ବଦଳିବ ସ୍କୁଲ ତାରିଖ, ନଭେମ୍ବରରେ ଖୋଲିବ କିନ୍ତୁ ୧୬ରେ ନୁହେଁ…

ଭୁବନେଶ୍ବର ୩୧।୧୦ : ନଭେମ୍ବର ୧୬ରେ ଖୋଲିବନି ସ୍କୁଲ। ଏନେଇ ସୂଚନା ଦେଲେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ। ଖୁବ୍‌ଶୀଘ୍ର ଏସ୍‌ଆର୍‌ସି ଜାରି କରିବେ ସଂଶୋଧିତ ଗାଇଡଲାଇନ। ଜ। ଏନେଇ ଗଣଶିକ୍ଷା ବିଭାଗରେ ଚାଲିଛି ଆଲୋଚନା। ସ୍କୁଲ ଖୋଲିବାରେ ଆଉ କିଛି ଦିନ ବିଳମ୍ବ ହୋଇପାରେ ବୋଲି କୁହାଯାଇଛି।  

ନଭେମ୍ବର ପାଇଁ ଅନ୍ ଲକ୍ -୬ ଗାଇଡଲାଇନ୍ ଜାରି କରିଥିଲେ ରାଜ୍ୟ ସରକାର । ନଭେମ୍ବର ୧୬ରୁ ସ୍କୁଲ ଖୋଲିବ ବୋଲି ପ୍ରଥମେ ସୂଚନା ଦିଆଯାଇଥିଲା । ନବମରୁ ଦ୍ବାଦଶ ଶ୍ରେଣୀ ଯାଏ ସ୍କୁଲ ଖୋଲିବ । ତେବେ ନଭେମ୍ବର ୩୦ ତାରିଖ ଯାଏ ଅନ୍ୟ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବ ବୋଲି ନିର୍ଦ୍ଦେଶନାମା ଜାରି କରାଯାଇଥିଲା । ତେବେ ନଭେମ୍ବରରେ ସ୍କୁଲ ଖୋଲିବ କିନ୍ତୁ ୧୬ରେ ଖୋଲିବା ସମ୍ଭବ ନୁହେଁ ବୋଲି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ ଯେ, ମହାମାରୀ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ମାର୍ଚ୍ଚ ମାସରୁ ସ୍କୁଲ ବନ୍ଦ ରହିଛି । ପୂର୍ବରୁ ଦୁର୍ଗାପୂଜା ପରେ ସ୍କୁଲ ଖୋଲିବ ବୋଲି କୁହାଯାଉଥିଲା । ହେଲେ କରୋନା ସଂକ୍ରମଣ କମ୍ ହୋଇନଥିବାରୁ ସ୍କୁଲ ଖୋଲିନଥିଲା । ଏପଟେ ରାଜ୍ୟରେ କରୋନା ସଂକ୍ରମଣ ଏ ପର୍ଯ୍ୟନ୍ତ ନିୟନ୍ତ୍ରଣାଧୀନ ହୋଇ ନ ଥିବାରୁ ସ୍କୁଲ ନ ଖୋଲିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିଲେ । ତେବେ ଛାତ୍ରଛାତ୍ରୀଙ୍କୁ ଅନଲାଇନରେ ପାଠ ପଢ଼ା ଯାଉଛି ।