ଏହି ଦେଶର ଛାତ୍ରଙ୍କୁ ଲାଗିଥାଏ ଗାଈ ଦିଏ ଅଣ୍ଡା, ଗଛରେ ଫଳିଥାଏ ଲହୁଣୀ !

ଲଣ୍ଡନ୍ ୮।୧୨: ବ୍ରିଟେନରେ ଛାତ୍ରଛାତ୍ରୀଙ୍କ ସାଧାରଣ ଜ୍ଞାନକୁ ନେଇ ଚକିତ କଲା ଭଳି ଖୁଲାସା ହୋଇଛି। କିଛି ଦିନ ତଳେ ଛାତ୍ରଛାତ୍ରୀଙ୍କୁ ନେଇ ଏକ ସର୍ଭେ କରାଯାଇଥିଲା। ସେହି ସର୍ଭେ ଅନୁସାରେ ଛାତ୍ରଛାତ୍ରୀଙ୍କ ସାମାନ୍ୟ ଜ୍ଞାନର ସ୍ତର ଏତେ ଦୁର୍ବଳ ଯେ ତାହା ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ। ସର୍ବେକ୍ଷଣ ମୁତାବିକ, ବ୍ରିଟେନର ଛାତ୍ରଙ୍କୁ ଲାଗିଥାଏ କି, ଗାଈ ଅଣ୍ଡା ଦେଇଥାଏ।

ତେବେ ୬ରୁ ଆରମ୍ଭ କରି ୧୧ ବର୍ଷର ପିଲାଙ୍କୁ ନେଇ ଏହି ସର୍ଭେ ହୋଇଥିଲା। ପିଲାଙ୍କ ଏଭଳି ଉତ୍ତର ଶୁଣି ବିଶେଷକରି ପିଲାଙ୍କ ବାପା ମାଆ, ଶିକ୍ଷକ ଲଜ୍ଜିତ ହୋଇଯାଇଥିଲେ। ତେବେ ପିଲାଙ୍କୁ ଅଣ୍ଡା ସହ ଯଡ଼ିତ ମହତ୍ତ୍ବପୂର୍ଣ୍ଣ ଏବଂ ସାମାନ୍ୟ ତଥ୍ୟ ସମ୍ପର୍କରେ ଜଣା ନାହିଁ ବୋଲି ଏହି ସାଧାରଣ ଜ୍ଞାନ ପରୀକ୍ଷାରୁ ପ୍ରମାଣିତ ହୋଇଥିଲା।

ଏହି ସର୍ଭେକ୍ଷଣରେ ବ୍ରିଟେନର ପ୍ରାଇମେରୀ ସ୍କୁଲର ଛାତ୍ରଙ୍କୁ ସାମିଲ କରାଯାଇଥିଲା। ରିପୋର୍ଟ ମୁତାବିକ ତିନି ଜଣଙ୍କ ମଧ୍ୟରୁ ଜଣଙ୍କ ଲାଗିଥିଲା କି ଗାଈ ଅଣ୍ଡା ଦିଏ ବୋଲି। ପ୍ରତି ୧୦ରୁ ୩ଜଣ ଛାତ୍ରଙ୍କୁ ଜଣାନାହିଁ ଟୂନା ମାଛ ସମ୍ପର୍କରେ। ଏହା ସହିତ ୧୦ରୁ ଜଣେ ଛାତ୍ର କେବେ ବି ଟମାଟର ଖାଇ ନାହିଁ ବୋଲି ସର୍ଭେକ୍ଷଣରୁ ଜଣାପଡ଼ିଥିଲା। ଏହି ରିପୋର୍ଟ ଦେଖିବା ପରେ ବିଶେଷଜ୍ଞଙ୍କ କହିଛନ୍ତି କି, ଛାତ୍ରଛାତ୍ରୀଙ୍କ ଖାଦ୍ୟପେୟ ଉପରେ ବିଶେଷ ଜ୍ଞାନ ନାହିଁ।

ଏଥିରୁ ଜଣା ପଡ଼ୁଛି କି, ବାପା ମାଆ ଏବଂ ଶିକ୍ଷକ ଛାତ୍ରଛାତ୍ରୀଙ୍କ ଉପରେ ଧ୍ୟାନ ଦେଉନାହାନ୍ତି। ତେବେ ପିଲାଙ୍କ ଉପରେ ଧ୍ୟାନ ଦେବା ଜରୁରୀ ଏବଂ ଏହି ସମ୍ପର୍କରେ ଅଧିକ ତଥ୍ୟ ଦେବା ଆବଶ୍ୟକ ବୋଲି ସେ କହିଛନ୍ତି। ଦୁଇ ବର୍ଷ ପୂର୍ବେ ବ୍ରିଟିଶ ନ୍ୟୁଟ୍ରିସନ ଫାଉଣ୍ଡେସନ୍ ଏମିତି ଏକ ସର୍ଭେକ୍ଷଣ କରିଥିଲା ଯେଉଁଥିରେ ଗୁମର ଖୋଲିଥିଲା କି ପ୍ରତି ୩ଜଣରୁ ଜଣେ ଜଣେ ଛାତ୍ରଙ୍କୁ ଲାଗିଥାଏ କି ଗଛରେ ଲହୁଣୀ ଫଳିଥାଏ।

   ସମ୍ବନ୍ଧିତ ଖବର


ଗୋଟିଏ ଥର ବ୍ଲଡ ଟେଷ୍ଟରୁ ଚିହ୍ନଟ ହୋଇପାରିବ ୫୦ ପ୍ରକାର କ୍ୟାନ୍ସର, ଇଂଲଣ୍ଡ ବୈଜ୍ଞାନିକଙ୍କ ଦାବି

ଚର୍ଚ୍ଚରେ ରହିଛି ୪୫୦ ବର୍ଷ ପୂର୍ବର ମୃତଦେହ; ପାଦରେ ଛୁଞ୍ଚି ମାରିଲେ ବାହାରୁଚି ରକ୍ତ, ଅନେକ ଦିବ୍ୟଶକ୍ତି ରହିଥିବା ବିଶ୍ବାସ…

କରୋନାରେ ଆର୍ଥିକ ପ୍ରଭାବ ପାଇଁ କିମ୍‌ ଜୋଙ୍ଗ୍‌ଙ୍କ ବଢ଼ିଲା କ୍ରୋଧ – ଲୋକଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇଲେ, ମାଛ ମାରିବାରେ ଲଗେଇଲେ ରୋକ୍‌

ପାକିସ୍ତାନରେ କଡ଼ା ଆଇନ୍‌ – ନପୁଂସକ ହେବେ ଦୁଷ୍କର୍ମକାରୀ

ବିବାଦ ପୂର୍ବରୁ ଜାଣିନଥିଲି କିଏ କଙ୍ଗନା : ମୁମ୍ୱାଇ ମେୟର

ମାଳଦ୍ୱୀପରେ ବଲିଉଡ୍‌ ଷ୍ଟାରଙ୍କ ଲାଗିଛି ଏବେ ମେଳା …