ଆତଙ୍କୀ ସଙ୍ଗଠନ ଜୈଶ-ଏ-ମୋହମ୍ମଦର ଧମକ ପରେ ଜୟପୁର ଏୟାରପୋର୍ଟରେ ସୁରକ୍ଷା ବ୍ୟବସ୍ଥା କଡାକଡି

ଜୟପୁର ୨୫/୯: ଆତଙ୍କୀ ସଙ୍ଗଠନ ଜୈଶ-ଏ-ମୋହମ୍ମଦର ଧମକ ପରେ ଜୟପୁର ଏୟାରପୋର୍ଟରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଏୟାରପୋର୍ଟରେ ଯେପରି ଯାତ୍ରୀଙ୍କ ସହିତ କୌଣସି ପ୍ରକାର ଅଘଟଣ ନଘଟେ ସେଥିପାଇଁ  ଏୟାରପୋର୍ଟ ସୁରକ୍ଷା ଏଜେନ୍ସି  ସିଆଇଏସଏଫ୍(CISF) ସୁରକ୍ଷା ବ୍ୟବସ୍ଥା ବଢାଇ ଦେଇଛି । ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ସେମାନଙ୍କ ଗନ୍ତବ୍ୟ ସ୍ଥଳରେ ପହଞ୍ଚାଇବା ପାଇଁ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି କରାଯାଇଛି ।

ଆପଣଙ୍କୁ କହିରଖୁଛୁ ଆତଙ୍କୀ ସଙ୍ଗଠନ ଜୈଶ-ଏ-ମୋହମ୍ମଦ ଦେଶର ୩୦ ସହରରେ ବଡ ବିସ୍ଫୋରଣ କରିବାର ଧମକ ଦେଇଥିଲା । ଏହି ଲିଷ୍ଟରେ ଏୟାରପୋର୍ଟ ମଧ୍ୟ ସାମିଲ ଅଛି । କୁହାଯାଉଛି ଜୟପୁର ଏୟାରପୋର୍ଟ ମଧ୍ୟ ଆତଙ୍କୀ ସଙ୍ଗଠନ ଟାର୍ଗେଟରେ ରହିଛି ।

ସିଆଇଏସଏଫ ସୁରକ୍ଷା କଡାକଡି କରି ଏୟାରପୋର୍ଟ ଯିବା ଆସିବା କରୁଥିବା ଯାତ୍ରୀଙ୍କ ଉପରେ ତୀକ୍ଷ୍ମ ନଜର ରଖିଛି । ଯାତ୍ରୀଙ୍କ ଲଗେଜକୁ ମଧ୍ୟ ଯାଞ୍ଚ କରି ଛଡାଯାଉଛି । ଏଥିପାଇଁ ଡଗ୍ ସ୍କ୍ୱାଡକୁ ମଧ୍ୟ ନିଯୁକ୍ତ କରାଯାଇଛି । ଏହା ସହିତ ଇଲେକ୍ଟ୍ରିକ୍ ଉପକରଣ ସାହାଯ୍ଯରେ ଏୟାରପୋର୍ଟର ବାହାର ଯାନ ବାହନ ଉପରେ ତଥା ପାର୍କିଂରେ ମଧ୍ୟ ଯାଞ୍ଚ କରାଯାଉଛି ।

   ସମ୍ବନ୍ଧିତ ଖବର


ED ସ୍କାନରରେ ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କ ପୁଅ

ଇମ୍ରାନ୍‌ଙ୍କୁ ଝଟକା : ପୂର୍ବଭଳି ଗ୍ରେ ଲିଷ୍ଟରେ ପାକିସ୍ତାନ, FATF କହିଲା…

୬ ବର୍ଷ ବୟସରେ ଇନ୍ସପେକ୍ଟର ! ସମ୍ଭାଳିଲେ ଏହି ଦାୟିତ୍ୱ

ଭାରତକୁ କ’ଣ ପାଇଁ ଆସିଥିଲା ଗିରଫ ହୋଇଥିବା ଚୀନ୍‌ ସୈନିକ? ତା ପାଖରୁ ସେନାକୁ ମିଳିଥିଲା ସ୍ଲିପିଙ୍ଗ୍‌ ବ୍ୟାଗ୍‌ ଓ ଷ୍ଟୋରେଜ ଡିଭାଇସ୍

୯ ମାସ ହେଲା ଗାଏବ କିମ୍‌ ଜୋଙ୍ଗ ଉନ୍‌ଙ୍କ ପତ୍ନୀ : ଏମିତି ଚାଲିଛି ଗୁଜବ !

ଆଗାମୀ ୨୦ ବର୍ଷ ଯାଏ ରହିବ କରୋନା, ଏଭଳି ଯୁକ୍ତି ରଖିଲା ସିରମ୍‌ ଇନଷ୍ଟିଚ୍ୟୁଟ୍‌