ଅଟୋରେ ପିଲା ଆସିଲେ ସ୍କୁଲ ହେବ ବ୍ୟାନ୍

ଭୁବନେଶ୍ୱର, ୨୦|୦୨:  ବାରମ୍ବାର ଅଟୋ ଓଲଟି ସ୍କୁଲ ପିଲା ମୃତାହତ ହେଉଥିବା ଖବର ଆସିବା ପରେ ପରିବହନ ବିଭାଗ କଡା ପଦକ୍ଷେପ ଗ୍ରହଣ କରିଛି। ଏବେ ସ୍କୁଲ ପିଲାଙ୍କୁ ଅଟୋରେ ନେବା ଆଣିବା କରାଗଲେ ସଂପୃକ୍ତ ସ୍କୁଲ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପରିବହନ ବିଭାଗର ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି।

ଗତ କିଛି ଦିନ ଧରି ରାଜ୍ୟର ବିଭିନ୍ନ ସ୍ଥାନରୁ ଅଟୋ ଓଲଟି ସ୍କୁଲ ପିଲା ମୃତାହତ ହେଉଥିବା ଖବର ଆସିଥିଲା। ଏହାପରେ ସରକାର ତତ୍ପରତା ପ୍ରକାଶ କରିଥିଲେ। ଆଜି ବିଭାଗୟୀ ମନ୍ତ୍ରୀ କହିଛନ୍ତି ଯେ, ପୂର୍ବରୁ ଅଟୋରେ ସ୍କୁଲ ପିଲା ନେବା ଆଣିବା ଉପରେ ରୋକ ଲଗାଯାଇଥିଲା। ତେବେ ଏହାକୁ ଅମାନ୍ୟ କରି ମଧ୍ୟ କିଛି ଅଟୋ ସ୍କୁଲ ପିଲାଙ୍କୁ ନେବା ଆଣିବା କରୁଥିଲେ। ଏବେ କିନ୍ତୁ ସ୍କୁଲ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ଏପରିକି ଗାଇଡଲାଇନ୍ ପାଳନ ନକଲେ ସ୍କୁଲ ମଧ୍ୟ ବ୍ୟାନ ହେବ।

ଆହୁରି ମଧ୍ୟ ନୂଆ ସ୍କୁଲ ଖୋଲିବେ ପିଲାଙ୍କୁ ନେବା ଆଣିବା କରିବାକୁ ପରିବହନ ବିଭାଗର ଅନୁମତି ନେବାକୁ ପଡିବ ବୋଲି ମନ୍ତ୍ରୀ କହିଛନ୍ତି।

   ସମ୍ବନ୍ଧିତ ଖବର


ନନ୍ଦନକାନନରେ ଶାଗୁଣା ମୃତ: ରଣପୁରରୁ ହୋଇଥିଲା ଉଦ୍ଧାର

କର୍ତ୍ତବ୍ୟ ଆଗ, ନାହିଁ କରୋନାକୁ ଡର : ସଂକ୍ରମଣକୁ ଖାତିର ନକରି କାମ କରିଚାଲିଛନ୍ତି ସଫେଇ କର୍ମଚାରୀ

ବ୍ୟାଙ୍କ ମ୍ୟାନେଜରଙ୍କୁ ମହଙ୍ଗା ପଡିଲା ଅନ୍‌ଲାଇନ୍‌ରେ ମଦ କିଣା, ୧୯ ହଜାର ଠକିନେଲେ

ନଟ୍ ଆଉଟ୍!… କରୋନା ନୁହେଁ ସନ୍ଦିଗ୍ଧ