PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କୋରାପୁଟ: କୋଟିଆରେ ଆନ୍ଧ୍ର କର୍ମଚାରୀଙ୍କୁ ଅଧାରାସ୍ତାରେ ଅଟକାଇଲା ଓଡ଼ିଶା ପୋଲିସ
  • ||
  • କଳାହାଣ୍ଡି: ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ଅଫିସ ଘେରାଉ, ଘଟଣାସ୍ଥଳରେ ଉତ୍ତେଜନା ଜାରି
  • ||
  • ଭଦ୍ରକ: ବଉଳ ପୋଖରୀ ଅଞ୍ଚଳରୁ ୩୧୬ ଗ୍ରାମ୍ ବ୍ରାଉନସୁଗର ଜବତ କଲା ଗ୍ରାମଞ୍ଚଳ ଥାନା ପୋଲିସ, ୩ ଗିରଫ
  • ||
  • କେନ୍ଦୁଝର: ନିଖୋଜ ୪ ବର୍ଷର ଶିଶୁକନ୍ୟାର ଉଲଂଗ୍ନ ମୃତଦେହ ଉଦ୍ଧାର, ଦୁଷ୍କର୍ମ ପରେ ହତ୍ୟା କରି ଫିଙ୍ଗିଦେଇଥିବା ସନ୍ଦେହ
  • ||
  • ଖପ୍ରାଖୋଲ: ଯୁବକ ନିଖୋଜ ଅଭିଯୋଗ, ଶୁଳିଆବାହାଳ ଜଙ୍ଗଲ ମାଟିତଳୁ ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ୱର: ନନ୍ଦନକାନନରେ ବିରଳ ହିମାଳୟ ଅଣ୍ଡିରା ଭାଲୁ ‘ମୋତି’ର ମୃତ୍ୟୁ, ୫କୁ ଖସିଲା ସଂଖ୍ୟା
  • ||
  • ଢ଼େଙ୍କାନାଳ: ଷଢ଼ଙ୍ଗୀ ରେଞ୍ଜ ଅନ୍ତର୍ଗତ ଲହଡ଼ା ସରଂକ୍ଷିତ ଜଙ୍ଗଲରେ ଚିକିତ୍ସାଧୀନ ଅବସ୍ଥାରେ ଆଖିବୁଜିଲା ଦନ୍ତା, ସେପ୍ଟିସିମିଆ ରୋଗରେ ଥିଲା ପୀଡିତ
  • ||
  • ନୂଆଦିଲ୍ଲୀ : ଆରପାରିରେ ଭେଟେରାନ୍ ଅଭିନେତ୍ରୀ ମୀନୁ ମୁମତାଜ
  • ||
  • ବାଙ୍କୀ : ଜଙ୍ଗଲୀ ବାରହା ଉପଦ୍ରବ, ରାତିହେଲେ ଉଜାଡୁଛନ୍ତି ଏକର ଏକର ଫସଲ
  • ||
  • ଭୁବନ : ବାଲି ଘାଟକୁ କେନ୍ଦ୍ର କରି ମରଣାନ୍ତକ ଆକ୍ରମଣ, ବାପ-ପୁଅ ଗୁରୁତର
  • ||
  • ଭୁବନେଶ୍ୱର: ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୩୦୫କୁ ବୃଦ୍ଧି
  • ||
  • ଭୁବନେଶ୍ୱର: ରାଜ୍ୟରେ ସାମାନ୍ୟ ଖସିଲା କରୋନା ଗ୍ରାଫ୍, ଗତ ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୪୧ କୋଭିଡ୍ ପଜିଟିଭ୍
  • ||
  • ନୂଆଦିଲ୍ଲୀ : ନଭେମ୍ବର ୨୯ରୁ ସଂସଦର ଶୀତ ଅଧିବେଶନ, ୨୦ଟି କାର୍ଯ୍ୟ ଦିବସ ରହିବ
  • ||
  • ଭୁବନେଶ୍ୱର : ଆଗକୁ ବଢ଼ିବ ଶୀତ, ଆଭ୍ୟନ୍ତରୀଣ ଓଡ଼ିଶାରେ ୨ ଡିଗ୍ରୀ ଖସିଲା ତାପମାତ୍ରା
  • ||
  • ଭୁବନେଶ୍ୱର : ଓଏଏସ୍‌ ସ୍ତରରେ ଛୋଟ ଧରଣର ଅଦଳବଦଳ, ପୁରୀ ସଦର ବିଡିଓ ଭାବେ ନୂଆ ଦାୟିତ୍ଵ ସମ୍ଭାଳିବେ ସମ୍ବିତ ଶତପଥୀ
  • ||
  • ସୁନ୍ଦରଗଡ଼ : ହାତୀପଲଙ୍କୁ ଘଉଡାଇବା ବେଳେ ଅଘଟଣ, ହାତୀ ଆକ୍ରମଣରେ ଯୁବକ ମୃତ
  • ||

