PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆଦିଲ୍ଲୀ: ଜ୍ଞାନବ୍ୟାପୀ ମସଜିଦ୍‌ ବିବାଦ। ୩୦ରେ ଦୁଇ ପକ୍ଷଙ୍କୁ ମିଳିପାରେ ସର୍ଭେ ଭିଡିଓ। ଜ୍ଞାନବ୍ୟାପୀ ସର୍ଭେ ଭିଡିଓକୁ ନେଇ ଜିଲ୍ଲା କୋର୍ଟଙ୍କ ନିର୍ଦ୍ଦେଶ। ଆସନ୍ତା ୩୦ରୋ ଦୁଇ ପକ୍ଷଙ୍କୁ ମିଳିପାରେ ଭିଡିଓ।
  • ||
  • କଟକ : ଅନୁଭବ ଓ ବର୍ଷାଙ୍କୁ ହାଇକୋର୍ଟଙ୍କ କଡ଼ା ତାଗିଦ୍, ସୋସିଆଲ ମିଡିଆରେ ପରସ୍ପରକୁ ଆକ୍ଷେପ ନ କରିବାକୁ ନିର୍ଦ୍ଦେଶ
  • ||
  • ସୋର: ରାସ୍ତାରେ ହଟହଟା ହେଲେ ଖଇରା ବିଦ୍ୟୁତ୍ ବିଭାଗ ଏସଡିଓ, ଅସ୍ଥାୟୀ ମିଟର ରିଡର କର୍ମଚାରୀଙ୍କ ବହିଷ୍କାର ଆଶଙ୍କାରେ ଆକ୍ରୋଶର ଶିକାର…
  • ||
  • ଭୁବନେଶ୍ବର: ଟିଚିଂ ହସ୍ପିଟାଲ ଭାବେ ଘୋଷଣା ହେଲା କ୍ୟାପିଟାଲ ହସ୍ପିଟାଲ, ଆଗାମୀ ୫୦ ବର୍ଷକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ମାଷ୍ଟର ପ୍ଲାନ୍, ୨୮୫ କୋଟି ଅନୁମୋଦନ…
  • ||
  • ଭୁବନେଶ୍ୱର: ପେଟ୍ରୋଲିୟମ ଡିଲର୍ସ ଆସୋସିଏସନର ପକ୍ଷରୁ ଦୁଇ ଦିନିଆ ଧର୍ମଘଟ, ସନ୍ଧ୍ୟା ୬ରୁ ସକାଳ ୬ ବନ୍ଦ ରହିବ ସମସ୍ତ ପେଟ୍ରୋଲ ଟାଙ୍କି
  • ||
  • ଭୁବନେଶ୍ଵର: ରାଜ୍ୟରେ ତଳକୁ ଖସିଲା ଆକ୍ଟିଭ କେସ୍, ୨୪ ଘଣ୍ଟା ମଧ୍ୟରେ ବାହାରିଲେ ୦୯ ଜଣ କରୋନା ପଜିଟିଭ
  • ||
  • ଭୁବନେଶ୍ୱର: ‘କୋକୋ’ ଆପ୍‌ରେ ଋଣ ଠକେଇ ମାମଲା : ଦିଲ୍ଲୀରୁ ଧରାପଡି଼ଲା ମୁଖ୍ୟ କାର୍ପଟଦାର ରାମ, ୧୦୫୮ ଭର୍ଚୁଆଲ୍‌ ବ୍ୟାଙ୍କ ଆକାଉଣ୍ଟ ଫ୍ରିଜ୍
  • ||
  • ଚିଲିକା : ଯାତ୍ରୀବାହୀ ଡଙ୍ଗାର ଭାଙ୍ଗିଲା ମେସିନ୍ ସ୍ଲାବ, ଚିଲିକା ମଝିରେ ଅଟକିଲେ ୪୦ରୁ ଅଧିକ ଯାତ୍ରୀ
  • ||
  • କଟକ: ଅନୁଭବ-ବର୍ଷା ବିବାହ ବିବାଦ: “ବର୍ଷା ନିଜେ ଚଲାଉଛନ୍ତି ଫ୍ୟାନ୍‌ କ୍ଲବ୍‌ ପେଜ୍‌’
  • ||
  • ଭୁବନେଶ୍ୱର: ଆସିବ ସ୍ୱଚ୍ଛତା, ଲୋକଙ୍କୁ ମିଳିବ ସୁବିଧା: ଆଜିଠୁ ଅନ୍‌ଲାଇନ୍‌ରେ ହୋଲ୍ଡିଂ ଟ୍ୟାକ୍ସ ଆଦାୟ କରିବ ବିଏମ୍‌ସି
  • ||
  • ସୁନ୍ଦରଗଡ : ଓସିଏଲ୍‌ ଆଇରନ କାରଖାନାରୁ ଲୁହା ଚୋରି କରୁଥିଲା ଚୋର, ଛାତରୁ ପଡି ଚାଲିଗଲା ଜୀବନ
  • ||
  • ଭୁବନେଶ୍ୱର: ଟ୍ରାଫିକ୍‌ ଯନ୍ତ୍ରଣାରୁ ମିିଳିବ ମୁକ୍ତି: ଜୟଦେବ ବିହାରରୁ ନନ୍ଦନକାନନ ମଧ୍ୟରେ ନିର୍ମାଣ ହେବ ସବୁଠାରୁ ଦୀର୍ଘତମ ଫ୍ଲାଏଓଭର
  • ||

