ରାଉରକେଲା ସ୍କର୍ପିଓ ପୋଡି ଘଟଣା; ଗୋମାଂସ ଚାଲାଣ ସନ୍ଦେହରେ ଦୁର୍ବୃତ୍ତ ଜାଳିଥିଲେ ଗାଡି, ଡ୍ରାଇଭର ସମେତ ୪ ଗିରଫ

ରାଉରକେଲା: ରାଉରକେଲା ଟାଙ୍ଗିରିପାଲି ଥାନା କଚରାପଲ୍ଲୀ ହକେଟ ରୋଡରେ ଶୁକ୍ରବାର ଭୋରରୁ ଏକ ସ୍କର୍ପିଓ ଗାଡିକୁ କିଛି ଦୁର୍ବୁତ୍ତ ପୋଡିଦେଇଥିଲେ । ଗାଡିରେ ଗୋମାଂସ ଚାଲାଣ ହେଉଥିବା ଅଭିଯୋଗରେ ଗାଡିଟିକୁ ପୋଡିଦେଇଥିଲେ କିଛି ଦୁର୍ବୃତ୍ତ । ଏହି ଘଟଣାରେ ଆଜି ପୋଲିସ ୪ ଜଣଙ୍କୁ ଗିରଫ କରିଛି ।

ସୂଚନା ମୁତାବକ ସ୍କର୍ପିଓରେ ଜଣେ ମହିଳାଙ୍କ ସମେତ ୩ ଜଣ ଯୁବକ ଥିଲେ । ୧୦ ରୁ ୧୨ ଜଣ ଯୁବକ ବାଇକରେ ଆସି ବିଭିନ୍ନ ସ୍ଲୋଗାନ ଦେଇ ଗାଡିରେ ନିଆଁ ଲଗାଇ ଦେଇଥିଲେ । ନିଆଁ ଲଗାଇଥିବା ଦୁର୍ବୃତ୍ତଙ୍କ ମାଡ ଭୟରେ ଗାଡିରେ ଥିବା ୩ ଜଣ ଫେରାର ହୋଇଯାଇଥିଲେ । ପୋଲିସ ଆଜି ସେମାନଙ୍କୁ ଠାବ କରିବାରେ ସକ୍ଷମ ହୋଇଛି । ଏଥିସହ ଗାଡିରେ ଗୋମାଂସ ଚାଲାଣ ହେଉଥିବାର ସୂଚନା ମଧ୍ୟ ପାଇଛି । ଏହି ମାମଲାରେ ପୋଲିସ ଡ୍ରାଇଭର ସମେତ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିଛି ।

   ସମ୍ବନ୍ଧିତ ଖବର


କାହାକୁ ନଜଣାଇ ଲୁଚିଛପି କିମ ଜୋଙ୍ଗ ଉନ ନିଜ ପରିବାର ସହ ନେଇଗଲେ କରୋନା ଟିକା, ଜାଣନ୍ତୁ କେଉଁଠୁ ପାଇଲେ ସେ ଟିକା ?

ତଦନ୍ତ ବେଳେ ଆଶ୍ଚର୍ଯ୍ୟ ହୋଇଗଲା ପୁଲିସ- ହତ୍ୟା ଅଭିଯୋଗ କରିଥିବା ବ୍ୟକ୍ତି ହଁ ହତ୍ୟାକାରୀ

ଦେଶର ସମସ୍ତ ଲୋକଙ୍କୁ ମିଳିବନି କରୋନା ଟିକା: କେନ୍ଦ୍ର ସ୍ବାସ୍ଥ୍ୟସଚିବ

ସୁଧୁରୁଚି ଦେଶର ଅର୍ଥନୀତି, ଲଗାତାର ଭାବେ ଦ୍ବିତୀୟ ମାସରେ ୧ ଲକ୍ଷ କୋଟି ପାରକଲା GST କଲେକସନ୍ …

ଏବେ ଚୀନର ବଢିବ ମୁଣ୍ଡବ୍ୟଥା, ନୂଆବର୍ଷରୁ ବ୍ରହ୍ମପୁତ୍ର ନଦୀ ଉପରେ ସବୁଠୁ ଲମ୍ବା ସେତୁ ନିର୍ମାଣ କରିବ ଭାରତ…

ବିଲୁଆ, ହରିଆ ଏବଂ ବାଦଲକୁ ଗିରଫ କଲେ କମିଶନରେଟ୍‌ ପୋଲିସ- ବନ୍ଧୁକ ଧରି କରୁଥିଲେ ଡକାୟତି ଯୋଜନା, ୩ ସହଯୋଗୀ ଘଟଣାସ୍ଥଳରୁ ଚମ୍ପଟ