ପ୍ରମୁଖ ଖବର
  • ହିଞ୍ଜିଳି : ହିଞ୍ଜିଳିରୁ ଶଙ୍ଖନାଦ କଲେ ମୁଖ୍ୟମନ୍ତ୍ରୀ, କହିଲେ ଆରମ୍ଭ ହେଲା ବିଜେଡିର ବିଜୟ ଯାତ୍ରା
  • ||
  • ଭୁବନେଶ୍ୱର : ମସଲା ବ୍ୟାନ୍‌ ପ୍ରସଙ୍ଗ: ମସଲା ବ୍ୟାନ୍‌ର ମୂଳ କାରଣକୁ ଚିହ୍ନଟ କରାଯିବ
  • ||
  • ଭୁବନେଶ୍ୱର : ନକଲି ପୁଲିସ୍‌, ସିବିଆଇ ଅଧିକାରୀ କହି ଲୁଟୁଥିଲେ; ଇରାନୀ ମୁସଲିମ୍‌ ଗ୍ୟାଙ୍ଗ୍‌ର ୭ ଗିରଫ
  • ||
  • ଭୁବନେଶ୍ୱର : ଲିଭୁନି ଚନ୍ଦକା ନିଅ, ୧୨ ଘଣ୍ଟା ନାକେଦମ୍‌ ବନ କର୍ମଚାରୀ
  • ||
  • ଫୁଲବାଣୀ : ବାରହା ଆକ୍ରମଣରେ ମହିଳା ମୃତ
  • ||
  • ମାଲକାନଗିରି ଜିଲ୍ଲାରୁ ନଗଦ ୩୦ ଲକ୍ଷ ଜବତ, ୨ ଗିରଫ
  • ||
  • ଭୁବନେଶ୍ଵର : ମେ ୧ରେ ୪୮ ଡିଗ୍ରୀ ଛୁଇଁବ, ଆହୁରି ୬ ଡିଗ୍ରୀ ବଢ଼ିଯିବ ତାତି
  • ||

ଭଉଣୀ ସ୍କୁଲ ଯିବାକୁ ବାଧ୍ୟ କରିବାରୁ ଭାଇର ଆତ୍ମହତ୍ୟା!

ଗୋପବନ୍ଧୁନଗର ୧୧/୧୨: ପଢ଼ିବା ପାଇଁ ଭଉଣୀ ବାଧ୍ୟ କରିବାରୁ ଭାଇ ନିଜ ଦେହରେ କିରୋସିନ୍‌ ଢାଳି ଆତ୍ମହତ୍ୟା କରିଛି । ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନା ଅନ୍ତର୍ଗତ ଭୋଳପଦା ଗ୍ରାମରେ । ମୃତକ ଗ୍ରାମର ନବୀନ ମାରାଣ୍ଡିଙ୍କ ଅଷ୍ଟମ ଶ୍ରେଣୀରେ ପଢୁଥିବା ପୁଅ କାଳିଦାସ ।

କାଳିଦାସର ବଡ଼ ଭାଇ ପୂର୍ଣ୍ଣଚନ୍ଦ୍ରଙ୍କ କହିବା ଅନୁଯାୟୀ କାଳିଦାସ ଆଜି ସକାଳେ ସ୍କୁଲ ଯିବ ନାହିଁ ବୋଲି ମନା କରିଥିଲା। ଭଉଣୀ ଭାଇକୁ ସ୍କୁଲ ଯିବାକୁ ବାଧ୍ୟ କରିବା ସହ ବିରକ୍ତ ମଧ୍ୟ ହୋଇଥିଲା । ଭଉଣୀର ଏତିକି କଥାରେ ସାନଭାଇ କାଳିଦାସ ଘର କବାଟ ବନ୍ଦ କରି ଦେହରେ କିରୋସିନ ଢାଳି ନିଆଁ ଲଗାଇ ଦେଇଥିଲା । ଘର ଭିତରୁ ଧୂଆଁ ବାହାରିବା ଦେଖି ପରିବାର ଲୋକ ଅନ୍ୟମାନଙ୍କୁ ଡାକ ପକାଇଥିଲେ । ଗ୍ରାମବାସୀ କାଳିଦାସକୁ ଅର୍ଦ୍ଧଦଗ୍ଧ ଅବସ୍ଥାରେ ସ୍ଥାନୀୟ ବଡ଼ସାହି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ । ସଂକଟାପନ୍ନ ଥିବାରୁ ଡାକ୍ତର ବାରିପଦା ପିଆରଏମ ହସ୍ପିଟାଲକୁ ପଠାଇଥିଲେ । ଅପରାହ୍ନ ପ୍ରାୟ ୨ଟା ୩୦ରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.