ପୋଖରୀରେ ଓଲଟି ପଡିଲା ସ୍କୁଲ ଭ୍ୟାନ୍, ୮ ଛାତ୍ରଛାତ୍ରୀ ଆହତ

ଆନନ୍ଦପୁର ୬/୩: ସୋସ ଥାନା ଅନ୍ତର୍ଗତ ଜମ୍ବିରା ଗାଁ ନିକଟରେ ଏକ ସ୍କୁଲଭ୍ୟାନ୍ ପୋଖରୀରେ ଓଲଟି ପଡିଛି । ସ୍କୁଲ୍ ଭ୍ୟାନଟି ଛାତ୍ରଛାତ୍ରୀଙ୍କୁ ନେଇ ଯାଉଥିବା ସମୟରେ ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସିପଡି ଏକ ପୋଖରୀରେ ଓଲଟି ପଡିଛି । ଏହି ଅଘଟଣରେ ଭ୍ୟାନରେ ଥିବା 8ଜଣ ଛାତ୍ରଛାତ୍ରୀ ସାମାନ୍ୟ ଆହତ ହୋଇଛନ୍ତି । ସ୍କୁଲ ଭ୍ୟାନଟି ସ୍ଥାନୀୟ ଅଞ୍ଚଳରୁ ଛାତ୍ରଛାତ୍ରୀଙ୍କୁ ନେଇ ଚଣ୍ଡୀବିରଞ୍ଚିପୁରଠାରେ ଥିବା ଏକ ଇଂରାଜୀ ମାଧ୍ୟମ ସ୍କୁଲକୁ ଯାଉଥିବାବେଳେ ଏହି ଦୁର୍ଘଟଣା ଘଟିଛି ।