PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ୨୪ ଘଣ୍ଟା ପ୍ରଚାର ବ୍ୟାନ୍ କଲେ ନିର୍ବାଚନ କମିଶନର , ନିର୍ବାଚନ ପ୍ରଚାରରେ ବିବାଦୀୟ ଭାଷଣ ପାଇଁ ଲାଗିଲା କଟକଣା
  • ||
  • ସୁଶିଲ ଚନ୍ଦ୍ରା ନୂଆ ମୁଖ୍ୟ ନିର୍ବାଚନ କମିଶନର ନିଯୁକ୍ତ
  • ||
  • ଆଜି ଭୁବନେଶ୍ୱରରୁ ୧୯୦ କରୋନା ପଜିଟିଭ ଟିହ୍ନଟ, କ୍ୱାରେଣ୍ଟାଇନ୍‌ରୁ ୩୮ ଓ ଲୋକାଲ କଣ୍ଟାକ୍ଟରୁ ୧୫୨ସଂକ୍ରମିତ
  • ||
  • ପିପିଲି ଉପନିର୍ବାଚନ ପାଇଁ ଭର୍ଚୁଆଲ ରାଲିରେ ନବୀନ ପଟ୍ଟନାୟକ କରୁଛନ୍ତି ପ୍ରଚାର , ୬ଟି ଜିଲ୍ଲା ପରିଷଦ ଜୋନ୍‌ ପାଇଁ ସିଧା ପ୍ରସାରଣ ବ୍ୟବସ୍ଥା
  • ||
  • କଟକ ଏସ୍‌ସିବିରୁ ହାଇଦର ଫେରାର ଘଟଣା – ହାଇଦର ଫେରାର ପଛରେ ତାର ପରିବାର ଲୋକଙ୍କ ହାତ ଅଛି, ମଙ୍ଗଳାବାଗ ଥାନାରେ ଏତଲା ଦେଲେ ଗ୍ୟାଙ୍ଗଷ୍ଟରକୁ ଜଗୁଥିବା ନିଲମ୍ୱିତ କନଷ୍ଟେବଲ ମହମ୍ମଦ ମୌସିମ୍,‌
  • ||
  • ଭାରତରେ ରୁଷ୍ ଟିକା ସ୍ପୁଟ୍‌ନିକ୍ –V କୁ ମଞ୍ଜୁରୀ , ବିଶେଷଜ୍ଞ କମିଟି ବୈଠକରେ ନିଆଗଲା ନିଷ୍ପତ୍ତି, ମାନବ ଦେହରେ ବ୍ୟବହାର ପାଇଁ ଅନୁମତି
  • ||
  • ବଲାଙ୍ଗୀର ଓ କଳାହାଣ୍ଡି ବିଶ୍ବବିଦ୍ୟାଳୟ ପାଇଁ ୨ ଜଣ ନୂଆ କୁଳପତିଙ୍କୁ ମିଳିଲା ନିଯୁକ୍ତି
  • ||
  • ଭୁବନେଶ୍ୱର: କ୍ୟାବିନେଟ୍ ବୈଠକରେ ୯ଟି ପ୍ରସ୍ତାବ ଉପରେ ବାଜିଲା ମୋହର
  • ||
  • ଭଞ୍ଜନଗର: ଭାଲୁ ଆକ୍ରମଣରେ ବାଘୁଆପଲ୍ଲୀ ଗ୍ରାମର ୪ ଜଣ ଗୁରୁତର ଆହତ
  • ||
  • ଢେଙ୍କାନାଳ: ମାଛ ଧରିବାକୁ ଯାଇ ନଦୀରେ ବୁଡିଗଲେ ମାଛ ଧରାଳି, ଖୋଜାଖୋଜି ପରେ ଉଦ୍ଧାର ହେଲା ମୃତହେଦ
  • ||
  • କଟକ: ନିଆଳିର ଏକ ବିଲରୁ ଏକ ମୃତଦେହ ଉଦ୍ଧାର
  • ||
  • ଗଜପତି ଜିଲ୍ଲାର ସମସ୍ତ ସୀମା ସିଲ, ବାହାରୁ ଆସୁଥିବା ଲୋକଙ୍କ ଉପରେ କଡା ନଜର
  • ||
  • ଭୁବନେଶ୍ୱର: ଆଜି ପହଞ୍ଚିବ ୨ ଲକ୍ଷ ୭୧ ହଜାର ଟିକା
  • ||
  • ଜଗନ୍ନାଥପୁର ଛକ ପୁକୁଡ଼ିବନ୍ଧ ଜଙ୍ଗସନ୍ରୁ ୯୨୦ କିଲୋ ଗଞ୍ଜେଇ ଧରିଲା ଅବକାରୀ ବିଭାଗର ସ୍ଵତନ୍ତ୍ର ୱିଙ୍ଗ, ୮ ଗିରଫ, ଟ୍ରକ୍ ଓ ମ୍ୟାକ୍ସପିକ୍ପ ଜବତ
  • ||
  • ବୀରମହାରାଜପୁର: ଚନ୍ଦଲି ରାସ୍ତା କଡ଼ରୁ ନବଜାତ ଶିଶୁ ପୁତ୍ର ଉଦ୍ଧାର, ଡାକ୍ତରଖାନାରେ ଭର୍ତ୍ତି
  • ||
  • ନୀଳଗିରି: ଅଭୟାରଣ୍ୟ ଭିତରୁ ଜଣେ ଶିକାରୀ ଗିରଫ,ମାରଣାସ୍ତ୍ର ଜବତ, ଖସିଗଲେ ୩ଜଣ ଶିକାରୀ…
  • ||
  • କଟକ: ଚାଉଳିଆଗଞ୍ଜ ଥାନାରେଆତ୍ମସମର୍ପଣ କଲା ହାଇଦର ସହଯୋଗୀ ୟାକୁବର
  • ||
  • ନୀଳଗିରି: କୂଳଡିହା ଅଭୟାରଣ୍ୟ ସୀମାନ୍ତରୁ ବିରାଟକାୟ ହରିଣ କ୍ଷତବିକ୍ଷତ ଉଦ୍ଧାର କଲେ ଗ୍ରାମବାସୀ
  • ||
  • କଟକ: ହଷ୍ଟେଲ ଭିତରେ ପଶି ନର୍ସିଂ ଛାତ୍ରୀଙ୍କୁ ତଡୁଛି ପୁଲିସ, ଏସସିବି ବିଏସି ନର୍ସିଂ କଲେଜରେ ଉତ୍ତେଜନା
  • ||
  • ନୀଳଗିରି: ଅସନବଣି ଅଞ୍ଚଳରୁ ଉଦ୍ଧାର ହେଲା ୧୫ ଫୁଟ୍ ଲମ୍ବର ଅହିରାଜ ସାପ
  • ||

