PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭଦ୍ରକ : ବିଶିଷ୍ଟ ଗାନ୍ଧିବାଦୀ ଭଦ୍ରକ ମହାବିଦ୍ୟାଳୟର ପ୍ରାକ୍ତନ ଅଧକ୍ଷ ପ୍ରଫେସର ସନାତନ ମହାନ୍ତିଙ୍କ ପରଲୋକ
  • ||
  • ମାଲକାନଗିରି : ମାଲକାନଗିରି ମୋଟୁ ସୀମାନ୍ତ ୪ ରାଜ୍ୟ ପ୍ରବେଶ ଦ୍ୱାର ଚେକପୋଷ୍ଟ ପରିଦର୍ଶନ କଲେ ପୁଲିସ ମହାନିର୍ଦ୍ଦେଶକ ଅଭୟ, କୋଭିଡ ସ୍ଥିତି ଓ ମାଓ ସମୀକ୍ଷା କଲେ ପୁଲିସ ଡିଜି
  • ||
  • କପିଲାଭଟା : ପାରିବାରିକ କଳହରୁ ସ୍ତ୍ରୀର ତଣ୍ଟି ଚିପି ହତ୍ୟା କଲା ସ୍ୱାମୀ
  • ||
  • ଓଡ଼ିଶା: ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୧ ହଜାର ୮୦୫ ଜଣ କରୋନା ପଜିଟିଭ, ୨୧ ଜଣଙ୍କ ଜୀବନ ନେଲା ମହାମାରୀ
  • ||
  • ବାଲେଶ୍ଵର : ଭାରସାମ୍ୟ ହରାଇ ପୋଲ ତଳକୁ ଖସିଲା କାର୍, ୩ ମୃତ ୨ ଗୁରୁତର
  • ||
  • OJEE: ଜୁନ୍‌ ୧୫ ଯାଏ ଛାତ୍ରଛାତ୍ରୀମାନେ ଅନ୍‌ଲାଇନ୍‌ରେ ଆବେଦନ କରିପାରିବେ, ଜୁନ୍‌ ୧୭ତାରିଖ ସୁଦ୍ଧା ଅନ୍‌ଲାଇନ୍‌ରେ ଫି’ଦାଖଲ କରିପାରିବେ
  • ||
  • ପୁରୀ:ଏ ବର୍ଷ ବି ବିନା ଭକ୍ତରେ ହେବ ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା, କେବଳ ସେବାୟତ ଟାଣିବେ ରଥ
  • ||
  • ପୁରୀ: ଆଜି ମହାପ୍ରଭୁଙ୍କ ବାହାର ଚନ୍ଦନ ଯାତ୍ରା, ମେ ୧୫ରୁ ଜୁନ୍‌ ୬ ଯାଏଁ ୧୪୪ ଧାରା ଜାରି
  • ||
  • ଚାଷୀ କୂଳ ପାଇଁ ଖୁସି ଖବର: ମେ’ ୩୧ରେ କେରଳ ଛୁଇଁବ ମୌସୁମୀ,ଜୁନ୍ ୧୦ରୁ ୧୨ ସୁଦ୍ଧା ଓଡ଼ିଶା
  • ||
  • ଆଜି ପବିତ୍ର ଅକ୍ଷୟ ତୃତୀୟା, ମାଟି ମା’କୁ ପୂଜା କରି ଚାଷ କାମ ଅନୁୁକୂଳ କରିବେ ଚଷା ପୁଅ
  • ||

