ବିଦେଶରେ ଥିବା ୫୦ ଜଣ ବେଜ୍ଞାନିକଙ୍କ ସହ କରୋନା ସଂକ୍ରମିତ ବୈଜ୍ଞାନିକଙ୍କୁ ଭାରତ ଅଣାଗଲା

ନୂଆଦିଲ୍ଲୀ,: ଚଳିତ ମାସର ପ୍ରଥମ ସପ୍ତାହରେ ଭାରତୀୟ ବାୟୁସେନା ନିଜର ଏକ ସ୍ୱତନ୍ତ୍ର ପରିବହନ ବିମାନ ବ୍ୟବହାର କରି ବିଦେଶରୁ ୫୦ ଜଣ ଭାରତୀୟ ବୈଜ୍ଞାନିକଙ୍କୁ ସ୍ୱଦେଶ ଫେରାଇ ଆଣିଥିଲା । ସେମାନଙ୍କ ଭିତରେ କିଛି କରୋନା ସଂକ୍ରମିତ ବୈଜ୍ଞାନିକ ବି ଥିଲେ ।

ରିପୋର୍ଟ ଅନୁଯାୟୀ, ଏହି ବୈଜ୍ଞାନିକମାନେ ସରକାରୀ ବୁଝାମଣା ଆଧାରରେ ମଧ୍ୟ ଏସିଆର ଏକ ଦେଶରେ କାମ କରୁଥିଲେ । ଚଳିତ ମାସ ପ୍ରାରମ୍ଭରେ ସେମାନଙ୍କ ଭିତରୁ କେତେ ଜଣ କରୋନା ଦ୍ୱାରା ଆକ୍ରାନ୍ତ ହୋଇଥିବାର ଜଣାପଡିଥିଲା । ଏ ସମ୍ପର୍କରେ ସୂଚନା ପାଇବା ପରେ ସେଠାରେ ଥିବା ଭାରତୀୟ ଦୂତାବାସ ତୁରନ୍ତ ଭାରତ ସରକାରଙ୍କ ସହିତ ଯୋଗାଯୋଗ କରିଥିଲା ।

Lady scientist in microbiology laboratory working with E coli culture

ସରକାରଙ୍କ ତରଫରୁ ବାୟୁସେନା ନିଜର ବିମାନ ସାହାଯ୍ୟରେ ସେମାନଙ୍କୁ ଆଣିପାରିବ କି ନାହିଁ ବୋଲି ଅନୁଧ୍ୟାନ କରାଯାଇଥିଲା । ବାୟୁସେନା ଏଥିପାଇଁ ରାଜି ହୋଇଯାଇଥିଲା । ସେମାନଙ୍କୁ ଆଣିବା ପାଇଁ ଏକ ସି-୧୭ ପରିବହନ ବିମାନ ସେଠାକୁ ପଠାଯାଇଥିଲା । ୯ ଘଣ୍ଟାର ଯାତ୍ରା ପରେ ବୈଜ୍ଞାନିକମାନେ ଦେଶରେ ପହଞ୍ଚିଛନ୍ତି ।