କରୋନାକୁ ମାତ୍‌ ଦେବ ଆଣ୍ଟିବଡ଼ି … ଲ୍ୟାବ୍‌ରେ ଆରମ୍ଭ ହେଲା ପରୀକ୍ଷା

ନେଦରଲାଣ୍ଡ ୫/୦୫ : କରୋନା ଭାଇରସ୍‌ର ପ୍ରତିରୋଧ ପାଇଁ ବିଶ୍ୱରେ ନାନୱା ପରୀକ୍ଷା ନୀରିକ୍ଷା ଚାଲିଛି । ଆଉ ଏହି ଭିତରେ ନେଦରଲାଣ୍ଡରେ ବୈଜ୍ଞାନିକମାନେ ଏକ ଭିନ୍ନ ପ୍ରୟାସ କରି ଏକ ଆଣ୍ଟିବଡ଼ିକୁ ବିକଶିତ କରିଛନ୍ତି । ଏହା ହେଉଛି ଏକ ମନୋକ୍ଲୋନଲ ଆଣ୍ଟିବଡ଼ି।

 ତିଆରି କରିଛନ୍ତି। ଯାହାକି ପରୀକ୍ଷାଗାରରେ ନୂଆ କରୋନା ଭାଇରସକୁ ମାରି ପାରିବ। ଉପଚାର ଖୋଜିବା ଓ କରୋନାକୁ ରୋକିବାରେ ଏହା ନିଶ୍ଚୟ ଏକ ଆଶା ଜନକ ପ୍ରୟାସ । ଏହାର ନାଁ 47D11 ।

ପରୀକ୍ଷାଗାରରେ ଦେଖାଯାଇଛି , ଏହି ଏକ୍ସପେରିମେଣ୍ଟାଲ ଆଣ୍ଟିବଡ଼ି ସେଲ୍‌ କଲଚରକୁ  ନଷ୍ଟ କରିଦେଉଛି ।  କିନ୍ତୁ ଆନିମଲ ରିସର୍ଚ୍ଚ ଓ  ମାନବ ପରୀକ୍ଷଣ ପୂର୍ବରୁ ଏହି ଆଣ୍ଟିବଡ଼ିର ବିକାଶ ପ୍ରକ୍ରିୟାର ଆରମ୍ଭ ହୋଇଛି । କୋଭିଡ୍‌-୧୯  ଓ ଭବିଷ୍ୟତରେ ଏହି ସମ୍ୱନ୍ଧିତ ରୋଗର ଚିକିତ୍ସାରେ ଏହି ଅନ୍ୟ ଡ୍ରଗ୍ସ ସହ ହେଉ ବା ସ୍ୱତନ୍ତ୍ର ଭାବେ ହେଉ ନିଶ୍ଚୟ ସାହାଯ୍ୟ କରିପାରେ । ସୋମବାର ଦିନ  ଜର୍ଣ୍ଣାଲ ନୋଚର କମୁନିକେଶନ୍ସରେ ପ୍ରକାଶିତ ଏକ ଲେଖାରେ ଏହା କୁହାଯାଇଛି।

ବର୍ତ୍ତମାନ ଏହା ଉପରେ ଅଧିକ ରିସର୍ଚ୍ଚ କରି ଦେଖିବାକୁ ହେବ ଯେ ଏହା କିପରି କ୍ଲିନିକାଲ ସେଟିଂରେ ସ୍ପଷ୍ଟ ହେବା ସହ ଆଣ୍ଟିବଡ଼ିକୁ ପରାସ୍ତ କରିବାରେ ସଫଳ ହୋଇଛି ବୋଲି ନେଦରଲାଣ୍ଡ ୟୁଟ୍ରେକ୍ଟ ବିଶ୍ୱବିଦ୍ୟାଳୟର ବୈଜ୍ଞାନିକ ବେରେଣ୍ଡ –ଜାନ ବୋସ୍କ ଓ ତାଙ୍କ ସହଯୋଗୀ ଏକ ପେପରରେ ଲେଖିଛନ୍ତି ।