ସ୍କୁଲ ପିଲାଙ୍କୁ ଟ୍ରାଫିକ୍‌ ଛାଟ: ନାବାଳକଙ୍କୁ ଗାଡି ଦେଇ ନାକେଦମ୍‌ ଅଭିଭାବକ, ୨ଗାଡି ଜବତ

OLYMPUS DIGITAL CAMERA

ଭୁବନେଶ୍ୱର ୧୭/୧୨: ରାଜଧାନୀରେ କିଶୋର ବୟସ(ଜୁଭେନାଇଲ୍‌)ରେ ବାଇକ୍‌ ଚଳାଉଥିବା ସ୍କୁଲ ଛାତ୍ରଙ୍କୁ ଟାର୍ଗେଟ କରିଛି କମିଶନରେଟ ପୁଲିସ୍‌ । ଆଜି ଟ୍ରାଫିକ୍‌ ପୁଲିସ୍‌ ୨ଟି ସ୍କୁଲ ସାମ୍ନାରେ ଚେକିଂ କରି ୨ଜଣ ସ୍କୁଲ ଛାତ୍ରଙ୍କ ବାଇକ୍‌କୁ ଜବତ କରିଛି ପୁଲିସ୍‌ । ଗାଡି଼ ଚଳାଉଥିବା ଛାତ୍ରଙ୍କ ଅଭିଭାବକ(ଗାର୍ଡିଆନ୍‌)ଙ୍କ ନିୟମ ଖିଲାପୀ ନେଇ ଦାୟୀ ଦର୍ଶାଇଛି । ସେମାନଙ୍କ ନାଁରେ ଏକ (ମୋଟର ଭେହିକିଲ୍‌ ପ୍ରୋସିକ୍ୟୁସନ ରିପୋର୍ଟ) ସ୍ଥାନୀୟ ଏସ୍‌ଡିଜେଏମ୍‌ ଅଦାଲତକୁ ପଠାଇଛି ।

ଟ୍ରାଫିକ୍‌ ପୁଲିସର ଦୁଇଟି ଏନ୍‌ଫୋର୍ସମେଣ୍ଟ ଟିମ୍‌ ସେମବାର ମଧ୍ୟାହ୍ମ ୧୨ଟା ବେଳେ ୟୁନିଟ୍‌-୧ କିଶୋର କ୍ଲବ ଛକ ଓ ୟୁନିଟ୍‌-୯ର କେନ୍ଦ୍ରୀୟ ବିଦ୍ୟାଳୟଠାରେ ଚେକିଂ ଆରମ୍ଭ କରିଥିଲା । ସ୍କୁଲ ଛୁଟି ପରେ ଗାଡ଼ି ଚଳାଇ ଯାଉଥିବା ଛାତ୍ରଛାତ୍ରୀଙ୍କୁ ଅଟକାଇ ଯାଞ୍ଚ କରିଥିଲା । ଯାଞ୍ଚ ବେଳେ ୨ଟି ସ୍କୁଟର(ଓଡି୦୨ଏପି୨୫୮୩),(ଓଡି୩୩ଟି ୭୫୪୬) ଚଳାଉଥିବା ଛାତ୍ରଙ୍କୁ ଧରିଥିଲା । ସେମାନଙ୍କ ଅଭିଭାବକଙ୍କୁ ଏନେଇ ଅବଗତ କରାଇବା ସହ ସ୍କୁଟର ଦୁଇଟିକୁ ଜବତ କରି ଟ୍ରାଫିକ୍‌ ଥାନାକୁ ଆଣିଥିଲା । ସମ୍ପୃକ୍ତ ଦୁଇ ସ୍କୁଟର ଚଳାଉଥିବା ଛାତ୍ରଙ୍କ ଅଭିଭାବକ କୋର୍ଟରେ ହାଜର ହେବେ । ସେଠାରେ ଆଇନ୍‌ ମୁତାବକ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ପ୍ରାପ୍ତ ବୟସ ହୋଇନଥିବା ପିଲାଙ୍କ ହାତରେ ବାଇକ୍‌ ନ ଦେବାକୁ ଅଭିଭାବକଙ୍କୁ ପରାମର୍ଶ ଦେଇଛି ପୁଲିସ୍‌ ।

ସ୍ପୋର୍ଟ୍ସ ବାଇକ ଚଢ଼ୁଛନ୍ତି ସ୍କୁଲ ଛାତ୍ର
ସ୍କୁଟର କିମ୍ବା ସ୍ପୋର୍ଟ୍ସ ବାଇକ୍‌ ନେଇ ସ୍କୁଲକୁ ଯା’ଆସ କରିବା ସ୍କୁଲଛାତ୍ରଙ୍କ ପାଇଁ ଏବେ ଏକରକମର ସଉକ ପାଲଟିଛି । ରାଜଧାନୀରେ ପ୍ରାୟ ୨୮୦ରୁ ଅଧିକ ଇଂରାଜୀ ମାଧ୍ୟମିକ ବିଦ୍ୟାଳୟ ଓ ସରକାରୀ ହାଇସ୍କୁଲ ରହିଛି । ଅଧିକାଂଶ ଉଚ୍ଚ ମାଧ୍ୟମିକ ସ୍କୁଲରେ ପଢ଼ୁଥିବା ନବମଠାରୁ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀ ସ୍କୁଲକୁ ବାଇକ୍‌ ଚଳାଇ ଆସୁଛନ୍ତି । କୋଚିଂ ସେଣ୍ଟରକୁ ବି ଯାଉଛନ୍ତି । ଅଭିଭାବକମାନେ କାର୍ଯ୍ୟବ୍ୟସ୍ତତା କିମ୍ବା ଅନ୍ୟ କୌଣସି କାରଣ ଯୋଗୁଁ ସେମାନଙ୍କୁ ସ୍କୁଟର କିମ୍ବା ବାଇକ୍‌ ଧରାଇ ଦେଉଛନ୍ତି । ବିନା କୌଣସିି ଗାଡି଼ ଚାଳନା ତାଲିମ୍‌ ସତ୍ତେ୍ୱ ସେମାନେ ଗାଡି ଚଳାଉଛନ୍ତି ।

