PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ରାଜ୍ୟରେ ହାରୁଛି କରୋନା, ୨୪ ଘଣ୍ଟା ମଧ୍ୟରେ ୩ ପଜିଟିଭ୍ ଚିହ୍ନଟ
  • ||
  • ଭୁବନେଶ୍ୱର : ୧୦ ଜିଲ୍ଲାରେ ପ୍ରବଳ ବର୍ଷିଲା, ଆଜିଠୁ ବଢ଼ିବ ତାପମାତ୍ରା
  • ||
  • ଭଞ୍ଜନଗର : ଭାରସାମ୍ୟ ହରାଇ ଓଲଟିଲା ଟୁରିଷ୍ଟ ବସ୍, ୬ ମୃତ ୩୦ରୁ ଉର୍ଦ୍ଧ୍ଵ ଆହତ
  • ||
  • ରାଇରଙ୍ଗପୁର : ସାପ୍ତାହିକ ହାଟରେ ଗୁଳିକାଣ୍ଡ, ଗୋରୁ ବେପାରୀଙ୍କୁ ଗୁଳି କରି ୨୦ଲକ୍ଷ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||

ତାଜମହଲରେ ‘ପାକିସ୍ତାନ ଜିନ୍ଦାବାଦ’ ସ୍ଳୋଗାନ: ଦୋଷୀଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ, ଭିଡିଓ ଭାଇରାଲ

ଆଗ୍ରା,୫।୪: ତାଜମହଲରେ  ମୋଗଲ ବାଦଶାହା ଶାହାଜାହାନଙ୍କ  ଉର୍ସ ଅବସରରେ ଗତ କାଲି ସତରଙ୍ଗୀ ଚାଦର ଚଢାଯିବା ବେଳେ ପାକିସ୍ତାନ ଜିନ୍ଦାବାଦ ସ୍ଲୋଗାନ ଦିଆଯିବା  ଘଟଣା ଏବେ ବିବାଦୀୟ ପରିସ୍ଥିତି ସୃଷ୍ଟି କରିଛି। ଦେଶ ଭିତରେ ଏଭଳି ଘଟଣାକୁ ନିନ୍ଦା କରିବା ସହ ଅସନ୍ତୁଷ୍ଟ ହିନ୍ଦୁତ୍ବବାଦୀ ସଂଗଠନ  ଆଜି ଏହି ମାମଲାରେ ତାଜଗଞ୍ଜ ଥାନାରେ ସେହି  ଯୁବକଙ୍କ ବିରୋଧରେ ମାମଲା ରୁଜୁ କରିଛି। ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ବିଭାଗ ପକ୍ଷରୁ ମଧ୍ୟ ମାମଲା  ରୁଜୁ କରାଯାଇଛି। ଅଭିଯୋଗ ପତ୍ରରେ ସିସିଟିଭି ଫୁଟେଜ ସମ୍ପର୍କରେ ବର୍ଣ୍ଣନା କରାଯାଇଛି।

ଏଥିରେ କୁହାଯାଇଛି,  ଶାହାଜାହାନଙ୍କ୩୬୪ ତମ ଉର୍ସ ଅବସରରେ ଚାଦର ଚଢାଯାଉଥିବା ବେଳେ,  ଜଣେ ଯୁବକ ରାଜକୀୟ ଦ୍ୱାର (ରୟାଲ ଗେଟ) ନିକଟରେ ପାକିସ୍ତାନ ଜିନ୍ଦାବାଦର ସ୍ଲୋଗାନ ଦେଇଥିଲା। ଏହାର ଏକ ଭିଡିଓ ଏବେ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି। ଏଏସ୍ଆଇର ଅଭିଯୋଗ ଆଧାରରେ ପାକିସ୍ତାନ ଜିନ୍ଦାବାଦ କହୁଥିବା ଲୋକଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ କରାଯାଇଛି।

ପ୍ରକାଶଯୋଗ୍ୟ ଯେ ଗତ କାଲି ଶାହାଜାହାନଙ୍କ ଉର୍ସର ତୃତୀୟ ଏବଂ ଅନ୍ତିମ ଦିନ ଥିଲା। ତେଣୁ ତାଜମହଲରେ ପ୍ରବେଶ ଶୁଳ୍କ ନିଆ ଯାଇନଥିଲା। ଫଳରେ ସେଠାରେ ବହୁ ଲୋକଙ୍କ ଭିଡ଼ ଜମିଥିଲା।  ଅପରାହ୍ଣ ପ୍ରାୟ ସାଢେ ୩ଟା ସମୟରେ ଚାଦର ଚଢାଇବାକୁ ୨୦ ରୁ ୨୨ ଜଣ ଯୁବକଙ୍କ ଏକ ଦଳ ଆସିଥିଲେ। ଢୋଲ ଓ ବାଜା ସହ ଆସୁଥିବା ଏହି ଦଳ ଭିତରେ ଜଣେ ଯୁବକ ପାକିସ୍ତାନ ଜିନ୍ଦାବାଦ ସ୍ଲୋଗାନ ଦେଇ ଆଗକୁ ବଢୁଥିବାର ଦେଖିବାକୁ ମିଳିଥିଲା। ଜଣେ ଲୋକ ସେଠାରେ ନିଜ ମୋବାଇଲରେ ଏହାର ଭିଡ଼ିଓ ଉତ୍ତୋଳନ କରିନେଇଥିଲା। ଭିଡ କାରଣରୁ  ସ୍ଲୋଗାନ ଦେଇଥିବା ଯୁବକର ଏବେ  ଚିହ୍ନଟ ହୋଇପାରିନାହିଁ। ତେବେ ସିସିଟିଭି ଫୁଟେଜ ଆଧାରରେ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ କହିଛି। ଅନ୍ୟପକ୍ଷେ ତାଜ ମହଲରେ ପାକିସ୍ତାନ ଜିନ୍ଦାବାଦ ସ୍ଲୋଗାନ ଦେଉଥିବା ବେଳର ଏହି ଭିଡିଓଟି ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।