ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ; ପିଲାଙ୍କ ଛୁଟି, ଶିକ୍ଷକମାନେ ସ୍କୁଲ ଯିବେ

ଭୁବନେଶ୍ୱର,୧୭ା୪(ବ୍ୟୁରୋ): ପ୍ରଚଣ୍ଡ ତାତି ପାଇଁ ୧୮ ତାରିଖରୁ ମେ ୪ ତାରିଖ ପର୍ଯ୍ୟନ୍ତ ସ୍କୁଲରେ ପାଠପଢ଼ା ବନ୍ଦା ରହିବ । କିନ୍ତୁ ଶିକ୍ଷକମାନେ ସ୍କୁଲକୁ ଆସିବେ । ଛାତ୍ରଛାତ୍ରୀଙ୍କ ନାମଲେଖା, ସାର୍ଟିଫିକେଟ ପ୍ରଦାନ, ଛାତ୍ରଛାତ୍ରୀଙ୍କୁ ପୁସ୍ତକ ବିତରଣ ଏବଂ ସ୍କୁଲରେ ଅନ୍ୟ ଜରୁରୀ କାର୍ଯ୍ୟ କରିବା ପାଇଁ ଶିକ୍ଷକମାନେ ଏହି ସମୟ ପର୍ଯ୍ୟନ୍ତ ସ୍କୁଲକୁ ଆସିବେ । ଆଗୁଆ ଛୁଟି ହେବା ଦ୍ୱାରା ଏସବୁ ପ୍ରକ୍ରିୟାରେ ଯେପରି କୌଣସି ବାଧା ନଉପୁଜେ ସେଥିପାଇଁ ଶିକ୍ଷକମାନେ ସ୍କୁଲକୁ ଆସିବାକୁ ପ୍ରଧାନ ଶିକ୍ଷକ ତଥା ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଏଥିସହ ନିର୍ବାଚନରେ ଶିକ୍ଷକ ଶିକ୍ଷୟିତ୍ରୀମାନେ ନିଜ ଦାୟିତ୍ୱ ତୁଲାଇବା ସହ ଶିକ୍ଷାନୁଷ୍ଠାନରେ ସମସ୍ତ ବ୍ୟବସ୍ଥା ତଦାରଖ କରିବାକୁ ମଧ୍ୟ ନିର୍ଦ୍ଦେଶାନାମାରେ ଉଲ୍ଲେଖ କରାଯାଇଛି ।

ଉଲ୍ଲେଖଯୋଗ୍ୟ, ଗତକାଲି ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ୧୮ ତାରିଖରୁ ସମସ୍ତ ଶିକ୍ଷାନୁଷ୍ଠାନ ଛୁଟି କରିବାକୁ ସ୍ୱତନ୍ତ୍ର ରିଲିଫ୍‌ କମିଶନର ବିଷ୍ଣୁପଦ ସେଠୀ ସୂଚନା ଦେଇଥିଲେ । ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗକୁ ନିର୍ଦ୍ଦେଶ ଦିଆଯାଇଥିଲା । ଏହା ପରେ ଆଜି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସ୍କୁଲରେ କ୍ଲାସ୍‌ ବନ୍ଦ ରଖିବାକୁ ସମସ୍ତ ପ୍ରଧାନଶିକ୍ଷକଙ୍କୁ ଚିଠି କରାଯାଇଛି । ପ୍ରଚଣ୍ଡ ଖରା ପାଇଁ ବାହାରକୁ ବାହାରି ହେଉନି । ଏପରି ସମୟରେ ଛାତ୍ରଛାତ୍ରୀମାନେ ସ୍କୁଲକୁ ଯିବାକୁ ଅସୁବିଧା ହେଉଥିଲା । ଏସବୁକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଆଗୁଆ ଛୁଟି ଘୋଷଣା କରିଛନ୍ତି ।

   ସମ୍ବନ୍ଧିତ ଖବର


୭ ବର୍ଷର ଝିଅକୁ ଧରି ପ୍ରେମିକ ସହ ଚମ୍ପଟ ମାରିଲେ ମହିଳା, ବିଚରା ସ୍ୱାମୀ ଥାନାରେ କରୁଛି ଗୁହାରୀ

କଟକ IIFL‌ ଡକାୟତି ଘଟଣାର ପର୍ଦ୍ଦାଫାଶ : ୨୦ କୋଟିର ଲୁଟେରାଙ୍କୁ ବାନ୍ଧିଲା ପୋଲିସ, କମ୍ପାନୀ କର୍ମଚାରୀ ମାଷ୍ଟରମାଇଣ୍ଡ

ନାଗାର୍ଜୁନ ବେଶ ଆଉ ୩ ଦିନ: ବେଶ ଲାଗିରେ ରହିବେ ୨୨ ପୁଷ୍ପାଳକ ସେବକ

ଆଜିଠୁ ୨୭ ତାରିଖ ଯାଏଁ ମିଳିବ ମାଟ୍ରିକ୍ ‌ ସପ୍ଲିମେଣ୍ଟାରୀ ସାର୍ଟିଫିକେଟ୍‌

ରାଜ୍ୟରେ କରୋନା ନେଲା ୧୪ ମୁଣ୍ଡ, ମୃତକଙ୍କ ସଂଖ୍ୟା ୧୬୭୧କୁ ବୃଦ୍ଧି

ଓଡ଼ିଶାରେ ‌୬ ହଜାରକୁ ଖସିଲା ଆକ୍ଟିଭ୍‌ କେସ୍: ୨୪ଘଣ୍ଟା ଆଉ ୬୪୨ ପଜିଟିଭ ଚିହ୍ନଟ୍, ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୧୫ ହଜାର ଟପିଲା