ଜଂଘ ଭିତରେ ପଶିଗଲା ସ୍କୁଟି ଷ୍ଟାଣ୍ଡ, ଏସସିବିରେ ଦୀର୍ଘ ଘଣ୍ଟାର ଅସ୍ତ୍ରୋପଚାର ପରେ ମକରନ୍ଦ ହେଲେ ସୁସ୍ଥ

କଟକ ୨୨।୪: କାନପୁର ଥାନା ଶୋଲବନ୍ଧ ଗ୍ରାମର ମକରନ୍ଦ ମଲ୍ଲିକଙ୍କ ଡାହାଣ ଗୋଡ଼ରେ ସ୍କୁଟି ଷ୍ଟାଣ୍ଡ ପଶିଯାଇଥିଲା। ଜଘଂ ପାଖରେ ଷ୍ଟାଣ୍ଡର ପ୍ରାୟ ୧୫ଇଞ୍ଚ ଲମ୍ବର ରଡ୍ ପଶିଯାଇ ଅଣ୍ଟା ପର୍ଯ୍ୟନ୍ତ ଚାଲିଯାଇଥିଲା। ଫଳରେ ପ୍ରଚୁର ରକ୍ତଶ୍ରାବ ହୋଇଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା।

ଏସସିବି ମେଡିକାଲ୍ ଜରୁରୀକାଳୀନ ଓଟିରେ ତାଙ୍କର ଅସ୍ତେ୍ରାପଚାର କରାଯାଇ ରଡ୍କୁ ବାହାର କରାଯାଇଥିବାବେଳେ ଏବେ ମକରନ୍ଦ ସୁସ୍ଥ ଥିବା ଡାକ୍ତର ଓ ପରିବାର ଲୋକେ କହିଛନ୍ତି। ମକରନ୍ଦଙ୍କ ପୁଅ ରମେଶଙ୍କଠୁ ମିଳିଥିବା ସୂଚନା ଅନୁଯାୟୀ, ଡ୍ୟୁଟି ସାରି ଅପରାହ୍ନରେ ମକରନ୍ଦ ଘରକୁ ଫେରୁଥିଲେ। ମୋରମ ରାସ୍ତାରେ ଆସୁଥିବାବେଳେ ଅଧାବାଟରେ ପଛରୁ ଜଣେ ବନ୍ଧୁ ତାଙ୍କୁ ଡାକିଥିଲେ। ସ୍କୁଟି ଧିରେ କରି ପଛକୁ ଦେଖିବାବେଳକୁ ଚକ ଖସିଯାଇଥିଲା। ଆଗଚକ ଖାଲରେ ପଡ଼ିଯିବାରୁ ଗାଡିରୁ ଭାରସାମ୍ୟ ହରାଇ ପଡ଼ିଯାଇଥିଲେ। ସେ ସମୟ​‌ରେ ସ୍କୁଟି ଷ୍ଟାଣ୍ଡର ବାହାରକୁ ବାହାରିଥିବା ରଡ୍ ତାଙ୍କ ଡାହାଣପଟ ଜଘଂ ଭିତରେ ପଶିଯାଇଥିଲା। ଯନ୍ତ୍ରଣା ହେବାରୁ ସେ ଚିତ୍କାର କରିଥିଲେ।

