
ରାଜସ୍ଥାନ: ରାଜସ୍ଥାନ ଭ୍ରଷ୍ଟାଚାର ନିରୋଧକ ବ୍ୟୁରୋ ବୁଧବାର ରାଜ୍ୟ ପ୍ରଶାସନିକ ସେବାର ଦୁଇଜଣ ଅଧିକାରୀଙ୍କୁ ଗିରଫ କରିଛି । ଏନଏଚଏଆ ନିର୍ମାଣ କରୁଥିବା କମ୍ପାନୀର ମାଲିକ ଠାରୁ ୫ ଲକ୍ଷ ଟଙ୍କାର ଲାଞ୍ଚ ନେବା ଅଭିଯୋଗରେ ଦୌସା ଡିଏମ ପୁଷ୍କର ମିତଲ ଏବଂ ୧୦ ଲକ୍ଷର ଲାଞ୍ଚ ମାଗୁଥିବା ବିନ୍ଦାକୁଇ ଡିଏମ ପିନାକୀ ମିନାଙ୍କୁ ଗିରଫ କରାଯାଇଛି ।
ଗିରଫ ପରେ ଦୁଇ ଅଧିକାରୀଙ୍କୁ ମୁହାଁମୁହିଁ ଜେରା କରାଯାଇଛି । ଏହି ମାମଲାର ପୁରା ଘଟଣା ଏସିବିର ଏଏସପି ନରୋତମ ବର୍ମାଙ୍କ ନେତୃତ୍ବରେ ହେଉଛି । ଏନେଇ ସେ କହିଛନ୍ତି ଯେ ଏହି ଦୁଇ ଅଧିକାରୀ ହାଇଓ୍ବେ ନିର୍ମାଣକାରୀ କମ୍ପାନୀ ଠାରୁ ଲାଞ୍ଚ ମାଗିଥିଲେ ।
ଏନେଇ ନିର୍ମାଣକାରୀ ସଂସ୍ଥା ପୂର୍ବରୁ ଅଭିଯୋଗ କରିଥିଲେ । ଜମିଅଧିଗ୍ରହଣ କରାଇଦେବାକୁ ଏମାନେ ଲାଞ୍ଚ ମାଗିଥିଲେ । ଏପରିକି ମୁଖ୍ୟମନ୍ତ୍ରୀଙ୍କ ବୈଠକରେ ସେ ଲାଞ୍ଚ ମାଗିଥିଲେ । ସେ ଫୋନ୍ରେ କହିଥିଲେ କି ୧୦ ଲକ୍ଷ ଟଙ୍କା କମ୍ପାନୀର ଲାଇଜିଙ୍ଗ ଅଫିସରକୁ ଦେଇ ଦିଅନ୍ତୁ, ମୁଁ ତାଙ୍କଠାରୁ ପରେ ନେଇ ଯିବି । ଏହାପରେ ଏସିବି ଟିମ ତାଙ୍କୁ ଘଟଣାସ୍ଥଳରେ ଛକି ବସିଥିଲା । ଆଉ ଗିରଫ କରିଥିଲା ।