୯୯ ନମ୍ବର ରଖିଥିବା ଛାତ୍ରକୁ ମିଳିଲା ‘ଶୂନ୍ୟ’, ପରୀକ୍ଷକ ନିଲମ୍ବିତ

ହାଇଦ୍ରାବାଦ,୨୯।୪: ତେଲେଙ୍ଗାନାରେ ଇଣ୍ଟରମିଡିଏଟ ବା ଦ୍ବାଦଶ ଶ୍ରେଣୀ ପରୀକ୍ଷା ଫଳ ଘୋଷଣା ହେବାପରେ ଏପର୍ଯ୍ୟନ୍ତ ସେଠାରେ ୨୧ ଜଣ ଛାତ୍ରଛାତ୍ରୀ ଆତ୍ମହତ୍ୟା କରିସାରିଲେଣି। ପରୀକ୍ଷାରେ ବଡ ଧରଣର ଭୁଲ ରହିଥିବା ନେଇ ବିରୋଧୀ ଦଳର ବିରୋଧ ପ୍ରଦର୍ଶନ ଆହୁରି ବଢିଯାଇଛି। ତେବେ ଏହା ଭିତରେ ଆଉ ଏକ ଆଶ୍ଚର୍ଯ୍ୟକର ମାମଲା ଦେଖିବାକୁ ମିଳିଛି। ତେଲେଙ୍ଗାନା ରାଜ୍ୟ ମାଧ୍ୟମିକ ଶିକ୍ଷା ବୋର୍ଡ ତେଲଗୁ ସ୍ଲିପରେ ୯୯ ନମ୍ବର ହାସଲ କରିଥିବା ଜଣେ ଦ୍ବାଦଶ ଶ୍ରେଣୀ ଛାତ୍ରଙ୍କୁ ‘ଶୂନ୍ୟ‘ ନମ୍ବର ଦେଇଛନ୍ତି। ଏହି ମାମଲାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ପରୀକ୍ଷକଙ୍କ ଉପରେ ଜୋରିମନା ଲଗାଇ ଦିଆଯାଇଥିବା ବେଳେ ଆଉ ଜଣେ ପରୀକ୍ଷକଙ୍କୁ  ନିଲମ୍ବିତ କରାଯାଇଛି।

ଉଲ୍ଲେଖନୀୟରେ ମାର୍ଚିୟାଲ ଜିଲ୍ଲାର ଜଣେ ଛାତ୍ରଙ୍କ ତେଲଗୁରେ ପ୍ରକୃତରେ ୯୯ ନମ୍ବର ପାଇଥିବା ବେଳେ ପରୀକ୍ଷକ ଏହାକୁ ‘ଶୂନ୍ୟ’ କରିଦେଇଥିଲେ। ରବିବାର ବିଳମ୍ବିତ ରାତିରେ ଜାରି କରାଯାଇଥିବା ବିଜ୍ଞପ୍ତିରେ କୁହାଯାଇଥିଲା ଏହା ବହୁତ ବଡ ଭୁଲ ତେଣୁ ବୋର୍ଡ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ପରୀକ୍ଷକ ଜି.ଉମାଦେବୀଙ୍କ ଉପରେ ୫ହଜାର ଟଙ୍କାର ଜୋରିମନା ଲଗାଇବା ସହ ଆଉ ଜଣେ ପରୀକ୍ଷକଙ୍କୁ ନିଲମ୍ବିତ କରାଯାଇଛି। ଏହା ସହ ଆଗକୁ ଯାଞ୍ଚ କରାଯିବାର ନିର୍ଦେଶ ଦିଆଯାଇଛି।