ସେପ୍ଟେମ୍ବର ପୂର୍ବରୁ ଇଟାଲୀରେ ଖୋଲିବନି ସ୍କୁଲ

ମିଲାନ ୨୮/୪: ଇଟାଲୀରେ ଆସନ୍ତା ସେପ୍ଟେମ୍ୱର ମାସ ପୂର୍ବରୁ ସ୍କୁଲ ଖୋଲିବ ନାହିଁ । କିନ୍ତୁ ସରକାର ମେ’ ୪ ବେଳକୁ ଦେଶର ନିର୍ମାଣ ଉଦ୍ୟୋଗଗୁଡିକୁ କାର୍ଯ୍ୟ ଆରମ୍ଭ କରିବା ପାଇଁ ଅନୁମତି ଦେବେ । ସେହିପରି ରପ୍ତାନି ସହ ଜଡ଼ିତ କିଛି ଉଦ୍ୟୋଗଙ୍କୁ ପୁଣି ଥରେ କାମ ଚାଲୁ କରିବାକୁ ସୁଯୋଗ ଦିଆଯିବ । ସରକାର ବହୁତ ଦିନ ଯାଏଁ କଂପାନିଗୁଡିକୁ ବନ୍ଦ ରଖିପାରିବେ ନାହିଁ । କଂପାନିଗୁଡିକ ଅଧିକ ଦିନ ବନ୍ଦ ରହିଲେ ସେମାନେ ବଜାରରେ ପ୍ରତିଦ୍ୱଦ୍ୱିତାର ସମ୍ମୁଖୀନ ହୋଇପାରିବେ ନାହିଁ । ସେମାନଙ୍କ ବଜାର ସେୟାର ଅନ୍ୟ କେହି ମାଡ଼ିବସିବ । ଉଦ୍ୟୋଗଗୁଡିକ ବେଶି ଦିନ ବନ୍ଦ ରହିଲେ ଦେଶର ସାମାଜିକ ଓ ଅର୍ଥନୈତିକ ବ୍ୟବସ୍ଥା ଉପରେ ଏହାର ଖରାପ ପ୍ରଭାବ ପଡିବ । କିନ୍ତୁ ପବ୍‌, ବାର ଓ ରେସ୍ତୋରାଁ ଆଦିକୁ ଖୋଲାଯିବା ପାଇଁ ଆଉ କିଛି ଦିନ ଅପେକ୍ଷା କରିବାକୁ ହେବ ।

ଇଟାଲୀର ପ୍ରଧାନମନ୍ତ୍ରୀ ଗୁସେପ କୋଂଟେ ଏହା ପ୍ରକାଶ କରିଛନ୍ତି । କରୋନା ଦ୍ୱାରା ୟୁରୋପୀୟ ଦେଶଗୁଡିକ ଭିତରେ ଇଟାଲୀ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି । ଏ ପର୍ଯ୍ୟନ୍ତ ଦେଶରେ ଏହି ଭାଇରସ ଦ୍ୱାରା ପ୍ରାୟ ୨ ଲକ୍ଷ ଲୋକ ସଂକ୍ରମିତ ହୋଇଥିଲା ବେଳେ ୨୭ ହଜାର ଲୋକ ପ୍ରାଣ ହରାଇସାରିଲେଣି । କରୋନା ନିୟନ୍ତ୍ରଣ ପାଇଁ ଜାରି କରାଯାଇଥିବା ଲକ୍‌ଡାଉନ୍‌ ମେ’ ୭ ଯାଏଁ ଜାରି ରହିବ । ଇଟାଲୀ ସରକାର ଚାହୁଁଛନ୍ତି କି ଲକ୍‌ଡାଉନ୍‌ ହଟିବା ପରେ ପରିସ୍ଥିତିକୁ ଧୀରେ ଧୀରେ ସ୍ୱାଭାବିକ କରିବା ପାଇଁ ଉଦ୍ୟମ କରାଯିବ । ଯାହାସବୁ ବନ୍ଦ କରାଯାଇଛି, ସେ ସବୁକୁ ଏକାସାଙ୍ଗରେ ଖୋଲାଯିବ ନାହିଁ । ସରକାର ଏଥିପାଇଁ ଏକ ଯୋଜନା ପ୍ରସ୍ତୁତ କରୁଛନ୍ତି ବୋଲି କୋଂଟେ ସୂଚନା ଦେଇଛନ୍ତି ।

   ସମ୍ବନ୍ଧିତ ଖବର


ରାଜ୍ୟରେ ପୁଣି ୧୪ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୧୨୫୯ କୁ ବୃଦ୍ଧି

ପୁଣି ଚିହ୍ନଟ ହେଲେ ୧୪୮୦ ନୂଆ ଆକ୍ରାନ୍ତ: ସଂକ୍ରମିତଙ୍କ ସଂଖ୍ୟା ୨ ଲକ୍ଷ ୮୨ ହଜାର ଡେଇଁଲା

ଶୁଙ୍ଘିକି କରୋନା ଭାଇରସକୁ ଚିହ୍ନଟ କରିବ କୁକୁର!ବିଶ୍ବର ଏହି ସବୁ ଦେଶ ଦେଉଛନ୍ତି ଟ୍ରେନିଂ

ପାକିସ୍ତାନର ମୁଖା ଖୋଲିଲେ ନଓ୍ବାଜ ସରିଫ୍, କହିଲେ-କାର୍ଗିଲ ଯୁଦ୍ଧ ବେଳେ ସେନା ପାଖରେ ଖାଦ୍ୟ ଓ ଅସ୍ତ୍ରଶସ୍ତ୍ର ନଥିଲା

ପୁରୁଣା ମାନଚିତ୍ର ସେୟାର କରି ଦଶହରାର ଶୁଭେଚ୍ଛା ଜଣାଇଲେ ପିଏମ୍‌ ଓଲି, ନେପାଳବାସୀ କହିଲେ..

୬୫ ବର୍ଷ ବୟସରେ ଦ୍ବିତୀୟ ବିବାହ କରିବେ ଜଣାଶୁଣା ଓକିଲ ହରିଶ ସାଲଭେ, କାହାକୁ ବାହା ହେବେ ଜାଣନ୍ତୁ