ସୂଚନା ଯେ ,  47D11  ନାମକ ଏହି ଆଣ୍ଟିବଡ଼ି ସ୍ପାଇକ୍‌ ପ୍ରୋଟିନ୍କୁ ଟାର୍ଗେଟ କରିଥାଏ ଏବଂ ନୂଆ କରୋନା ଭାଇରସକୁ ଏକ ମୁକୁଟ ଭଳି ଆକାର ଦେଇଥାଏ । ଏହା ମାନବ ଶରୀରକୁ ପ୍ରବେଶ କରିବାକୁ ଦେଇଥାଏ ।  ୟୁଟ୍ରେକ୍ଟ  ଏକ୍ସପେରିମେଣ୍ଟରେ ଏହା କେବଳ କୋଭିଡ-୧୯ ଭଳି ଭାଇରସକୁ ପରାସ୍ତ କରୁନଥିଲା ,ଏହା ସ୍ପାଇକ୍‌ ପ୍ରୋଟିନ୍‌ ଭଳି ଥିଲା । ଯାହାକି ତୀବ୍ର ଶ୍ୱସନ ସିଣ୍ଡ୍ରୋମ୍‌ ବା SARS କାରଣ ହୋଇଥାଏ ।

ଏହି ମନୋକ୍ଲୋନାଲ ଆଣ୍ଟିବଡ଼ି ଲ୍ୟାବ୍‌ରେ ତିଆରି ହୋଇଥିବା ଏକ ପ୍ରୋଟିନ୍‌ । ଯାହାକି ଶରୀରରେ ବୃଦ୍ଧି ପାଇଁ ବ୍ୟାକ୍ଟେରିଆ ଓ ଭାଇରସ୍‌ ସହ ଫାଇଟ୍‌ କରିଥାଏ ।

   ସମ୍ବନ୍ଧିତ ଖବର


ନାସା ହାତରେ ଚନ୍ଦ୍ରର ରୋମାଞ୍ଚକର ତଥ୍ୟ – ଆଜି ଏହା ଉପରୁ ଉଠିବ ରହସ୍ୟ

ମିଛ ବା ସେଲ୍ କଂମ୍ପାନୀ ଜରିଆରେ କୋଟି କୋଟି ଟଙ୍କାର ବେଆଇନ୍‌ କାରବାର, ବାହାମାସ୍ ପେପର ସ୍କାମ୍‌ରେ ଜୟ ପଣ୍ଡା ଓ ପତ୍ନୀ ଜଗୀ ମଙ୍ଗତ ପଣ୍ଡାଙ୍କ କମ୍ପାନୀର ସମ୍ପୃକ୍ତି ଅଭିଯୋଗ

କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କ ବଡ଼ ବୟାନ, ସମସ୍ତଙ୍କୁ ନିଃଶୁଳ୍କରେ ମିଳିବ କରୋନା ଟିକା

ସବ୍-ଇନ୍ସପେକ୍ଟରଙ୍କ କଳାକାରନାମା: ଝିଅଙ୍କୁ ଅଶ୍ଲୀଳ କମେଣ୍ଟ ସହ କରୁଥିଲେ ଅସଦାଚରଣ, ଶେଷରେ ଗିରଫ ହେଲେ ଏପରି

ପୋଲାଣ୍ଡର ଏହି ଚୌକ୍ ଅମିତାଭ ବଚ୍ଚନଙ୍କ ପିତାଙ୍କ ନାଁରେ ନାମିତ ହେବ, ଇଷ୍ଟାଗ୍ରାମରେ ସୂଚନା ଦେଲେ ଅଭିନେତା

ପାତାଳର ପ୍ରବେଶ ଦ୍ୱାର ପାତାଲକୋଟ୍‌, ଜାଣନ୍ତୁ କେଉଁଠି ରହିଛି ଏହି ରହସ୍ୟମୟ ସ୍ଥାନ