PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଖପ୍ରାଖୋଲ:ଗମ୍ଭାରି ଛକ ନିକଟରେ ଏକ କାରରୁ ୬ ପେଟି କଫସିରଫ ଜବତ, ୨ଜଣ ଯୁବକଙ୍କୁ ଅଟକ ରଖି ପଚରାଉଚରା କରୁଛି ପୁଲିସ
  • ||
  • କୋଭିଡ଼ ପରିଚାଳନା ପାଇଁ ୩ ଜିଲ୍ଲାକୁ ୭.୬୨ କୋଟି ମଂଜୁର କଲେ ମୁଖ୍ୟମନ୍ତ୍ରୀ, ପୁରୀ ପାଇଁ ୨ କୋଟି, ସୁବର୍ଣ୍ଣପୁର ପାଇଁ ୧ କୋଟି ଟଙ୍କା ଓ ସମ୍ବଲପୁର ଜିଲ୍ଲା ପାଇଁ ୪ କୋଟି ୬୨ ଲକ୍ଷ ମଂଜୁର କଲେ ନବୀନ
  • ||
  • ଭୁବନେଶ୍ୱର: ସାଢ଼େ ୪ଟାରେ ଘୋଷଣା କରିବେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଓ ଡିଜିପି
  • ||
  • ଜୁନ ପହିଲାରେ କେରଳ ଛୁଇଁବ ମୌସୁମୀ ବାୟୁ, ଭାରତୀୟ ପାଣିପାଗ କେନ୍ଦ୍ରର ସୂଚନା
  • ||
  • ଲାଞ୍ଜିଗଡ଼ରେ ଅଞ୍ଚଳରେ ହାତୀ ଉପଦ୍ରବ, ଆମ୍ବ ଗଛ ଭାଙ୍ଗିଲେ, ନର୍ସରିକୁ ନଷ୍ଟ କଲେ
  • ||
  • କଳାହାଣ୍ଡି: ବିଲ ମଝିରୁ ନାବାଳକର ମୃତଦେହ ଉଦ୍ଧାର ,ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ
  • ||
  • ପଶ୍ଚିମ ବଙ୍ଗ ଯାଉଥିବା ଟ୍ରେନ୍ ପାସେଞ୍ଜରମାନଙ୍କ ପାଇଁ RTPCR ନେଗେଟିଭ୍ ରିପୋର୍ଟ ବାଧ୍ୟତାମୂଳକ
  • ||
  • ରାଉରକେଲା: ୩୦ଟି ଗୋଦାମ ଉପରେ ପୋଲିସ ଓ ଯୋଗାଣ ବିଭାଗର ମିଳିତ ଚଡାଉ, ଖସିଲା ଆଳୁ ଓ ପିଆଜ ଦର
  • ||
  • ସୁନ୍ଦରଗଡ: ତଲସରା ଥାନା ଅନ୍ତର୍ଗତ ବଘିଆବେରନା ଗ୍ରାମ ଜଙ୍ଗଲରୁ ମହିଳାଙ୍କ ଅର୍ଦ୍ଧ ଦଗ୍ଧ ମୃତଦେହ ଉଦ୍ଧାର
  • ||
  • କରୋନାରେ ଆଖିବୁଜିଲେ ବିଶିଷ୍ଟ ନାଟ୍ୟ ପ୍ରତିଭା ନାଟ୍ୟଶ୍ରୀ ଡ. ପଞ୍ଚାନନ ମିଶ୍ର
  • ||
  • ଜଳେଶ୍ଵର : ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ଅସ୍ପଷ୍ଟ
  • ||
  • ରାଜ୍ୟ: କରୋନାରେ ଆଖିବୁଜିଲେ ୧୭ ଜଣ ସଂକ୍ରମିତ, ମୃତକଙ୍କ ସଂଖ୍ୟା ୨୧୨୧କୁ ଛୁଇଁଲା
  • ||
  • ଓଡ଼ିଶାରେ ୫ ଲକ୍ଷ ଟପିଲା କରୋନା ସଂକ୍ରମିତଙ୍କ ସଂଖ୍ୟା, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୫୨୧ ଜଣ ଆକ୍ରାନ୍ତ
