PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଲାଙ୍ଗୀର: ରେଳ ଲାଇନରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ନେଇ ସନ୍ଦେହ
  • ||
  • ବଲାଙ୍ଗୀର: କପଡ଼ା ବ୍ୟବସାୟୀଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର, ପରିବାର ପକ୍ଷରୁ ହତ୍ୟା ଅଭିଯୋଗ
  • ||
  • ଲମତାପୁଟରେ ଅଟୋ ସହ ୨ କୁଇଣ୍ଟାଲ ଗଞ୍ଜେଇ ଜବତ, ଜଣେ ଗିରଫ
  • ||
  • ରାଜ୍ୟରେ ସାମନ୍ୟ ହ୍ରାସ ପାଇଲା ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦ ହଜାର ୭୫୭ ଜଣ ପଜିଟିଭ, ୨୨ ଜୀବନ ନେଲା କରୋନା
  • ||
  • ଚୌଦ୍ଵାର : ଟ୍ରକକୁ ପଛ ପଟୁ ପିଟିଲା ସ୍କୁଟି, ମହିଳା ଗୁରୁତର
  • ||
  • ରେଙ୍ଗାଲି : ହାଇୱାରେ ପିଟିହେଲା କାର୍‌ : ମା’ ଝିଅ ମୃତ, ପୁଅ ଗୁରୁତର
  • ||
  • ଭୁବନେଶ୍ୱର : ଆଜି ବସିବ ସର୍ବଦଳୀୟ ବୈଠକ, କୋଭିଡ୍‌ ମୁକାବିଲା ପାଇଁ ସହଯୋଗ ଲୋଡ଼ିବେ ସରକାର
  • ||
  • ଭୁବନେଶ୍ୱର : ଆସନ୍ତା ୪ରୁ ୫ଦିନ ପାଗ ଶୁଖିଲା, ବଢ଼ିବ ତାତି, ଆଜି କାଁ ଭାଁ କିଛି ସ୍ଥାନରେ ସ୍ୱଳ୍ପ ବର୍ଷା ସମ୍ଭାବନା
  • ||
  • ପୁରୀ : ଜୁନ ୧୫ ପର୍ଯ୍ୟନ୍ତ ମହାପ୍ରଭୁଙ୍କ ଦର୍ଶନ ବନ୍ଦ, ପ୍ରଭାବିତ ହେବ ତିନିପର୍ବ
  • ||

କେବଳ ଫଟୋରେ ଦେଖନ୍ତୁ କେଉଁ ସହରରେ କିଭଳି ଦୃଶ୍ୟମାନ ହେଉଛି ଏ ବର୍ଷର ଶେଷ ସୂର୍ଯ୍ୟୋପରାଗ

ଭୁବନେଶ୍ବର ୨୬।୧୨: ବର୍ଷ ତଥା ଦଶନ୍ଧିର ଶେଷ ସୂର୍ଯ୍ୟ ପରାଗ ଆରମ୍ଭ ହୋଇଯାଇଛି। ଏହା ସକାଳ ୮ଟା ୧୯ରୁ ଆରମ୍ଭ ହୋଇଯାଇଥିବାବେଳେ ୧୧ଟା ୨୯ ମିନିଟ୍ ୧୦ ସେକେଣ୍ଡରେ ସର୍ବମୋକ୍ଷ ହେବ । ଏହି ସୂର୍ଯ୍ୟପରାଗ ପ୍ରଥମେ ଆରବ ଦେଶ କାତାର, ୟୁଏଇ ଓ ଓମାନରେ ଦେଖିବାକୁ ମିଳିଥିଲା । ଭାରତରେ ପ୍ରଥମେ କେରଳର ଚେରୁଭାତୁର ନାମକ ସ୍ଥାନରେ ସୂର୍ଯ୍ୟପରାଗ ଦୃଶ୍ୟମାନ ହୋଇଥିଲା ।

ସୂର୍ଯ୍ୟପରାଗ ଦେଖିବା ପାଇଁ ବିଭିନ୍ନ ପ୍ଲାନେଟାରିୟମ୍ ପକ୍ଷରୁ ସାଧାରଣ ଲୋକଙ୍କ ପାଇଁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ଟେଲିସ୍କୋପ୍ ମାଧ୍ୟମରେ ଏକାଥରେ ଶତାଧିକ ଲୋକ ଗ୍ୟାଲେରୀରେ ବସି ସୂର୍ଯ୍ୟପରାଗ ଦେଖିପାରିବେ। ସିଧାସଳଖ ଖାଲି ଆଖିରେ ସୂର୍ଯ୍ୟପରାଗ ଦେଖିବାକୁ ମନା । ତେଣୁ ଟେଲିସ୍କୋପରୁ ସୃଷ୍ଟି ହେଉଥିବା ପ୍ରତିବିମ୍ବକୁ ସମସ୍ତେ ଦେଖିପାରିବା ଭଳି ବନ୍ଦୋବସ୍ତ କରାଯାଇଥିଲା। ଦର୍ଶକଙ୍କ ପାଇଁ ମାଇଲାର ସିଟ୍ ମଧ୍ୟ ରଖାଯାଇଥିଲା। ଏଥିରେ ଏକକାଳୀନ ୫୦ ଜଣ ଲୋକ ଦେଖିପାରିବେ।

