ପ୍ରମୁଖ ଖବର
  • ବିଜେପିରେ ଟିକଟ କସରତ: ଆଜି ଆସିପାରେ ଦ୍ୱିତୀୟ ପର୍ଯ୍ୟାୟ ତାଲିକା, କୋର୍ କମିଟି ବୈଠକରେ ଚୂଡ଼ାନ୍ତ
  • ||
  • ବିଜେପି ଛାଡିଲେ ସାଲେପୁର ପୂର୍ବତନ ବିଧାୟକ ପ୍ରକାଶ ବେହେରା
  • ||
  • ଆଗକୁ ଆହୁରି ବଢ଼ିବ ତାତି, ଆଜି ୪୦ ଡିଗ୍ରୀ ଛୁଇଁବ ପାରଦ ! ଦିନ, ରାତି ତାପମାତ୍ରା ୨ ଡିଗ୍ରୀ ବଢ଼ିପାରେ
  • ||

ସାବାଡ୍ ହେବେ ରୋଡ୍ ରୋମିଓ : ଆରମ୍ଭ ହେଲା ସ୍କୁଟି ପାଟ୍ରୋଲିଂ, ପଇଁନ୍ତରା ମାରିବେ ମହିଳା କନେଷ୍ଟବଳ

ବଲାଙ୍ଗିର, ୦୭/୧୨ : ସାବାଡ୍ ହେବେ ରୋଡ୍ ରୋମିଓ। ସ୍କୁଲ ଓ କଲେଜ ସାମ୍ନାରେ ଚକ୍କର ମାରୁଥିବା ରୋଡ୍ ରୋମିଓଙ୍କୁ ସାବାଡ୍ କରିବେ ମହିଳା କନେଷ୍ଟବଳ। ସହର ସାରା ସ୍କୁଟିରେ ପାଟ୍ରୋଲିଂ କରୁଛନ୍ତି ମହିଳା କନେଷ୍ଟବଳ। ବଲାଙ୍ଗିର ପୋଲିସ ଏଭଳି ଅଭିନବ ପ୍ରୟାସ ଆରମ୍ଭ କରିଛି।

ଏଣିକି ପ୍ରତିଦିନ ସ୍କୁଲ ଓ କଲେଜ ସମୟରେ ପୁଲିସର ସ୍ୱତନ୍ତ୍ର ସ୍କୁଟି ପାଟ୍ରୋଲିଂ ହେଉଛି । ମହିଳା କନେଷ୍ଟବଳ ସହର ସାରା ପଇଁତରା ମାରୁଛନ୍ତି। ସେଥିପାଇଁ ପ୍ରାଥମିକ ପର୍ଯ୍ୟାୟରେ ତିନିଟି ସ୍କୁଟି ସହିତ ଏହି ଅଭିଯାନକୁ ସ୍ଥାନୀୟ ଟାଉନ ଥାନା ପରିସରରୁ ଆରମ୍ଭ କରାଯାଇଛି । ଏସପି ନୀତିନ କୁଶଲକରଙ୍କ ନିର୍ଦ୍ଦେଶରେ ଚାଲିଥିବା ଏହି ପାଟ୍ରୋଲିଂକୁ ସହରରେ ସ୍ୱାଗତ କରାଯାଇଛି ।

ପ୍ରକାଶ ଯେ, ଗତ ୨ତାରିଖରୁ ଆରମ୍ଭ ହୋଇଥିବା ପୁଲିସ ପାଟ୍ରୋଲିଂ ୩ଟି ସିଫ୍ଟରେ ହେଉଛି । ଏଥିରେ ୯ଟି ମୋଟର ସାଇକେଲ, ୫ଟି ବୋଲେରୋ, ୫୦ଜଣ କନେଷ୍ଟବଳ,୯ଜଣ ଅଧିକାରୀ ସାମିଲ ହୋଇଥିବା ବେଳେ ଜଣେ ଡ଼ିଏସପି ଏବଂ ଦୁଇଜଣ ଅତିରିକ୍ତ ଏସପି ଏହାକୁ ସୁପରଭାଇଜ କରୁଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.