ଲକ୍‌ଡାଉନ୍‌ ନିୟମ ଭାଙ୍ଗି ପଦବି ହରାଇଲେ ବ୍ରିଟେନର ଜଣେ ପ୍ରମୁଖ ବୈଜ୍ଞାନିକ

ଲଣ୍ଡନ ୭/୫: ବ୍ରିଟେନର ଜଣେ ପ୍ରମୁଖ ସଂକ୍ରାମକ ରୋଗ ବିଶେଷଜ୍ଞ ନିଲ ଫର୍ଗୁସନ ଏବେ ଲକ୍‌ଡାଉନ୍‌ ନିୟମ ଭାଙ୍ଗି ବିବାଦୀୟ ହୋଇପଡ଼ିଛନ୍ତି । ସେ କରୋନା ସଂକ୍ରମଣ ରୋକିବା ପାଇଁ ବ୍ରିଟିଶ ସରକାରଙ୍କ ପରାମର୍ଶଦାତା ଭାବେ କାର୍ଯ୍ୟ କରୁଥିଲେ । କିନ୍ତୁ ବିବାଦ ପରେ ସେ ଉକ୍ତ ପଦବିରୁ ଓହରିଯାଇଛନ୍ତି । ବ୍ରିଟେନର ସ୍ୱାସ୍ଥ୍ୟ ସଚିବ ମ୍ୟାଟ୍‌ ହ୍ୟାଙ୍କକ୍‌ କହିଛନ୍ତି ଯେ ଫର୍ଗୁସନ ଏପରି ହରକତ କରିବା ଅସାଧାରଣ ଘଟଣା । ଦେଶର ଆଇନ ସମସ୍ତଙ୍କ ପାଇଁ ସମାନ । ତେଣୁ ସମସ୍ତେ ଏହାକୁ ମାନିବା ଦରକାର । ଫର୍ଗୁସନଙ୍କୁ ଏଥିପାଇଁ ଦଣ୍ଡିତ କରାଯିବ କି ନାହିଁ, ତାହା ପୁଲିସ ବିଚାର କରିବ ।

ଲଣ୍ଡନ ସ୍ଥିତ ଏକ ପ୍ରମୁଖ ପ୍ରତିଷ୍ଠାନରେ କାର୍ଯ୍ୟରତ ଫର୍ଗୁସନ କରୋନା ଭାଇରସ ଯୋଗୁ ବ୍ରିଟେନ ସମେତ ଅନ୍ୟ ଦେଶମାନଙ୍କରେ କେତେ ଲୋକ ସଂକ୍ରମିତ ହେବେ ଏବଂ ପ୍ରାଣ ହରାଇବେ ତାହା ଆକଳନ କରିଥିଲେ । ସେହିପରି ତାଙ୍କର ପରାମର୍ଶକ୍ରମେ ବ୍ରିଟେନ ସରକାର ଦେଶରେ ଲକ୍‌ଡାଉନ୍‌ ଜାରି କରିଥିଲେ । ଲକ୍‌ଡାଉନ୍‌ର ନିୟମାବଳି ଚୂଡ଼ାନ୍ତ କରିବାରେ ବି ତାଙ୍କର ଭୂମିକା ଥିଲା । କିନ୍ତୁ ସେ ଏବେ ନିଜେ ଏହି ନିୟମ ଭାଙ୍ଗିଛନ୍ତି ।

ବ୍ରିଟେନର ଏକ ଖବରକାଗଜରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଲକ୍‌ଡାଉନ୍‌ ନିୟମର ଅବହେଳା କରି ଫର୍ଗୁସନ ଜଣେ ମହିଳାଙ୍କୁ ନିଜ ଘରକୁ ଆସିବାକୁ ଅନୁମତି ଦେଇଥିଲେ । ଫର୍ଗୁସନ ଏହି ଘଟଣାକୁ ସ୍ୱୀକାର କରିଛନ୍ତି ଏବଂ ସେ ଭୁଲ କରିଛନ୍ତି ବୋଲି ପ୍ରକାଶ କରିଛନ୍ତି । ତେବେ ସେ ପୂର୍ବରୁ କରୋନା ଦ୍ୱାରା ସଂକ୍ରମିତ ହୋଇ ସୁସ୍ଥ ହୋଇଥିବା ଯୋଗୁ ସେ ଏହି ଭାଇରସର ମୁକାବିଲା ପାଇଁ ରୋଗ ପ୍ରତିରୋଧକ ଶକ୍ତି ବିକଶିତ କରିଦେଇଛନ୍ତି ବୋଲି ଭାବୁଥିଲେ । ତେଣୁ ସେ କରୋନା ସଂକ୍ରମଣର ଭୟ ନରଖି ଉକ୍ତ ମହିଳାଙ୍କୁ ନିଜ ଘରକୁ ନିମନ୍ତ୍ରଣ କରିଥିଲେ ବୋଲି କହିଛନ୍ତି ।

   ସମ୍ବନ୍ଧିତ ଖବର


ଘରେ ରହି ମା’ଙ୍କ ପୂଜା କରିବାକୁ ରାଜ୍ୟବାସୀଙ୍କୁ ଅପିଲ କଲେ ମୁଖ୍ୟମନ୍ତ୍ରୀ,କହିଲେ ପରିବାର ସହ ପାଳନ କରନ୍ତୁ ପୂଜା…

କରୋନାକୁ ନେଇ ମୋଦିଙ୍କ ଚେତାବନୀ, ଟିକା ଆସିବା ପର୍ଯ୍ୟନ୍ତ ସତର୍କ ହେବା…

ଅହମଦାବାଦରେ ଭାରତ-ଇଂଲଣ୍ଡ ମଧ୍ୟରେ ଖେଳାଯିବ ପିଙ୍କ୍‌ ବଲ ଟେଷ୍ଟ ମ୍ୟାଚ୍, ସୂଚନା ଦେଲେ ସୌରଭ

କାମାନ୍ଧ ଯୁବକଙ୍କ ଅଜବ ଯୌନ ଲାଳସା; ମହିଳାଙ୍କ ଅନ୍ତବସ୍ତ୍ର ଚୋରାଇବା ପାଇଁ ଭାଙ୍ଗୁଥିଲେ କଠିନ ଲକଡାଉନ କଟକଣା, ଘରୁ ମିଳିଲା ୧୦୦ ବ୍ରା ଓ ୪୧ ହଳ ପ୍ୟାଣ୍ଟି…

7th pay commission: କେନ୍ଦ୍ରୀୟ କର୍ମଚାରୀଙ୍କୁ ଦିପାବଳୀ ଉପହାର ଦେବେ ସରକାର, ଜାଣନ୍ତୁ କ’ଣ ନୂଆ ନିଷ୍ପତ୍ତି…

IPL ୨୦୨୦: ପ୍ରଥମ ଖେଳାଳି ଭାବେ ଇତିହାସ ରଚିଲେ ଶିଖର ଧାଓ୍ବନ, ନିଜ ନାମରେ କଲେ ଏହି ଖାସ୍‌ ରେକର୍ଡ