PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମାଲକାନଗିରି ଜିଲ୍ଲାପାଳଙ୍କ ନାମରେ ଟେଣ୍ଡର ଫିକସିଙ୍ଗ ଓ ଗ୍ରାନାଇଟ ପଥର ଖଣିଲିଜରେ ଦୁର୍ନୀତିର ଅଭିଯୋଗ ଆଣିଲେ ପୁର୍ବତନ ସାଂସଦ ତଥା ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ
  • ||
  • କଟକ: ଦୁଷ୍କର୍ମ ମାମଲ, ୧୪ ବର୍ଷ ପରେ ଆଜୀବନ କାରାଦଣ୍ଡ ଆସାମୀ ନିର୍ଦୋଷରେ ଖଲାସ
  • ||
  • ବଲାଙ୍ଗୀର: ମୂଲ୍ୟବାନ ଖଇର ଗଣ୍ଡି ଓ ଗାଡି ଜବତ କଲା ବନ ବିଭାଗ, ଡ୍ରାଇଭର ଫେରାର
  • ||
  • କୋରାପୁଟ: ବାଇକ୍ ଚୋର ଗ୍ୟାଙ୍ଗକୁ ଧରିବା ସଫଳ ହେଲା କୋରାପୁଟ ଟାଉନ ଥାନା ପୋଲିସ, ୧୫ ବାଇକ୍‌ ଉଦ୍ଧାର, ୩ ଚୋର ଗିରଫ
  • ||
  • ଜଗତସିଂହପୁର: ଅଲିପିଙ୍ଗଳ ବାଲିଘାଟରେ ପୁଣି ଚଢ଼ଉ କଲେ ତହସିଲଦାର , ୭ରୁ ଅଧିକ ହାଇଓ୍ବା ଜବତ, ମାଲିକ ମହଲରୁ ତେଜୁଛି ଅସନ୍ତୋଷ
  • ||
  • ଭୁବନେଶ୍ୱର : ଓଡ଼ିଶାରେ ଚିନ୍ତା ବଢ଼ାଉଛି ମୃତ୍ୟୁ ସଂଖ୍ୟା, ୨୪ ଘଣ୍ଟାରେ ଆଉ ୩୮ ଜଣଙ୍କ ଜୀବନ ନେଲା କରୋନା
  • ||
  • ଭୁବନେଶ୍ୱର : ରାଜ୍ୟରେ ଗତ ୨୪ ଘଣ୍ଟାରେ ଚିହ୍ନଟ ହେଲେ ୨୯୫୭ କରୋନା ପଜିଟିଭ୍
  • ||
  • ପୁରୀ : ସ୍ନାନ ପୂର୍ଣ୍ଣିମା ପାଇଁ ପୁରୀରେ ୧୪୪ ଧାରା, ୨୩ ତାରିଖ ରାତି ୧୦ଟାରୁ ୨୫ ତାରିଖ ଭୋର ୨ଟା ଯାଏଁ କଟକଣା
  • ||
  • ପୁରୀ : ଏବର୍ଷ ୩ ଦିନ ନବଯୌବନ ଦର୍ଶନ, ଆଜି ଶ୍ରୀମନ୍ଦିରରେ ଦଇତାପତି ସେବାୟତଙ୍କ ପ୍ରବେଶ, ୨୩ରେ ସେନାପଟା ଲାଗି ନୀତି
  • ||
  • ଭୁବନେଶ୍ୱର : ଓଡ଼ିଶାର ୭ ଜିଲ୍ଲାରେ ନିଅଣ୍ଟିଆ ବର୍ଷା, ଆଜି ୧୨ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା, ୟେଲୋ ୱାର୍ଣ୍ଣିଂ ଜାରି
  • ||

‘ଜିରୋ ଆଙ୍ଗଲ’ ଗୋଲ୍‌ ଦେଇ ଚର୍ଚ୍ଚାରେ ଡାନି, ଭିଡିଓ ହେଲା ଭାଇରାଲ

ନୂଆଦିଲ୍ଲୀ ୧୭/୯ : କେରଳର ଜଣେ ୧୦ ବର୍ଷର ପିଲା ସ୍କୁଲ୍‌ ଫୁଟବଲ୍‌ ଟୁର୍ଣ୍ଣାମେଣ୍ଟରେ ‘ଜିରୋ ଆଙ୍ଗଲ’ ଗୋଲ୍‌ ସ୍କୋର କରି ବେଶ ଚର୍ଚ୍ଚାକୁ ଆସିଛନ୍ତି । ତାଙ୍କ ଗୋଲର ଭିଡିଓ ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ ହେବାରେ ଲାଗିଛି । ତାଙ୍କ ନାମ ହେଉଛି ଡାନି ପି.କେ । କିନ୍ତୁ ପ୍ରଶଂସକ ତାଙ୍କୁ ଶ୍ରଦ୍ଧାରେ ‘ଲିଓନେଲ୍‌’ ଡାନି ବୋଲି ଡାକିବା ଆରମ୍ଭ କଲେଣି ।

