ଉଠା ଦୋକାନି ପାଇବେ ୧୦ହଜାର ଟଙ୍କା, ଆର୍ଥିକ ପ୍ୟାକେଜ୍‌ରେ ଉପକୃତ ହେବେ ଚାଷୀ ,ଶ୍ରମିକ ,ଛୋଟ ବ୍ୟବସାୟୀ – କେନ୍ଦ୍ର ଅର୍ଥମନ୍ତ୍ରୀ କଲେ ଦ୍ୱିତୀୟ ପ୍ୟାକେଜ୍‌ ଘୋଷଣା

ନୂଆଦିଲ୍ଲୀ – ଲକଡାଉନ ସମୟରେ ଦୋହଲି ପଡ଼ିଥିବା ଅର୍ଥ ବ୍ୟବସ୍ଥାକୁ ସମତୁଲ କରିବା ଲାଗି କେନ୍ଦ୍ର ସରକାର ଆଜି ଦ୍ବିତୀୟ ପ୍ୟାକେଜ ଘୋଷଣା କରିଛନ୍ତି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି କେନ୍ଦ୍ରର ପ୍ୟାକେଜ ସଂପର୍କରେ ଆଜି ସୂଚନା ଦେଇଥିବା ବେଳେ ଆଜିର ପ୍ୟାକେଜ୍ରେ ଟାର୍ଗେଟରେ ଥିଲେ କୃଷକ ଓ ଛୋଟଛୋଟ ଦୋକାନୀମାନେ। ୱାନ ନେସନ ୱାନ ରେସନ ଏବେ ଦେଶର ୬୭ କୋଟି ହିତାଧିକାରୀଙ୍କ ପାଇଁ ଲାଗୁ ହୋଇଛି। ।

ଆତ୍ମ ନିର୍ଭର ଭାରତ ଅଭିଯାନରେ ଜାଗିବ ଭାରତର ଅର୍ଥନୀତି। ଚାଷୀ ଏବଂ ଛୋଟମୋଟ ବ୍ୟବସାୟୀମାନେ ଉପକୃତ ହେବେ। ଅର୍ଥନୀତି ପାଇଁ କେନ୍ଦ୍ର ସରକାରଙ୍କ ଟନିକ୍ ଟୁ। ସୋମବାର ପ୍ରଧାନମନ୍ତ୍ରୀ ଯେଉଁ ୨୦ ଲକ୍ଷ କୋଟି ଟଙ୍କାର ଘୋଷଣା କରିଥିଲେ ଏହାର ଦ୍ବିତୀୟ ନକ୍ସା ଆଜି ଖୋଲିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଆଜିର ପ୍ୟାକେଜରେ ଫୋକସରେ ରହିଛନ୍ତି ପ୍ରବାସୀ ଶ୍ରମିକ, ଛୋଟ ଚାଷୀ ଏବଂ କ୍ଷୁଦ୍ର ବ୍ୟବସାୟୀ। ଏମାନଙ୍କ ପାଇଁ ୯ଟି ପର୍ଯ୍ୟାୟରେ ଆର୍ଥିକ ସହାୟତା ଘୋଷଣା କରାଯାଇଛି।

ପ୍ରବାସୀ ଶ୍ରମିକମାନଙ୍କୁ ୨ ମାସ ପାଇଁ ୫ କେଜି ରାସନ ଦିଆଯିବ। କେନ୍ଦ୍ର ସରକାର ଏଥିପାଇଁ ମୋଟ ୩୫୦୦ କୋଟି ଟଙ୍କା ଖର୍ଚ୍ଚ କରିବେ। ଏଥିପାଇଁ ୱାନ ନେସନ ୱାନ ରାସନ କାର୍ଡ ମାର୍ଚ୍ଚ ୩୧, ୨୦୨୧ ପର୍ଯ୍ୟନ୍ତ ହିତାଧିକାରୀମାନଙ୍କୁ ଦିଆଯିବ। ତେଣୁ ଯେକୌଣସି ରାସନ କାଉଣ୍ଟରରୁ ହିତାଧିକାରୀମାନେ ନିଜ ରାସନ ନେଇପାରିବେ।

ଭିଓସେହିପରି ଘରକୁ ଫେରୁଥିବା ପ୍ରବାସୀ ଶ୍ରମିକମାନଙ୍କ ପାଇଁ ମନରେଗା ଯୋଜନାରେ କାର୍ଯ୍ୟ ଯୋଗାଇଦିଆଯାଉଛି। ସେହିପରି ଘର ଫେରୁଥିବା ଶ୍ରମିକମାନଙ୍କ ପାଇଁ ଆଶ୍ରୟ ସ୍ଥଳ ନିର୍ମାଣ କରିବା ଲାଗି ରାଜ୍ୟ ବିପର୍ଯ୍ୟୟ ପାଣ୍ଠିର ଉପଯୋଗ କରିବା ଲାଗି ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ପ୍ରବାସୀ ଶ୍ରମିକଙ୍କ ପାଇଁ ଘରଭଡ଼ା ବ୍ୟବସ୍ଥା କରିବା ଲାଗି ମଧ୍ୟ ଘୋଷଣା କରାଯାଇଛି। ଏଥିପାଇଁ ଆଫୋର୍ଡେବଲ ରେଣ୍ଟାଲ ହାଉସିଂ କମ୍ପ୍ଲେକ୍ସ ତିଆରି କରାଯିବ।

