ଆମେରିକାର ସ୍ୱାସ୍ଥ୍ୟ ଅଧିକାରୀଙ୍କ ଚେତାବନୀ : ବର୍ଷ ଶେଷରେ କରୋନା ଆହୁରି ସାଂଘତିକ ରୂପ ନେବ

ଆମେରିକା ୨୩।୪ : ଆମେରିକାରେ ଚଳିତ ବର୍ଷ ଶେଷରେ କରୋନା ଭାଇରସର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହେବ, ଯାହା ବର୍ତ୍ତମାନର କୋଭିଡ -୧୯ ସଙ୍କଟଠାରୁ ଆହୁରି ସଂଘାତିକ ହେବ। ଆମେରିକାର ଜଣେ ବରିଷ୍ଠ ସ୍ୱାସ୍ଥ୍ୟ ଅଧିକାରୀ ଏହି ବିପଦ ବିରୋଧରେ ଚେତାବନୀ ଦେଇଛନ୍ତି। ଆମେରିକାରେ କରୋନା ଭାଇରସରେ ଏପର୍ଯ୍ୟନ୍ତ ୪୫,୦୦୦ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଛି।

ରୋଗ ନିୟନ୍ତ୍ରଣ ଏବଂ ପ୍ରତିରୋଧ କେନ୍ଦ୍ରର ନିର୍ଦ୍ଦେଶକ ରବର୍ଟ ରେଡଫିଲ୍ଡ କହିଛନ୍ତି ଯେ, ବର୍ଷ ଶେଷରେ ଆମେରିକାରେ ଏକ ସମୟରେ ଫ୍ଲୁ ମହାମାରୀ ଏବଂ କରୋନା ଭାଇରସ ମହାମାରୀ ହେବ। ସେ ଆହୁରି କହିଛନ୍ତି ଯେ, ଆମେରିକାରେ ସାଧାରଣ ଫ୍ଲୁ ଋତୁ ଶେଷ ହେବାକୁ ଯାଉଥିବାବେଳେ ଆମେରିକାରେ କରୋନା ଭାଇରସ ବିସ୍ତାର କରୁଥିଲା। କିନ୍ତୁ ଆସନ୍ତା ଶୀତରେ ଏହି ଭାଇରସ ପୁନର୍ବାର ହମଲା କରିବାର ସମ୍ଭାବନା ଅଛି, ଯାହା ବାସ୍ତବରେ ଏହି ସ୍ଥିତିର ତୁଳନାରେ ଆହୁରି ସାଂଘାତିକ ହେବ।

ଗୋଟିଏ ସମୟରେ ଫ୍ଲୁ ମହାମାରୀ ଏବଂ କରୋନା ଭାଇରସ ମହାମାରୀର ସାମ୍ନା କରିବାକୁ ପଡିବ। ଏକକାଳୀନ ଦୁଇ ଦୁଇଟି ପ୍ରକୋପ ଯୋଗୁଁ ସ୍ୱାସ୍ଥ୍ୟ ବ୍ୟବସ୍ଥା ଉପରେ ଅବାଞ୍ଛିତ ଚାପ ସୃଷ୍ଟି କରିବ । ଏହି ସମୟରେ ହ୍ବାଇଟ ହାଉସ୍ କରୋନା ଜୀବାଣୁ ମୁକାବିଲା ପାଇଁ ପ୍ରତିଷେଧକ ବ୍ୟବସ୍ଥା ଜାରି ରଖିବ ଏବଂ ଯାଞ୍ଚ ସୁବିଧା ବୃଦ୍ଧି କରିବାକୁ ଜୋର୍ ଦେଇଛି।

   ସମ୍ବନ୍ଧିତ ଖବର


ବନ୍ଦ ହୋଇପାରେ ପ୍ଲାଜମା ଥେରାପି, ରୋଗୀଙ୍କ ଚିକିତ୍ସାରେ ହେଉନାହିଁ ପ୍ରଭାବୀ…

ଡାଇବେଟିସ୍ ଓ ହାଇପର ଟେନସନ ରୋଗୀଙ୍କ ପାଇଁ କରୋନା ପ୍ରାଣଘାତୀ, ପ୍ରତି ୫ ଜଣଙ୍କ ଭିତରୁ ନେଉଛି ଜଣଙ୍କର ଜୀବନ

ମାତ୍ର ୩ ଟଙ୍କାରେ ମିଳିବ ମାସ୍କ,ଏହି ରାଜ୍ୟରେ ଆଜିଠାରୁ ଧାର୍ଯ୍ୟ କରାଗଲା ମୂଲ୍ୟ

ରାଜ୍ୟରେ କରୋନା ନେଲା ଆଉ ୧୩ ଜୀବନ: ମୃତ୍ୟୁସଂଖ୍ୟା ୧୧୮୧କୁ ବୃଦ୍ଧି

୧୯୩୧ ନୂଆ କରୋନା ପଜିଟିଭ୍ ଚିହ୍ନଟ, ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୭୪ ହଜାର ୧୮୧କୁ ବୃଦ୍ଧି

ଘରେ ରହି ମା’ଙ୍କ ପୂଜା କରିବାକୁ ରାଜ୍ୟବାସୀଙ୍କୁ ଅପିଲ କଲେ ମୁଖ୍ୟମନ୍ତ୍ରୀ,କହିଲେ ପରିବାର ସହ ପାଳନ କରନ୍ତୁ ପୂଜା…