ଡାଇନୋସୋର ମଧ୍ୟ କ୍ୟାନସର ଭଳି ରୋଗର ଶିକାର ଥିଲା, ଜୀବାଶ୍ମ ବିଜ୍ଞାନୀଙ୍କ ରିସର୍ଚ୍ଚରୁ ଜଣାପଡିଲା

https://www.britannica.com/

ନୂଆଦିଲ୍ଲୀ,୮।୮: ପୃଥିବୀ ପୃଷ୍ଠରୁ ବିଲୁପ୍ତ ହୋଇଯାଇଥିବା ଡାଇନୋସୋରକୁ ନେଇ ନିକଟରେ ହୋଇଥିବା ଏକ ରିସର୍ଚ୍ଚରୁ ଆସିଛି ଆଶ୍ଚର୍ଯ୍ୟକର ଖବର। ତାହା ହେଲା ମଣିଷ ଭଳି ମଧ୍ୟ ଡାଇନୋସୋରକୁ କ୍ୟାନ୍ସର ଭଳି ପ୍ରାଣଘାତୀ ରୋଗ ହେଉଥିଲା।  ୧୯୮୯ରେ କାନାଡାର ଆଲବର୍ଟ ଅଞ୍ଚଳରେ ଡାଇନୋସୋରର ଜୀବାଶ୍ମ ଭାବରେ ଏକ ହାଡ ମିଳିଥିଲା। ୭.୬ କୋଟି ବର୍ଷ ପୁରୁଣା ଏହି ଡାଇନୋସୋରର ହାଡ  ଫ୍ରାକଚର ବୋଲି କୁହାଯାଉଥିଲା। କିନ୍ତୁ ପରେ ଜଣାପଡିଥିଲା ଯେ, ଏହି ହାଡରେ କ୍ୟାନସର ହୋଇଛି।

ଲେସେଣ୍ଟ ଆଙ୍କୋଲୋଜି ଜର୍ନାଲରେ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ, ଶାକାହାରୀ ଡାଇନୋସୋରର ହାଡରେ, ଯାହାକି ବିକୃତ ନଜର ଆସୁଥିଲା ତାହା ଅଷ୍ଟିଓସାରକୋମାର କାରଣରୁ ହୋଇଥିଲା। ଅଷ୍ଟିଓସାରକୋମା ହାଡର ଆଡଭାନ୍ସ କ୍ୟାନସର ହୋଇଥାଏ। ଟରୋଣ୍ଟୋ ସ୍ଥିତ ରୟାଲ ଅଟୋରିଓ ମ୍ୟୁଜିୟମର ଜୀବାଶ୍ମ ବିଜ୍ଞାନୀ ଡେଭିଡ୍ ଇଭାନସଙ୍କ କହିବା ଅନୁସାରେ, ଡାଇନୋସୋରର ଏହି ହାଡ ପ୍ରାୟ ୬ ମିଟର ଲମ୍ବା, ଯାହାକି କ୍ରେଟିସିୟସ୍ କାଳର ଅଟେ, ଯାହାକି ତା’ର ପଛ ପାଦର ରହିଛି। ଯେଉଁଥିରେ ଏକ ସେଓ ଆକାରର ଟ୍ୟୁମର ରହିଛି।

ଏହି ରିସର୍ଚ୍ଚ ସମ୍ପର୍କରେ ଆଣ୍ଟୋରିୟା ୟୁନିଭର୍ସିଟିର ବିଶେଷଜ୍ଞ ଡାକ୍ତର ମାର୍କ କ୍ରାଉଥରଙ୍କ କହିବା ଅନୁସାରେ, ଅଷ୍ଟରିଓ ସାରକୋମା ହାଡରେ ହେଉଥିବା ଏକ କ୍ୟାନସର, ଯାହାକି ସାଧାରଣ ଭାବରେ ଶିଶୁ ଓ ଯୁବକଙ୍କ ଭିତରେ ଦେଖିବାକୁ ମିଳିଥାଏ। ଏହି କ୍ୟାନ୍ସର ହାହ ଓ ଅନ୍ୟ ଟିସୁକୁ ଦ୍ରୁତ ପରିମାଣରେ କ୍ଷତି ପହଁଞ୍ଚାଇଥାଏ। ଏହି ରିସର୍ଚ୍ଚକୁ ଦେଖି ଲାଗୁଛି ଯେ, ଡାଇନୋସୋରରେ ମଧ୍ୟ ଏହି କ୍ୟାନସରର ବିପଦ ଅଧିକ ଥିଲା।

ଜୀବାଶ୍ମ ବିଜ୍ଞାନୀ ଡେଭିଡ୍ ଇଭାସଙ୍କ କହିବା ଅନୁସାରେ, ହାଡରେ ଯେଉଁ ଟ୍ୟୁମର ଥିଲା ତାକୁ ସିଟି ସ୍କାନରେ ଚେକ୍ କରାଯାଇଥିଲା। ଯାଞ୍ଚ ପରେ ଜଣାପଡିଥିଲା ଯେ, କ୍ୟାନସରର ଟ୍ୟୁମର ହାଡରେ ଲାଗିଯାଇଛି। ତେବେ ଡାଇନୋସୋରର ମୃତ୍ୟୁ ଯଦିଓ କ୍ୟାନସରରେ ହୋଇଥିଲା କିନ୍ତୁ ଏହି କାରଣରୁ ସେ ଖୁବ୍ ଦୁର୍ବଳ ହୋଇଯାଇଥିଲା। ସେଥିପାଇଁ ଚଲା-ବୁଲା କରିବା କ୍ଷମତା ଉପରେ ପ୍ରଭାବ ପଡିଥିବ।

ସମ୍ବନ୍ଧିତ ଖବର