ମହାକାଶରେ ବିକିରଣରୁ ପ୍ରସ୍ତୁତ ଚିହ୍ନ ଦେଖି ଏଲିୟନଙ୍କ ସ୍ପେସଶିପକୁ ସନ୍ଧାନ କରିପାରିବେ ବୈଜ୍ଞାନିକ

ଓ୍ବାଶିଂଟନ,୯।୩: ଏଲିୟନଙ୍କୁ ନେଇ ସମସ୍ତଙ୍କ ମନରେ ବହୁତ କିଛି ପ୍ରଶ୍ନ ଓ ଜାଣିବାର ଇଛା ରହିଛି। ବୈଜ୍ଞାନିକଙ୍କ ମତରେ ଯଦି ଏହି ବ୍ରହ୍ମାଣ୍ଡରେ ଏଲିୟନଙ୍କ ସଭ୍ୟତା ରହିଛି, ତେବେ ବ୍ଲାକହୋଲର ବିକିରଣ ଶକ୍ତି ନେଇ ନିଜର ଷ୍ଟାରସିପ୍ ଚଳାନ୍ତି, ତେବେ ଗାମା ଟେଲିସ୍କୋପରେ ତାଙ୍କର ସ୍ଥିତିର ପ୍ରମାଣ ମିଳିପାରିବ। କନସାସ୍ ଷ୍ଟେଟ୍ ୟୁନିଭର୍ସିଟିର ଗଣିତଜ୍ଞ ଲୁଇସ କ୍ରେନଙ୍କ କହିବା ଅନୁସାରେ ଏଭଳି ମହାକାଶ ଯାନ ବା ସ୍ପେସଶିପ୍ ଯେଉଁ ବାଟଦେଇ ଯିବ ଗାମା କିରଣର ଏକ ରାସ୍ତା ତିଆରି ହୋଇଯାଏ। ମହାକାଶ ବିଜ୍ଞାନୀ ଗାମା ଟେଲିସ୍କୋପର ବ୍ୟବହାର କରି ଏଭଳି ରାସ୍ତା ସମ୍ପର୍କରେ ଜାଣିବାକୁ ଚେଷ୍ଟା କରୁଛନ୍ତି।

ବୈଜ୍ଞାନିକଙ୍କ ମତରେ ଆମର ସଭ୍ୟତା ଠାରୁ ବହୁତ ଉନ୍ନତ ଏଲିୟନଙ୍କ ସଭ୍ୟତା ସୋଲାର ସିଷ୍ଟମର ବହୁମୂଲ୍ୟ ପ୍ରାକୃତିକ ସମ୍ବଳର ସମ୍ପୂର୍ଣ୍ଣ ଭାବରେ ବ୍ୟବହାର କରୁଥିବେ। ଏଭଳି ପରିସ୍ଥିତିରେ ଏଲିୟନଙ୍କ ଶକ୍ତିର ଅସୀମିତ ଭଣ୍ଡାର କୁହାଯାଉଥିବା ବ୍ଳାକହୋଲର ଶକ୍ତି ମଧ୍ୟ ନିଜେ ବ୍ୟବହାର କରୁଥିବେ। ଏହି ସଭ୍ୟତା ଛୋଟ ବ୍ଲାକହୋଲରୁ ବାହାରୁଥିବା ବିକିରଣରୁ ଚାଲୁଥିବା ଷ୍ଟାରସିପର ନିର୍ମାଣ କରି ପାରିବେ। ଏଭଳି ଭାବରେ ଆମମାନଙ୍କ ପାଇଁ ସେମାନେ ତାଙ୍କର ଉପସ୍ଥିତିର ପ୍ରମାଣ ମହାକାଶରେ ଛାଡି ପାରନ୍ତି।