ସେହିପରି ସୋଲାର ସ୍ପେକ୍ ମାଧ୍ୟମରେ ସମସ୍ତେ ସୂର୍ଯ୍ୟୋପରାଗ ଦେଖିପାରିବେ। ଏହି ସୋଲାର ସ୍ପେକ୍ କିଣିବାକୁ ପଡ଼ିବ। ତେବେ ଆସନ୍ତୁ ଦେଖିବା କେଉଁ ସହରରେ କିଭଳି ଦେଖାଯାଉଛି ବିରଳ ସୁର୍ଯ୍ୟୋପରାଗ।

ରାଜଧାନୀ ଭୁବନେଶ୍ବରରେ ବିରଳ ସୂର୍ଯ୍ୟୋପରାଗର ଅଦ୍ଭୁତ ଦୃଶ୍ୟ ଦେଖିବାକୁ ଖୁବ୍ ସୁନ୍ଦର ଥିଲା। ଭୁବନେଶ୍ବରରେ ୮ଟା ୧୯ ମିନିଟ୍ ୪୮ ସେକେଣ୍ଡରେ ପରାଗ ଦେଖାଯିବା ଆରମ୍ଭ ହୋଇଥିଲା । ୯ଟା ୪୬ ମିନିଟ୍ ୭ ସେକେଣ୍ଡରେ ପରାଗ ସବୁଠାରୁ ଭଲ ଭାବେ ଦେଖାଯାଇଥିଲା । ୧୧ଟା ୨୮ ମିନିଟ୍ ୩୮ ସେକେଣ୍ଡରେ ଭୁବନେଶ୍ବରରେ ପରାଗ ଶେଷ ହେବ।

ସେହିପରି କେରଳରେ ବି ସୂର୍ଯ୍ୟୋପରାଗର ଦୃଶ୍ୟ ଦେଖିବାକୁ ଖୁବ୍ ସୁନ୍ଦର ଥିଲା। କେରଳର କୋଚ୍ଚିରେ ସୂର୍ଯ୍ୟୋପରାଗର ଖୁବ୍ ସୁନ୍ଦର ଦୃଶ୍ୟ ଦେଖିବାକୁ ମିଳିଥିଲା।

ଉତ୍ତର କେରଳର ଚେରୁବତୁର ଏବଂ ଓ୍ଵାୟାନାଡ଼ ଠାରେ ଜନଗହଳି ହୋଇଛି। ଉତ୍ତର କେରଳର ଚେରୁବତୁର ହେଉଛି ଭାରତର ପ୍ରଥମ ସ୍ଥାନ ଯେଉଁଠି ଆଜି ସୂର୍ଯ୍ୟୋପରାଗ ଦେଖାଯାଇଥିଲା। ସେଠାରେ ସୂର୍ଯ୍ୟ ଏକ ସୁବର୍ଣ୍ଣ ବଳୟ ସଦୃଶ ଦେଖାଯାଉଛି। ସକାଳ ୮ଟା ୦୫ ରୁ ଦିନ ୧୧ଟା ଯାଏଁ କେରଳରେ ସୂର୍ଯ୍ୟୋପରାଗ ଦେଖାଯିବ।

ତାମିଲନାଡୁ ଚେନ୍ନାଇରେ ବି ସୂର୍ଯ୍ୟୋପରାଗର ବିରଳ ଦୃଶ୍ୟ ଦେଖିବାକୁ ମିଳିଥିଲା। ଚେନ୍ନାଇ ସହରରେ ଦିନବେଳେ ରାତି ଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା।

ଗୁଜରାଟର ଅହମଦାବାଦରେ ବି ସୂର୍ଯ୍ୟୋପରାଗର ଦୃଶ୍ୟ ଦେଖିବାକୁ ମିଳିଥିଲା। ଏହା ବର୍ଷର ଶେଷ ସୂର୍ଯ୍ୟୋପରାଗର ରହିଛି।

ବିହାରର ଛପରାରେ ମଧ୍ୟ ସୂର୍ଯ୍ୟୋପରାଗର ଦୃଶ୍ୟ ଖୁବ୍ ସୁନ୍ଦର ରହିଛି। ଏଠାରେ ବାଦଲ ମଧ୍ୟରେ ସୂର୍ଯ୍ୟ ଦେଖିବାକୁ ମିଳିଥିଲା। ଭାରତୀୟ ଉପମହାଦେଶରେ ସୂର୍ଯ୍ୟୋପରାଗ କିଛି ଅଞ୍ଚଳକୁ ଦୃଶ୍ୟମାନ ହେଉଛି।

ଭାରତ ବ୍ୟତୀତ ସାଉଦି ଆରବ, କତାର, ସଂଯୁକ୍ତ ଆରବ ଏମିରେଟ୍‌ସ୍‌, ଓମାନ୍‌, ଶ୍ରୀଲଙ୍କା, ମାଲେସିୟା, ଇଣ୍ଡୋନେସିଆ, ସିଙ୍ଗାପୁର, ଉତ୍ତର ମାରିଆନା ଦ୍ୱୀପପୁଞ୍ଜ ଏବଂ ଗୁଆମ୍‌ରେ ଏହି ସୂର୍ଯ୍ୟୋପରାଗ ଦେଖା ଯାଉଛି।