  • ||
  • ଜାମ୍ମୁ କାଶ୍ମୀର : ସୁରକ୍ଷାବାହିନୀକୁ ବଡ଼ ସଫଳତା, ୩ ଆତଙ୍କୀ ନିପାତ, ଭୟରେ ଜଣେ ଆତଙ୍କବାଦୀ କଲା ଆତ୍ମସମର୍ପଣ
  • ||
  • ଭୁବନେଶ୍ଵର : ତାତିରୁ ମିଳିଛି ସାମାନ୍ୟ ଆଶ୍ଵସ୍ତି, ଖସିଛି ପାରଦ, ୯ ଯାଏଁ କାଳବୈଶାଖୀ ସମ୍ଭାବନା
  • ||
  • ତାଳଚେର : ଅନୁଗୁଳ ତଳଗଡ଼ ଗ୍ରାମରେ ହାତୀ ଆକ୍ରମଣରେ ଜଣେ ମହିଳା ମୃତ
  • ||

ମହାକାଶ ବିଜ୍ଞାନ ପାଠ ପଢ଼ିବେ ସ୍କୁଲ ପିଲା, ଇସ୍ରୋ ଆରମ୍ଭ କରିବ ‘ଯୁବିକା’ କାର୍ଯ୍ୟକ୍ରମ

source:www.indiatoday.in

ଭୁବନେଶ୍ୱର, ୧୩ା୩(ବ୍ୟୁରୋ): ସ୍କୁଲରେ ପଢୁଥିବା ପିଲାମାନେ ମହାକାଶ ବିଷୟରେ ଅଧିକ ଜ୍ଞାନ ଆହରଣ କରିବେ । ମହାକାଶ ବିଜ୍ଞାନ, କୌଶଳ ଓ ଏହାର ଆପ୍ଲିକେସନ୍‌ ବିଷୟରେ ସେମାନଙ୍କ ମୌଳିକ ଜ୍ଞାନର ବିକାଶ କରାଯିବ । ଏହାର ମୂଳଦୁଆ ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ଦିଆଯିବ । ମହାକାଶ ବିଜ୍ଞାନରେ ଛାତ୍ରଛାତ୍ରୀଙ୍କ ଆଗ୍ରହକୁ ବୃଦ୍ଧି କରିବା ଲକ୍ଷ୍ୟ ନେଇ ଇଣ୍ଡିଆନ୍‌ ସ୍ପେସ୍‌ ରିସର୍ଚ୍ଚ ଅର୍ଗାନାଇଜେସନ୍‌(ଇସ୍ରୋ) ପକ୍ଷରୁ ଚଳିତ ବର୍ଷରୁ ‘ଯୁବ ବିଜ୍ଞାନ କାର୍ଯ୍ୟକ୍ରମ-ଯୁବିକା’ ଆରମ୍ଭ ହେବାକୁ ଯାଉଛି ।
ଯୁବ ବିଜ୍ଞାନ କାର୍ଯ୍ୟକ୍ରମ-ଯୁବିକା ଗ୍ରୀଷ୍ମ ଛୁଟି ଅର୍ଥାତ୍‌ ଏପ୍ରିଲ୍‌ ଓ ମେ ମାସ ଭିତରେ ହେବ । ଦୁଇ ସପ୍ତାହ ଧରି ଏହି କାର୍ଯ୍ୟକ୍ରମ ଚାଲିବ । ଏହା ପାଠ୍ୟକ୍ରମ ପାଇଁ ଅଷ୍ଟମ ଶେଷ ଓ ନବମ ଶ୍ରେଣୀ ପଢ଼ିବାକୁ ଥିବା ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିପାରିବେ । ସିବିଏସ୍‌ଇ, ଆଇସିଏସ୍‌ଇ ଓ ରାଜ୍ୟ ସରକାରଙ୍କ ପାଠ୍ୟକ୍ରମରେ ପଢୁଥିବା ଛାତ୍ରଛାତ୍ରୀ ଏଥିରେ ଭାଗ ନେବେ । ପ୍ରତି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳରୁ ୩ ଜଣ ଛାତ୍ରଛାତ୍ରୀଙ୍କୁ ବଛାଯାଇ ଇସ୍ରୋକୁ ପଠାଯିବ ।