ଗଣିତଜ୍ଞ ଲୁଇସ କ୍ରେନଙ୍କ ଥିଓରି ଅନୁସାରେ ଯଦି କୌଣସି ମହାକାଶ ଯାନକୁ ବ୍ଲାକହୋଲ ବିକିରଣରୁ ଶକ୍ତି ମିଳିଥାଏ ତେବେ ସେ ଯେଉଁ ରାସ୍ତାରେ ଚାଲିବ ସେଠାରେ ଗାମା କିରଣର ଏକ ରାସ୍ତା ତିଆରି ହୋଇଯିବ। ଲୁଇସ ନିଜର ରିସର୍ଚ୍ଚ ପେପରେ କହିଛନ୍ତି ଯେ ଏହି ଥିଓରିକୁ ପ୍ରମାଣ କରିବା ପାଇଁ ବିଶେଷଜ୍ଞମାନଙ୍କୁ ଗାମା ରେ’ ଟେଲିସ୍କୋପ ବ୍ୟବହାର କରିବାକୁ ହେବ। କ୍ରେନ୍ କହିଛନ୍ତି ଯଦି କିଛି ଆଡଭାନ୍ସ ସିଭିଲାଇଜେସନ ପାଖରେ ଏଭଳି ଭାବରେ ମହାକାଶଯାନ ହେବ ଓ ଯଦି ଆମେ ଏହି ଟେଲିସ୍କୋପରୁ ବାହାରୁ ଥିବା ବିମର ଦିଗରେ ୧୦୦ରୁ ୧୦୦୦ ପ୍ରକାଶ ବର୍ଷ ଦୂରରେ ଥିଲେ ମଧ୍ୟ ଏବେ ବ୍ୟବହାର କରାଯାଉଥିବା ଗାମା ରେ’ ଟେଲିସ୍କୋପ ଏହି ବିମକୁ ଡିଟେକ୍ଟ କରିପାରିବ। କ୍ରେନ୍ କହିଛନ୍ତି ବିଶ୍ବରେ ଗାମା କିରଣର ବହୁ ସ୍ରୋତ ଖୋଜା ଯାଇ ସାରିଛି। ଯାହାର କୌଣସି ପ୍ରାକୃତିକ କାରଣ ବୁଝି ହୋଇନାହିଁ। ଭବିଷ୍ୟତରେ ସ୍ପେସ୍ ଟେଲିସ୍କୋପରେ ଏହା ଉପରେ ନଜର ରଖି ଜାଣିହେବ ଯେ ଏହି ଗାମା କିରଣ କୌଣସି ଅପ୍ରାକୃତିକ ସ୍ରୋତରୁ ଆସୁନାହିଁ ତ?

ବ୍ଲାକ ହୋଲର ଶକ୍ତିରେ ଚାଲୁଥିବା ମହାକାଶଯାନର ଧାରଣା ସବୁଠାରୁ ପ୍ରଥମେ ୧୯୭୦ରେ ସାଇନ୍ସ ଫିକ୍ସନ ରୂପରେ ସାମନାକୁ ଆସିଥିଲା। କିନ୍ତୁ କ୍ରେନଙ୍କ କହିବା ଅନୁସାରେ ବ୍ଲାକହୋଲ ଶକ୍ତିର ଅସୀମିତ ଭଣ୍ଡାର ଅଟେ। ବୈଜ୍ଞାନିକଙ୍କ ମତରେ ଏଲିୟନ ବ୍ଳାକହୋଲରୁ ଯେତେ ଇଛା ସେତେ ଶକ୍ତି ବାହାର କରିପାରନ୍ତି ଓ ଆଡଭାନ୍ସ ଏଲିୟନ ନିଜେ ବ୍ଲାକହୋଲ ତିଆରି କରିପାରିବେ। ମଣିଷକୁ ଏଭଳି ଟେକ୍ନୋଲୋଜିର ନିର୍ମାଣ କରିବା ପାଇଁ ଏବେ ବହୁତ ସମୟ ଲାଗିବ। ତେବେ ଯଦି କୌଣସି ଏଲିୟନ ଏଭଳି ଷ୍ଟାରସିପରେ ଯାତ୍ରା କରୁଥାଏ, ତେବେ ମଣିଷ ଠାରୁ ବହୁ ଆଗରେ ରହିବ।