ସଙ୍ଗେ ସଙ୍ଗେ ପାଖ ଲୋକମାନେ ସେଠାରେ ଏକାଠି ହୋଇ ଷ୍ଟାଣ୍ଡ କାଟିବାକୁ ଚେଷ୍ଟା କରିଥିଲେ। କିନ୍ତୁ ବିଫଳ ହେବାରୁ ଦମକଳ ବାହିନୀକୁ ଖବର ଦିଆଯାଇଥିଲା। ମିସ୍ତ୍ରୀ ଡକାଇ ପ୍ରଥମେ ସ୍କୁଟିରୁ ଷ୍ଟାଣ୍ଡକୁ ଅଲଗା କରାଗଲା। ଦମକଳ ବାହିନୀ ସହାୟତାରେ ମକରନ୍ଦଙ୍କୁ ତୂରନ୍ତ ବଡମ୍ବା ହସ୍ପିଟାଲକୁ ନିଆଯାଇଥିଲା। ସେଠାରେ ରଡ୍ ବାହାର କରାଯାଇନଥିଲେ ମଧ୍ୟ ପ୍ରାଥମିକ ଚିକିତ୍ସା କରାଯାଇ କଟକ ବଡ଼ ମେଡିକାଲ ଅଣାଯାଇଥିଲା।

ସର୍ଜରୀ ବିଭାଗରେ ଡାକ୍ତର ଶ୍ରୀକାନ୍ତ ପଣ୍ଡାଙ୍କ ୟୁନିଟରେ ମକରନ୍ଦଙ୍କୁ ଭର୍ତ୍ତି କରାଯାଇଥିବାବେଳେ ଶନିବାର ଜରୁରୀକାଳୀନ ଓଟିରେ ଡାକ୍ତର ରାଜେଶ ଦୋରାଙ୍କ ନେତୃତ୍ବରେ ଅସ୍ତେ୍ରାପଚାର କରାଯାଇ ରଡ୍କୁ ବାହାର କରାଯାଇଥିଲା। ଏହି ଅସ୍ତେ୍ରାପଚାରରେ ଡାକ୍ତର ଶଶିକାନ୍ତ ବେହେରା, ଡାକ୍ତର ସନତ ପାତ୍ର, ଡାକ୍ତର ହିମାଂଶୁ କାନ୍, ଡାକ୍ତର ଚନ୍ଦ୍ରକାନ୍ତ, ଡାକ୍ତର ମୈାସମ ରାଏ. ଡାକ୍ତର ମନୋଜ ବାରିକ, ଡାକ୍ତର ଜସ୍ମିନ ପାଣିଗ୍ରାହୀ ଓ ଡାକ୍ତର ନିତ୍ୟ ମିଶ୍ର ସହ​ଯୋଗ କରିଥିଲେ। ଏବେ ମକରନ୍ଦ ସୁସ୍ଥ ଥିବା ଡାକ୍ତର ସୂଚନା ଦେଇଛନ୍ତି।