କ’ଣ ରହିଛି ଦଣ୍ଡବିଧାନ?
ନୂଆ ମୋଟର ଯାନ ଆଇନ୍‌ ଅନୁସାରେ କେହି ନାବାଳକ(୧୮ ବର୍ଷରୁ କମ୍‌) ଗାଡି଼ ଚଳାଇବା ଏକ ଦଣ୍ଡନୀୟ ଅପରାଧ। ଯଦି କେହି କିଶୋର ଗାଡ଼ି ଚଳାଉଥିବା ବେଳେ ଧରାପଡି଼ବେ, ତେବେ ତାଙ୍କ ଅଭିଭାବକ କିମ୍ବା ଗାଡ଼ି ମାଲିକ ଆଇନ୍‌ ଖିଲାପ ପାଇଁ ଦାୟୀ ରହିବେ। ଅଦାଲତରେ ସେମାନଙ୍କୁ ହାଜର ହେବାକୁ ପଡି଼ବ । ନୂଆ ମୋଟର ଯାନ ଆଇନ୍‌ର ୧୯୯ (ଏ)(୨) ଦଫା ବଳରେ ଏହି ଅଭିଯୋଗରେ ସଂପୃକ୍ତ ଅଭିଭାବକଙ୍କୁ ୨୫ ହଜାର ଟଙ୍କା ଜରିମାନା ଅଥବା ୩ ବର୍ଷର ଜେଲଦଣ୍ଡ ଭୋଗିବାକୁ ପଡି଼ବ। ତେବେ ଆଇନ୍‌ ମୁତାବକ, ୧୬ ବର୍ଷରୁ ଅଧିକ ବର୍ଷର ପିଲା ୫୦ ସିସିରୁ କମ୍‌ ଇଞ୍ଜିନ କ୍ଷମତା ବିଶିଷ୍ଟ ଗାଡି଼ ଚଳାଇ ପାରିବେ।

ସ୍କୁଲ କର୍ତ୍ତୃପକ୍ଷ ବି ଦାୟୀ
ଓଡି଼ଶା ଅଭିଭାବକ ମହାସଂଘର ଅଧ୍ୟକ୍ଷ ବାସୁଦେବ ଭଟ୍ଟ କହିଛନ୍ତି, ସ୍କୁଲ ଛାତ୍ର ଗାଡି଼ ଚଳାଇବା ନିହାତି ଭାବେ ବିପଜ୍ଜନକ। ନାବାଳକଙ୍କ ହାତରେ ବାଇକ୍‌ ଧରାଉଥିବା ଅଭିଭାବକମାନେ ଏନେଇ ସଚେତନ ହେବା ଦରକାର। ସ୍ମାର୍ଟସିଟିରେ ରହୁଥିବା ଅଭିଭାବକମାନେ ଟିକେ ଚିନ୍ତା କରନ୍ତୁ । ସେହିପରି ସ୍କୁଲ କର୍ତ୍ତୃପକ୍ଷ ବି ଏଥିପାଇଁ ସମାନ ପରିମାଣରେ ଦାୟୀ । ବିଭିନ୍ନ ସ୍କୁଲରେ ଏବେ ବି ବାଇକ୍‌ ରଖିବାକୁ ଅନୁମତି ଦିଆଯାଉଛି । ସ୍କୁଲ କର୍ତ୍ତୃପକ୍ଷ ଯାଞ୍ଚ କରିବାରେ ଢ଼ିଲା ମାରୁଛନ୍ତି ।