ସିସୋର ମୁଖ୍ୟଙ୍କ କୋର୍ଟରେ ଆତ୍ମସମର୍ପଣ

ରାଉରକେଲା ୨୫/୯: ସିସୋର ମୁଖ୍ୟ ପ୍ରଶାନ୍ତ କୁମାର ଦାସ ଆଜି ରାଉରକେଲା ଏସ୍‌ଡ଼ିଜିଏମ୍‌ କୋର୍ଟରେ ଆତ୍ମସମର୍ପଣ କରିଛନ୍ତି । ରାଉରକେଲା ଜିଲ୍ଲା ପୁଲିସ୍‌ରେ ଶ୍ରୀ ଦାସଙ୍କ ବିରୋଧରେ ହୋଇଥିବା ୧୨ଟି ମାମଲା ମଧ୍ୟରୁ ୪ଟିକୁ ନେଇ ରାଉରକେଲା କୋର୍ଟରେ ଆତ୍ମସମର୍ପଣ କରିଥିଲେ । ଚଳିତ ମାସ ୧୨ ତାରିଖ ଶ୍ରୀ ଦାସ ହାଇକୋର୍ଟରୁ ଆଗୁଆ ଜାମିନ ଆଣିଥିବାରୁ ରାଉରକେଲା କୋର୍ଟରୁ ମଧ୍ୟ ତାଙ୍କୁ ଜାମିନ ମିଳିଛି ।

ସୂଚନା ଅନୁସାରେ, ସିସୋର ଚିଟ୍‌ଫଣ୍ଡର ମୁଖ୍ୟ ପ୍ରଶାନ୍ତ କୁମାର ଦାସଙ୍କ ବିରୋଧରେ ସେକ୍ଟର-୧୯ ଥାନାରେ ୨୦୧୩ରେ ୫ ଲକ୍ଷ ଟଙ୍କା ଠକେଇ କରିଥିବା ନେଇ ସୁବ୍ରତ ଆଚାର୍ଯ୍ୟ ଅଭିଯୋଗ ହୋଇଥିବା ବେଳେ ରଘୁନାଥପାଲୀ ଥାନାରେ ସିଭିଲ ଟାଉନସିପ୍‌ ଅଞ୍ଚଳର ଦୁର୍ଗା ପ୍ରସାଦ ଦାସ ୧ ଲକ୍ଷ ଟଙ୍କା ଠକେଇ ନେଇ ଅଭିଯୋଗ କରିଥିଲେ । ସେହିପରି କୈଳାସ ଚନ୍ଦ୍ର ଲେଙ୍କା ୨୦୧୩ରେ ରଘୁନାଥପାଲୀ ଥାନାରେ ୭୫ ଲକ୍ଷ ଟଙ୍କାର ଠକେଇ ଅଭିଯୋଗ ସିସୋର ବିରୋଧରେ କରିଥିଲେ । ଏହି ମାମଲାକୁ ନେଇ ଶ୍ରୀ ଦାସ ଆଜି ଅପରାହ୍‌ଣ ପ୍ରାୟ ୨ଟାରେ ରାଉରକେଲା ଏସ୍‌ଡିଜିଏମ୍‌ଙ୍କ କୋର୍ଟରେ ଆତ୍ମସମର୍ପଣ କରିଥିଲେ ।

   ସମ୍ବନ୍ଧିତ ଖବର


ଓଡ଼ିଶାରେ ରି-ଇନ୍‌ଫେକ୍ସନ୍‌ ହେଉଛି କରୋନା : ଆଇଏଲ୍‌ଏସ୍‌ ନିର୍ଦ୍ଦେଶକ

ଆଦିତ୍ୟ ଦାଶ ମୃତ୍ୟୁ ମାମଲା : ତଦନ୍ତ ପ୍ରକ୍ରିୟାକୁ ନେଇ ଅସନ୍ତୋଷ, ଆଜି କ୍ରାଇମବ୍ରାଞ୍ଚ କର୍ତ୍ତୃପକ୍ଷଙ୍କୁ ଭେଟିବେ ଆଦିତ୍ୟଙ୍କ ମା’

ପୁଣି ଏକ ସାଙ୍ଘାତିକ ଅଭିଯୋଗ : ଏଥର ୪ ଶ୍ରମିକଙ୍କ ନାଁରେ ଜିଏସ୍‌ଟି ଠକେଇ !

ଏବର୍ଷ ହେବନି ପ୍ରସିଦ୍ଧ ବାଲିଯାତ୍ରା, କୋଭିଡ ସ୍ଥିତିକୁ ନେଇ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି

ଛୁଟିରେ ୩ ଦିନ ଖୋଲା ରହିବ ଆର୍‌ଟିଓ: ଜାଣନ୍ତୁ କେଉଁ କେଉଁ ଦିନ..

ସ୍କର୍ପିଓ ଜାଳିଦେଲେ ଦୁର୍ବୃତ୍ତ : ବାଇକ୍‌ରେ ଆସି ନିଆଁ ଲଗାଇଦେଲେ ୧୦ରୁ ୧୨ ଯୁବକ, ଅଳ୍ପକେ ବର୍ତ୍ତିଲେ ଗାଡ଼ିରେ ଥିବା ୩ ବ୍ୟକ୍ତି