କେରଳର ୱାୟାନାଦ ଜିଲ୍ଲାର ମୀନାନଗାଡି ସ୍ଥାନରେ ଆୟୋଜିତ ହୋଇଥିଲା ରାଜ୍ୟସ୍ତରୀୟ ସ୍କୁଲ୍‌ ଫୁଟବଲ୍‌ ଟୁର୍ଣ୍ଣାମେଣ୍ଟ । ଏଥିରେ ଡାନି କୋଝିକୋଡେ ସ୍କୁଲରୁ ପ୍ରତିନିଧିତ୍ୱ କରିଥିଲେ । ସେ ପଞ୍ଚମ ଶ୍ରେଣୀରେ ପଢ଼ୁଛନ୍ତି । ଡାନି କେରଳ ଫୁଟବଲ୍‌ ଟ୍ରେନିଂ ସେଣ୍ଟର କ୍ଲବ ପାଇଁ ଖେଳୁଥିଲେ । ତାଙ୍କ ଶ୍ରେଷ୍ଠ ପ୍ରଦର୍ଶନ ଯୋଗୁ କ୍ଲବ୍‌ ଏହି ପ୍ରତିଯୋଗିତାରେ ଚାମ୍ପିଅନ ହୋଇଥିଲା । ଫାଇନାଲ୍‌ ମ୍ୟାଚ୍‌ରେ ହ୍ୟାଟ୍ରିକ୍‌ ଗୋଲ୍‌ ସହ ପ୍ଲେୟାର ଅଫ୍‌ ଦ ମ୍ୟାଚ୍‌ ବିବେଚିତ ହୋଇଥିଲେ । ମ୍ୟାଚ୍‌ରେ ଦଳକୁ ମିଳିଥିବା ଏକ ପେନାଲ୍ଟି । ଡାହାଣ କର୍ଣ୍ଣରରୁ ସେ ଅତି ଚମତ୍କାର ଭାବେ ବଲ୍‌ଟିକୁ ଗୋଲପୋଷ୍ଟରେ ପୂରାଇବାରେ ସଫଳ ରହିଥିଲେ । ପ୍ରତିଯୋଗିତାରେ ସେ ମୋଟ୍‌ ୧୩ଟି ଗୋଲ୍‌ ସ୍କୋର କରିଥିଲେ ।

ଭିଡିଓଟିକୁ ପ୍ରଥମେ ଡାନିଙ୍କ ମା’ ନୋଭିଆ ଅସ୍ରଫ୍‌ ଫେସବୁକ୍‌ରେ ପୋଷ୍ଟ୍‌ କରିଥିଲେ । କିମ୍ବଦନ୍ତୀ ଷ୍ଟ୍ରାଇକର ଆଇଏମ୍‌ ବିଜୟନ ଗତ ୯ ତାରିଖରେ ଭିଡିଓ ଟିକୁ ସେୟାର କରିଥିଲେ । ବାସ୍‌ ଏହାପରେ ଭିଡିଓଟି ଭାଇରାଲ ହେବାର ଲାଗିଛି । ଭିଡିଓଟିକୁ ଦୁଇ ଦିନ ଭିତରେ ଏକ ଲକ୍ଷ ଦେଖିଥିବାବେଳେ ୨୦୦୦ ଲୋକ ସେୟାର କରିଥିଲେ । ଯାହା ଏବେ ବୃଦ୍ଧି ପାଇ ସାରିଲାଣି ।

ଡାନିଙ୍କ ଏହି ଗୋଲ୍‌ ବ୍ରାଜିଲ ତାରକା ରୋବର୍ଟୋ କାର୍ଲୋସ ଗୋଲ୍‌କୁ ମନେ ପକାଇ ଦିଏ । ସେ ୧୯୯୭-୯୮ ସିଜନରେ ରିଏଲ୍‌ ମାଦ୍ରିଦ ପକ୍ଷରୁ ତେନେରିଫେ ବିପକ୍ଷରେ ଏଭଳି ଏକ ଚମତ୍କାର ଗୋଲ୍‌ ସ୍କୋର କରି ଚର୍ଚ୍ଚାରେ ରହିଥିଲେ । ଡାନିଙ୍କ ବାପା ଅବୁ ହାସିମ ଜଣେ ଫଟୋଗ୍ରାଫର । ସେ ‘ମାଲାୟାଲା ମନୋରମା’ ପାଇଁ କାର୍ଯ୍ୟ କରୁଛନ୍ତି । ସେ କହିଛନ୍ତି, ଡାନି ଖୁବ କମ୍‌ ବୟସରୁ ଫୁଟବଲ୍‌ ଖେଳି ଆସୁଛି । ଫୁଟବଲକୁ ସେ ବହୁତ ଭଲପାଏ । ଏ ପର୍ଯ୍ୟନ୍ତ ତା’ ପାଇଁ କେତେଟି ଫୁଟବଲ୍‌ କିଣା ହେଲାଣି ତାର ହିସାବ ନାହିଁ । କିନ୍ତୁ ସବୁବେଳେ ସେ ନୂଆ ଫୁଟବଲ୍‌ କିଣିବାକୁ କହେ । ଦ୍ୱିତୀୟ ଶ୍ରେଣୀରେ ପଢ଼ିବା ଠାରୁ କେରଳ ଫୁଟବଲ୍‌ ଟ୍ରେନିଂ ସେଣ୍ଟର କ୍ଲବରେ ଯୋଗଦେଇଥିଲା । ବାର୍ସେଲୋନା କ୍ଲବକୁ ସେ ଭଲ ପାଏ । ସ୍କୁଲ୍‌ ଛୁଟିରେ ସେ ସ୍ପେନ ବୁଲିଯିବାକୁ ଚାହୁଁଛି ।’