PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭଦ୍ରକ : ବିଶିଷ୍ଟ ଗାନ୍ଧିବାଦୀ ଭଦ୍ରକ ମହାବିଦ୍ୟାଳୟର ପ୍ରାକ୍ତନ ଅଧକ୍ଷ ପ୍ରଫେସର ସନାତନ ମହାନ୍ତିଙ୍କ ପରଲୋକ
  • ||
  • ମାଲକାନଗିରି : ମାଲକାନଗିରି ମୋଟୁ ସୀମାନ୍ତ ୪ ରାଜ୍ୟ ପ୍ରବେଶ ଦ୍ୱାର ଚେକପୋଷ୍ଟ ପରିଦର୍ଶନ କଲେ ପୁଲିସ ମହାନିର୍ଦ୍ଦେଶକ ଅଭୟ, କୋଭିଡ ସ୍ଥିତି ଓ ମାଓ ସମୀକ୍ଷା କଲେ ପୁଲିସ ଡିଜି
  • ||
  • କପିଲାଭଟା : ପାରିବାରିକ କଳହରୁ ସ୍ତ୍ରୀର ତଣ୍ଟି ଚିପି ହତ୍ୟା କଲା ସ୍ୱାମୀ
  • ||
  • ଓଡ଼ିଶା: ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୧ ହଜାର ୮୦୫ ଜଣ କରୋନା ପଜିଟିଭ, ୨୧ ଜଣଙ୍କ ଜୀବନ ନେଲା ମହାମାରୀ
  • ||
  • ବାଲେଶ୍ଵର : ଭାରସାମ୍ୟ ହରାଇ ପୋଲ ତଳକୁ ଖସିଲା କାର୍, ୩ ମୃତ ୨ ଗୁରୁତର
  • ||
  • OJEE: ଜୁନ୍‌ ୧୫ ଯାଏ ଛାତ୍ରଛାତ୍ରୀମାନେ ଅନ୍‌ଲାଇନ୍‌ରେ ଆବେଦନ କରିପାରିବେ, ଜୁନ୍‌ ୧୭ତାରିଖ ସୁଦ୍ଧା ଅନ୍‌ଲାଇନ୍‌ରେ ଫି’ଦାଖଲ କରିପାରିବେ
  • ||
  • ପୁରୀ:ଏ ବର୍ଷ ବି ବିନା ଭକ୍ତରେ ହେବ ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା, କେବଳ ସେବାୟତ ଟାଣିବେ ରଥ
  • ||
  • ପୁରୀ: ଆଜି ମହାପ୍ରଭୁଙ୍କ ବାହାର ଚନ୍ଦନ ଯାତ୍ରା, ମେ ୧୫ରୁ ଜୁନ୍‌ ୬ ଯାଏଁ ୧୪୪ ଧାରା ଜାରି
  • ||
  • ଚାଷୀ କୂଳ ପାଇଁ ଖୁସି ଖବର: ମେ’ ୩୧ରେ କେରଳ ଛୁଇଁବ ମୌସୁମୀ,ଜୁନ୍ ୧୦ରୁ ୧୨ ସୁଦ୍ଧା ଓଡ଼ିଶା
  • ||
  • ଆଜି ପବିତ୍ର ଅକ୍ଷୟ ତୃତୀୟା, ମାଟି ମା’କୁ ପୂଜା କରି ଚାଷ କାମ ଅନୁୁକୂଳ କରିବେ ଚଷା ପୁଅ
  • ||

ଅସ୍ତ୍ରବିରତି ଉଲଙ୍ଘନର କଡା ଜବାବ ଦେଲା ଭାରତ: ୨ ପାକିସ୍ତାନୀ ରେଞ୍ଜର୍ ନିହତ, ଧ୍ୱଂସ ହେଲା ସେନା ପୋଷ୍ଟ

ଶ୍ରୀନଗର, ୨୧|୧୨:    ଜମ୍ମୁ-କାଶ୍ମୀରରେ ପାକିସ୍ତାନ ପୁଣି ଅସ୍ତ୍ରବିରତି ଉଲଙ୍ଘନ କରିଛି। କିନ୍ତୁ ଏଥର ଭାରତୀୟ ସେନା ଏହାର କଡା ଜବାବ ଦେଇଛି। ପାକିସ୍ତାନ ତରଫରୁ ହୋଇଥିବା ଗୁଳିଗୋଳା ମାଡ ପରେ ଭାରତୀୟ ସେନା ମଧ୍ୟ ପାଲଟା ଆକ୍ରମଣ କରିଥିଲା। ଏଥିରେ ପାକିସ୍ତାନର ୨ଜଣ ଯବାନ ନିହତ ହୋଇଛନ୍ତି। ପାକର ଏକ ସୈନ୍ୟ ପୋଷ୍ଟ ମଧ୍ୟ ଧ୍ୱଂସ ହୋଇଯାଇଛି।

ପଲାଙ୍ଗଓ୍ୱାଲା ସେକ୍ଟରରେ ଆଜି ପାକିସ୍ତାନୀ ସେନା ସିଜଫାୟାର ଉଲଙ୍ଘନ କରିଥିଲା। ଏହାର ଦୃଢ ଜବାବ ଦେଇଥିଲା ଭାରତୀୟ ସେନା। ସେନାର ଆକ୍ରମଣରେ ୨ ପାକିସ୍ତାନୀ ରେଞ୍ଜର୍ ନିହତ ହୋଇଛନ୍ତି। ପାକ୍ ସେନାର ଏକ ପୋଷ୍ଟ ମଧ୍ୟ ଧ୍ୱଂସ ହୋଇଯାଇଛି। ଏହି ଦୁଇଜଣଙ୍କ ମୃତଦେହ ଏଲଓସିରେ ପଡିରହିଛି।

ସେହିପରି ତଙ୍ଗାଧାର ଓ କଞ୍ଝାଲବାନ୍ ସେକ୍ଟରରେ ପାକିସ୍ତାନପଟୁ ଜୋରଦାର ଗୁଳିଗୋଳା ମାଡ ହୋଇଛି। ତେବେ କିଛି କ୍ଷୟକ୍ଷତି ବାବଦରେ କୌଣସି ସୂଚନା ମିଳିପାରି ନାହିଁ। ଏତତ୍ ବ୍ୟତୀତ ଦିନ ୨ଟା ବେଳେ କେରୀ ସେକ୍ଟରରେ ପାକିସ୍ତାନ ୫ ମିନିଟ୍ ପାଇଁ ଅସ୍ତ୍ରବିରତି ଉଲଙ୍ଘନ କରିଥିଲା। ଭାରତୀୟ ସେନା ଏହାର କଡ ଜବାବ ଦେଇଥିଲା। ତେବେ ଭାରତୀୟ ସେନାର ଜବାବ ପରେ ମଧ୍ୟ ପାକିସ୍ତାନ ସୁଧୁରି ନଥିଲା। ପିଓକେର ନୀଲମ ଘାଟିରେ ପାକ୍ ଗୁଳିଗୋଳା ମାଡ କରିଥିଲା।

ସମ୍ବନ୍ଧିତ ଖବର