ଛାତ୍ରଛାତ୍ରୀ ଚୟନ କରିବା ନେଇ ଇସ୍ରୋ ପକ୍ଷରୁ ଏକ କ୍ରାଇଟେରିଆ ପ୍ରସ୍ତୁତ କରାଯାଇଛି । ସମୁଦାୟ ୧୦୦ ପ୍ରତିଶତ ନମ୍ବର ରଖାଯାଇଛି । ଏହି କ୍ରାଇଟେରିଆ ଅନୁସାରେ ଅଷ୍ଟମ ଶ୍ରେଣୀରେ ପ୍ରଦର୍ଶନ ପାଇଁ ୫୦ ପ୍ରତିଶତ ନମ୍ବର ମିଳିବ । ସେହିପରି ସାଇନ୍ସ୍‌ କ୍ଲବ୍‌ ତଥା ସ୍ପେସ୍‌ କ୍ଲବ୍‌ର ସଦସ୍ୟ ଭାବେ ୫ ପ୍ରତିଶତ, ଜିଲ୍ଲା/ରାଜ୍ୟ/ଜାତୀୟ/ ଅନ୍ତର୍ଜାତୀୟ ସ୍ତରରେ ବିଭିନ୍ନ ପ୍ରତିଯୋଗିତାରେ ବିଜେତା ହୋଇଥିଲେ ୨/୪/୬/୧୦ ପ୍ରତିଶତ, ଖେଳ ପ୍ରତିଯୋଗିତାରେ ବିଜେତା ହୋଇଥିଲେ ୨/୪/୬/୧୦ ପ୍ରତିଶତ, ସ୍କାଉଟ/ଗାଇଡ୍‌/ଏନ୍‌ସିସି/ ଏନ୍‌ଏସ୍‌ଏସ୍‌ରେ ସଦସ୍ୟ ଥିଲେ ୫ ପ୍ରତିଶତ, ଗ୍ରାମାଞ୍ଚଳ ସ୍କୁଲରେ ପଢୁଥିଲେ ୨୦ ପ୍ରତିଶତ ମାର୍କ ମିଳିବ । ଏସବୁକୁ ମିଶାଇ ସମୁଦାୟ ୧୦୦ ପ୍ରତିଶତ ମାର୍କ ରଖାଯାଇଛି । ଏହି କ୍ରାଇଟେରିଆକୁ ଭିତ୍ତି କରି ରାଜ୍ୟ ସରକାର ନିଜ ରାଜ୍ୟରୁ ୩ ଜଣ ଛାତ୍ରଛାତ୍ରୀଙ୍କୁ ଚୟନ କରିବେ । ଆସନ୍ତା ୨୫ ତାରିଖ ସୁଦ୍ଧା ଚୟନ ପ୍ରକ୍ରିୟା ଶେଷ କରି ଶ୍ରେଷ୍ଠ ୩ ଜଣ ଛାତ୍ରଛାତ୍ରୀଙ୍କ ନାମ ଇସ୍ରୋକୁ ପଠାଇବେ । ଯେଉଁ ଛାତ୍ରଛାତ୍ରୀମାନେ ଏହି କାର୍ଯ୍ୟକ୍ରମରେ ଯୋଗ ଦେବେ ସେମାନଙ୍କର ସମସ୍ତ ଖର୍ଚ୍ଚ ଇସ୍ରୋ ବହନ କରିବ ।
ଦୁଇ ସପ୍ତାହ ଧରି ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ବୈଜ୍ଞାନିକମାନେ ଛାତ୍ରଛାତ୍ରୀଙ୍କୁ ନିଜ ଅଭିଜ୍ଞତା କହିବେ । ଛାତ୍ରଛାତ୍ରୀମାନେ ଲ୍ୟାବ୍‌ ପରିଦର୍ଶନ କରିବେ । ବିଶେଷଜ୍ଞମାନଙ୍କ ସହ ଆଲୋଚନା କରିବେ । ଏହା ପରେ ବିଭିନ୍ନ ପ୍ରାକ୍ଟିକାଲ୍‌ କାର୍ଯ୍ୟକ୍ରମ ହେବ ବୋଲି ଇସ୍ରୋ ପକ୍ଷରୁ ବିଜ୍ଞପ୍ତିରେ କୁହାଯାଇଛି । ଯୁବଗୋଷ୍ଠୀଙ୍କ ମଧ୍ୟରେ ବିଜ୍ଞାନ ଓ ଜ୍ଞାନକୌଶଳ କ୍ଷେତ୍ରରେ ସଚେତନ କରିବା ‘ଯୁବିକା’ କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ । ଏହା ସହ ଛାତ୍ରଛାତ୍ରୀଙ୍କୁ ବିଜ୍ଞାନ, ବୈଷୟିକ, ଇଞ୍ଜିନିୟରିଂ ଓ ଗଣିତ ଆଦି କ୍ଷେତ୍ରରେ ଗବେଷଣା କରିବାକୁ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରୋତ୍ସାହିତ କରାଯିବ ।