ପୁରୁଣା ହେଲା ସେଲଫି, ଆସିଲା ସ୍ଲୋଫି ଯୁଗ

ନୁଆଦିଲ୍ଲୀ ୨୩/୯: ଆମେରିକା ଟେକ୍ କମ୍ପାନୀ ଆପଲ୍ (Apple) ନିକଟରେ ଆଇଫୋନ୍ ୧୧ ସିରିଜର ଆଇଫୋନ୍ ୧୧, ଆଇଫୋନ୍ ୧୧ ପ୍ରୋ ଓ ଆଇଫୋନ୍ ୧୧ ପ୍ରୋ ମ୍ୟାକ୍ସ ଲଞ୍ଚ କରିଛି । ଏହି ସମୟରେ କମ୍ପାନୀ ସ୍ଲୋଫି(Slofie)ର ସ୍ଲୋଗାନ୍ ଆଣିଛି । ସୂଚନା ଅନୁସାରେ ଏବେ ଆପଲ୍ ୟୁଜର୍ସ ଲାଟେଷ୍ଟ ଆଇଫୋନରୁ ସେଲ୍ଫିର ଅପଗ୍ରେଡ୍ ଭର୍ସନ ସ୍ଲୋଫିକୁ କ୍ୟାପ୍ଚର କରିପାରିବେ । ଦ ବର୍ଜର ରିପୋର୍ଟ ଅନୁସାରେ ଶୁକ୍ରବାର ଆପଲ୍ ସ୍ଲୋଫିକୁ ଟ୍ରେଡମାର୍କ ରୂପେ ଆଣିବା ପାଇଁ ଆବେଦନ କରିଥିଲା । ଏହାର ସିଧା ଅର୍ଥ ହେଉଛି କମ୍ପାନୀ ନିଜ କ୍ୟାମେରା ଟେକନିକକୁ ଅତ୍ୟାଧୁନିକ ଭାବେ ପ୍ରସ୍ତୁତ କରିଛି । ତେବେ ସବୁଠାରୁ ପ୍ରଥମେ ଆସନ୍ତୁ ଜାଣିବା କଣ ଏହି ସ୍ଲୋଫି ।

କଣ ହୋଇଥାଏ ଏହି ସ୍ଲୋଫି ?
ସ୍ଲୋଫି ଶ୍ଲୋ ମୋସନ୍ ଭିଡିଓ ହୋଇଥାଏ । ଏହାକୁ ଫ୍ରଣ୍ଟ କ୍ୟାମେରାରେ ସୁଟ୍ କରାଯାଇଥାଏ । ଆଇଫୋନ୍ ୧୧ ୟୁଜର୍ସ ୧୨୦ ଫ୍ରେମ ପ୍ରତି ସେକେଣ୍ଡ ମାଧ୍ୟମରେ ସ୍ଲୋଫି ପ୍ରସ୍ତୁତ କରିପାରିବେ । କମ୍ପାନୀ ସ୍ଲୋଫି ଶବ୍ଦ ମାଧ୍ୟମରେ ଆଇଫୋନ୍ ୧୧ର ନୂଆ କ୍ୟାମେରା ଫିଚରକୁ ପ୍ରମୋଟ କରୁଛି । କମ୍ପାନୀ ଆଇଫୋନ୍ ୧୧ର କ୍ୟାମେରା ଆପରେ ଶ୍ଲୋ ମୋସନ୍ ଭିଡିଓ ନାମରେ ଏହି ଫିଚର ଦେଇଛି । ଆଇଫୋନର ବ୍ୟାକ୍ କ୍ୟାମେରା  ଓ ଫ୍ରଣ୍ଟ କ୍ୟାମେରା ମାଧ୍ୟମରେ ସ୍ଲୋ ମୋସନ୍ ଭିଡିଓ କ୍ୟାପ୍ଚର କରାଯିବ । ଆପଣଙ୍କୁ କହିରଖୁଛୁ ଆପଲ ସ୍ଲୋଫିର ପେଟେଣ୍ଟ ପାଇଁ ୪୦୦ ଡଲାର୍ ପୈଠ କରିଛି ।

   ସମ୍ବନ୍ଧିତ ଖବର


ଫେସବୁକ୍ ଲଞ୍ଚ୍ କଲା ନୂଆ ସେବା, ଖୁବ୍ ଶୀଘ୍ର ଆକାଉଣ୍ଟକୁ କରନ୍ତୁ ଚେକ୍

ଚିନ୍ତାର କଥା ! ପରୀକ୍ଷଣ ସମୟରେ କରୋନା ଟିକାରେ ହେଲା ମୃତ୍ୟୁ…

ଟ୍ରେନରେ ଯାତ୍ରା ସମୟରେ ଲଗେଜ୍ ଚିନ୍ତା ଗଲା, ଏଣିକି ଘରେ ପହଞ୍ଚିବ ସାମଗ୍ରୀ

କରୋନାରୁ ରକ୍ଷା କରିବ ଏହି ‘ଛତୁ’–ଷ୍ଟାର୍ଟ ଅପ୍‌ କମ୍ପାନୀ ତିଆରି କଲେ ଇମ୍ୟୁନିଟି ବୁଷ୍ଟର

କରୋନା ଭୟରେ ଏହି ଦେଶରେ ବନ୍ଦ ହେଲା ମାଛ ମାର୍କେଟ୍, ଲାଗିଲା କର୍ଫ୍ୟୁ

ନବରାତ୍ରୀ ନେଇ ସୋସିଆଲ ମିଡିଆରେ ଅଶ୍ଲୀଳ ପୋଷ୍ଟ, କ୍ଷମା ମାଗିଲା Eros Now