PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଶିଶୁ ଅପହରଣ ଉଦ୍ୟମ ପଣ୍ଡ, ବାଇକ ରୁ ଲମ୍ଫ ମାରି ଦୁର୍ବୃତ୍ତଙ୍କ କବଳରୁ ମୁକୁଳିଲା ୧୨ ବର୍ଷର ଶିଶୁ ପୁତ୍ର, ଜଗତସିଂହପୁର ଥାନାରେ ମାମଲା।
  • ||
  • ଢେଙ୍କାନାଳ: ସାଇକୃପା ଆବାସିକ ମହାବିଦ୍ୟାଳୟରୁ ୪ଜଣ ଛାତ୍ର କୋଭିଡ ପଜିଟିଭ ଚିହ୍ନଟ, ଆରଟିପିସିଆର ଟେଷ୍ଟ ପାଇଁ ୨୬୦ ଜଣଙ୍କର ସାମ୍ପଲ ପାଠାଗଲା
  • ||
  • କମ୍ପିବ ବିଧାନସଭା: ମମିତା ମେହେର ହତ୍ୟା ଘଟଣା, ଧାନମଣ୍ଡି ଅବ୍ୟବସ୍ଥା, ଦୁର୍ନୀତି ପ୍ରସଙ୍ଗରେ ସରକାରଙ୍କୁ ଘେରିବ ବିଜେପି
  • ||
  • ନରସିଂହପୁର: ପିଉସୀ ଘରକୁ ବୁଲିବାକୁ ଆସିଥିବା ବେଳେ କୂଅରେ ପଡ଼ି ଚାଲିଗଲା ବାଳକ ଜୀବନ
  • ||
  • ନରସିଂହପୁର: ନରସିଂହପୁରରେ ମାତିଲେ ଦୁର୍ବୁତ୍ତ, ସ୍କାଏ ଲାଇଟ ଭାଙ୍ଗି ଲୁଟିନେଲେ ଟଙ୍କା ଆସବାବପତ୍ର
  • ||
  • ଜଗତସିଂହପୁର : ଆରମ୍ଭ ହେଲା ୨ଦିନିଆ ସାଗର କବଚ ଓଡି -୨୧ ସମରାଭ୍ୟାସ
  • ||
  • ଚନ୍ଦ୍ରଶେଖରପୁର : ଜଣଙ୍କ ପାଇଁ ଦୁଇ ପ୍ରେମିକ ମଧ୍ୟରେ ହଣାମରା, ବିଚ୍ ରାସ୍ତାରେ ଚାଲିଲା ଖଣ୍ଡଯୁଦ୍ଧ
  • ||
  • ସୋନପୁର : ସୋନପୁରରେ ଇଷ୍ଟଦେବୀ ସୁରେଶ୍ଵରୀ ମନ୍ଦିରରୁ ଚୋରି
  • ||
  • ଭୁବନେଶ୍ୱର : ଆଜି ଅଭିନେତ୍ରୀ ଗୁନ୍‌ଗୁନ୍‌ଙ୍କ ବିବାହ, ଅଭିସ୍ମିତଙ୍କ ସହ ପଡିବ ହାତଗଣ୍ଠି
  • ||
  • ଭୁବନେଶ୍ୱର : ଆସୁଛି ସମ୍ଭାବ୍ୟ ବାତ୍ୟା ‘ଜୱାଦ୍‌’, ୩ ତାରିଖ ଯାଏଁ ଥରାଇବ ଶୀତ, ୪ରେ ନିର୍ଧୁମ ବର୍ଷା ସମ୍ଭାବନା
  • ||
  • ସୁକିନ୍ଦା : ଶତାୟୁ ପଦ୍ମଶ୍ରୀ ନନ୍ଦ ସାର୍ କରୋନା ସଂକ୍ରମିତ, ଘରୋଇ ହସ୍ପିଟାଲରେ ଭର୍ତ୍ତି
  • ||

ଫିଲ୍ମରେ କାମ ଦେବାକୁ କହି କଲେ ସ୍କ୍ରିନ୍‌ ଟେଷ୍ଟ , ଅଶ୍ଳୀଳ ଭିଡ଼ିଓ ଭାଇରାଲ !

ଲକ୍ଷ୍ନୌ : ୱେବ୍ ସିରିଜ୍‌ରେ କାମ ଦେବା ବାହାନାରେ ଅଶ୍ଳୀଳ ଭିଡ଼଼ିଓ ସୁଟ୍‌। ମଡେଲିଂ କରୁଥିବା ଜଣେ ଯୁବତୀଙ୍କ ନଗ୍ନ ଭିଡ଼ିଓକୁ କରାଯାଇଛି ଭାଇରାଲ । ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ଏମିତି ଏକ ଘଟଣା ସାମନାକୁ ଘଟିଛି। ମଡେଲ ଜଣଙ୍କ ଏହି ମାମଲାରେ ୨ଜଣ ମହିଳାଙ୍କ ସମେତ ୬ଜଣ ଲୋକଙ୍କ ବିରୋଧରେ ଅଭିଯୋଗ କରିଛନ୍ତି। ବିଭୂତିଖଣ୍ଡ ଥାନାର ପୁଲିସ୍‌ ମଡେଲଙ୍କର ଅଭିଯୋଗରେ ୬ଜଣ ଅଭିଯୋଗକାରୀଙ୍କ ବିରୋଧରେ ମାମଲା ରୁଜୁ କରିଛି । ଯୁବତୀଙ୍କ ସହ ପ୍ରେମ ସଂପର୍କ ନେଇ ଯୁବକଙ୍କୁ…