ସେହିପରି ରାସ୍ତା କଡ଼ରେ ଛୋଟ ଦୋକାନ କରିଥିବା ଲୋକଙ୍କ ପାଇଁ ୫ ହଜାର କୋଟି ଟଙ୍କାର ଋଣ ବ୍ୟବସ୍ଥା କରାଯାଇଛି।ଏହାଦ୍ବାରା ୫୦ ଲକ୍ଷ ଉଠାଦୋକାନୀ ଫାଇଦା ପାଇପାରିବେ। ଏଥିପାଇଁ ଜଣେ ଦୋକାନୀ ୧୦ ହଜାର ଟଙ୍କା ଲେଖାଏଁ ସୁବିଧା ପାଇପାରିବେ। ଏଥିସହିତ କ୍ଷୁଦ୍ର ଚାଷୀଙ୍କ ପାଇଁ ୨ ଲକ୍ଷ କୋଟି ଟଙ୍କାର ଋଣ ବ୍ୟବସ୍ଥାର ଘୋଷଣା କରାଯାଇଛି। ପ୍ରଧାନମନ୍ତ୍ରୀ କିସାନ ହିତାଧିକାରୀମାନେ ଏହାଦ୍ବାରା ଉପକୃତ ହେବେ। ସେହିପରି କ୍ଷୁଦ୍ର ଚାଷୀଙ୍କ ପାଇଁ ୩୦ ହଜାର କୋଟି ଟଙ୍କାର ଅତିରିକ୍ତ ଆପାତକାଳୀନ ପାଣ୍ଠି ନାବାର୍ଡ ଜରିଆରେ ପ୍ରସ୍ତୁତ କରାଯାଇଛି। ଏଥିପାଇଁ କୋଅପରେଟିଭ୍ ଓ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ସହାୟତା ନିଆଯିବ। ଯେଉଁମାନଙ୍କର କିସାନ କ୍ରେଡିଟ କାର୍ଡ ନାହିଁ ସେମାନେ ମଧ୍ୟ ଶସ୍ତାରେ ଋଣ ପାଇପାରିବେ

ସେହିପରୀ ମଧ୍ୟବିତ୍ତଙ୍କ ଆୟ ବଳବତ୍ତର ରଖିବା ଲାଗି ମଧ୍ୟ ହାଉସିଂ ଯୋଜନା ଘୋଷଣା କରାଯାଇଛି। ଅଢ଼େଇ ଲକ୍ଷ ମଧ୍ୟବିତ୍ତ ସିଏଲଏସଏସ ଯୋଜନାରେ ମାର୍ଚ୍ଚ ୨୦୧୨ ସୁଦ୍ଧା ଫାଇଦା ପାଇପାରିବେ। ସେହିପରି ଆଦିବାସୀମାନେ କାମ୍ପା ଫଣ୍ଡରେ ୬ହଜାର କୋଟି ଟଙ୍କାର ଯୋଜନା ପ୍ରସ୍ତୁତ କରାଯାଇଛି।

   ସମ୍ବନ୍ଧିତ ଖବର


ଭଦ୍ରକ : ବାହାଘରରେ ଭୋଜି ଆୟୋଜନ – ବନ୍ଧା ହେଲେ କନ୍ୟାର ବାପା ଓ ଭିଣୋଇ

ଜିଓ ପ୍ଲାଟ୍‌ଫର୍ମସ୍‌ରେ ୭୩୦ କୋଟି ଟଙ୍କା ପୁଞ୍ଜିନିବେଶ କରିବ କ୍ୱାଲ୍‌କମ୍ ଇନକର୍ପୋରେଟେଡ୍‌ର ପୁଞ୍ଜିନିବେଶ ସଂସ୍ଥା କ୍ୱାଲ୍‌କମ୍ ଭେଞ୍ଚର୍ସ

ଭାରତର ହିନ୍ଦୁତ୍ୱ ଜୀବନ ଶୈଳୀକୁ ମାନିଲେ ବ୍ରିଟେନ୍‌ର ରାଜକୁମାର

୧୨ ଶହ ଠେଲା ଗାଡି ଅଚଳ , ଦୁର୍ଦ୍ଦିନରେ ଅଢ଼େଇ ହଜାର ରିକ୍ସାବାଲା

ସିଲିଗୁଡ଼ି ପୁଲିସର ସୋରିଷ ତେଲ ଥେରାପି – କରୋନା ବିରୋଧରେ ନୂଆ ଅସ୍ତ୍ର କହି ଖାଦ୍ୟରେ ବ୍ୟବହାର ପାଇଁ ନିର୍ଦ୍ଦେଶ

ଏହି ଖେଳାଳୀଙ୍କର ପ୍ରଶଂସାରେ ଶତମୁଖ ସଚିନ ‘ରିଭର୍ସ ସୁଇଂକୁ ରିଭର୍ସ କରାନ୍ତି ଆଣ୍ଡରସନ’