ପାର୍କିଂକୁ ନେଇ ପୋଲିସ ସହ ଯୁକ୍ତିତର୍କ କରୁଥିବା ଯୁବତୀଙ୍କୁ ମହିଳା ଏସ୍ଆଇ ମାରିଲେ ଚାପୁଡ଼ା, ଭିଡିଓ ଭାଇରାଲ

କର୍ଣ୍ଣାଟକ ୧୦।୩:  କର୍ଣ୍ଣାଟକର ମାଣ୍ଡ୍ୟା ସହରର ଏକ ଭିଡ଼ିଓ ସୋସିଆଲ ମିଡ଼ିଆରେ ଖୁବ୍‌ ତୀବ୍ରଗତିରେ ଭାଇରାଲ୍‌ ହେବାରେ ଲାଗିଛି। ଏହି ଭିଡ଼ିଓରେ ଦେଖିବାକୁ ମିଳିଛି କି, ସ୍କୁଟି ଚଲାଉଥିବା ଜଣେ ଯୁବତୀ ପୋଲିସକର୍ମୀଙ୍କ ସହ ଝଗଡ଼ା କରୁଛନ୍ତି। ଏହା ସହିତ ଯୁବତୀ ଜଣକ ମୋବାଇଲ ଫୋନ୍‌ରେ ଅନ୍ୟ କାହା ସହିତ କଥା ହେଉଛନ୍ତି। ଏପଟେ ଯୁବତୀ ଜଣକ ସ୍କୁଟି ଛାଡ଼ିବାକୁ ପ୍ରସ୍ତୁତ ନାହାନ୍ତି। ଏହି ଯୁକ୍ତିତର୍କ ମଝିରେ ଜଣେ ମହିଳା ପୋଲିସ୍ ତାଙ୍କୁ ଚାପୁଡ଼ା ମାରିଛନ୍ତି।

ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଏହି ଭିଡ଼ିଓକୁ ଜଣେ ବ୍ୟକ୍ତି ମହିଳା ଦିବସରେ ଅବସରରେ ସେୟାର କରିଥିଲେ। ଏହି ଘଟଣା ମାର୍ଚ୍ଚ ୭ ତାରିଖର। ମାଣ୍ଡ୍ୟା ସହରର ଉକ୍ତ ଯୁବତୀ ଜଣକ ନିଜ ସ୍କୁଟିକୁ ନୋ ପାର୍କିଂ ଏରିଆରେ ଠିଆ କରିଥିଲେ। ପୋଳିସ ସ୍କୁଟିକୁ ସିଜ୍‌ କରିବା ସହିତ କାର୍ଯ୍ୟାନୁଷ୍ଠାନ ନେବା ଆରମ୍ଭ କରିଥିଲେ। ଏହି କଥାକୁ ନେଇ ଯୁବତୀ ଜଣକ ପୋଲିସ କର୍ମୀଙ୍କ ସହ ଝଗଡ଼ା କରିଥିଲେ।

ଯୁବତୀଙ୍କ କହିବାନୁସାରେ, ପୋଲିସ ଜରିମାନ ଲଗାଇପାରିବେ, କିନ୍ତୁ ସ୍କୁଟିକୁ ସିଜ୍‌ କରିପାରିବେ ନାହିଁ। ଭିଡ଼ିଓରେ ଜଣେ ପୋଲିସକର୍ମୀ ସ୍କୁଟିକୁ ସେହି ସ୍ଥାନରୁ ନେଇଯିବା ପାଇଁ ଚେଷ୍ଟା ମଧ୍ୟ କରୁଥିଲେ। କିନ୍ତୁ ଯୁବତୀ ଜଣକ ଏଭଳି ହେବାକୁ ଦେଇନଥିଲେ। ତେବେ ପରେ ଯେତେବେଳେ ନାବାଳିକା ଯୁବତୀଙ୍କୁ ପୋଲିସ ଷ୍ଟେସନକୁ ନିଆଯାଇଥିଲା, ସେତେବେଳେ ପୋଲିସ କର୍ମଚାରୀମାନେ ତାଙ୍କ ବୟସକୁ ବିଚାର କରି ଏହି ପ୍ରସଙ୍ଗରେ ଅଧିକ ପଦକ୍ଷେପ ନ ନେବାକୁ ନିଷ୍ପତ୍ତି ନେଇଥିଲେ। ପରେ ପୋଲିସ ତାଙ୍କୁ ଯିବାକୁ ନିର୍ଦ୍ଦେଶ ଦେଇଥିଲା।

ସମ୍ବନ୍ଧିତ ଖବର