ମଡେଲିଂ କରୁଥିବା ଯୁବତୀ ଲକ୍ଷ୍ନୌ ଥାନା ମଡିଆବନ ଅଞ୍ଚଳରେ ରୁହନ୍ତି । ମଡେଲ ନିଜର ଅଭିଯୋଗରେ କହିଛନ୍ତି କି କିଛି ଦିନ ପୂର୍ବେ ବୈଷ୍ଣବୀ ଫିଲ୍ମ ପ୍ରଡକ୍ସନର ଯୁବତୀ ଦୀୟା ବର୍ମା ତାଙ୍କୁ ଭେଟି ଥିଲେ। ଦୀୟା ବର୍ମା ମଡେଲଙ୍କୁ ଫିଲ୍ମରେ କାମ ଦେବା କଥା କହି ବିଭୂତିଖଣ୍ଡ ସ୍ଥିତ ଗେଷ୍ଟ ହାଉସ୍‌କୁ ଡାକିଥିଲେ । ସେଠାରେ ତାଙ୍କ ବ୍ୟତୀତ ପ୍ରିୟା ମିଶ୍ର , ଅନୂପ ଓଝା , ବରୁଣ ତିୱାରୀ , ଆୟୁଷ ମିଶ୍ରା ଓ ସନ୍ଦିପ୍ ବିଶ୍ୱକର୍ମା ମଧ୍ୟ ଉପସ୍ଥିତ ଥିଲେ ।

वायरल कर दिया वीडियो (प्रतीकात्मक तस्वीर)

ପୀଡ଼ିତା ନିଜର ଅଭିଯୋଗରେ କହିଥିଲେ କି ସମସ୍ତେ ଏକ ଡ୍ରେସ୍‌ ପିନ୍ଧିବାକୁ ଦେଇଥିଲେ ଏବଂ ବଦଳେଇବା ପରେ ସ୍କ୍ରିନ୍‌ ଟେଷ୍ଟ କଥା କହିଥିଲେ । ଯେବେ ଯୁବତୀ କପଡ଼ା ଚେଞ୍ଜ କଲେ  , ସେତିକି ବେଳେ ତାଙ୍କର ଭିଡ଼ିଓ ରେକର୍ଡ କରାଯାଇଥିଲା । ତାଙ୍କୁ କୋଲ୍ଡ ଡ୍ରିଙ୍କ୍‌ରେ ନିଶା ପାନୀୟ ପିଆଇ ଦିଆଗଲା ଏବଂ ଭିଡ଼ିଓ କରାଗଲା । ଏକଥା ଯୁବତୀ ଯେବେ ଜାଣିଲେ ସେ ଭିଡ଼ିଓ ଡିଲିଟ୍‌ କରିବାକୁ କହିଥିଲେ ।

ମଡେଲଙ୍କର ଅଭିଯୋଗ  ଯେ, ଏହାକୁ ନେଇ ଅଭିଯୁକ୍ତ ମାନେ ତାଙ୍କ ଠାରୁ ୫ଲକ୍ଷ ଟଙ୍କା ମାଗି ଥିଲେ ଏବଂ ଭିଡ଼ିଓ ଭାଇରାଲ କରିବାର ଧମକ ଦେଇଥିଲେ । ଅଭିଯୋଗ ମୁତାବିକ , ଟଙ୍କା ନଦେବାରୁ ଯୁବତୀଙ୍କ ନଗ୍ନ ଭିଡ଼ିଓର କିଛି ଅଂଶ ସୋସିଆଲ ମିଡ଼ିଆରେ ଭାଇରାଲ ମଧ୍ୟ କରାଯାଇ ଥିଲା , ଯାହାର ସୂଚନା ଯୁବତୀଙ୍କୁ ନିଜର ମୋବାଇଲରେ ଯେବେ ଲିଙ୍କ ମିଳିଲା , ସେତେବେଳେ ଯୁବତୀ  ୨ଜଣ ମହିଳାଙ୍କ ସମେତ ୬ ଅଭିଯୁକ୍ତଙ୍କ ବିରୋଧରେ ବିଭୂତିଖଣ୍ଡ ଥାନାରେ ମାମଲା ରୁଜୁ କରାଇ ଥିଲେ ।

ସମ୍ବନ୍ଧିତ ଖବର