PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କନ୍ଧମାଳ- ଗୋଚ୍ଛାପଡା ପୁଲିସ ଦ୍ବାରା ୧୦୭ କିଲୋ ଗଞ୍ଜେଇ ଜବତ । ଜାମସେଦପୁର ଅଞ୍ଚଳର ଦୁଇ ଗିରଫ ।
  • ||
  • ଗଞ୍ଜାମ- କୁକୁଡାଖଣ୍ଡି ବ୍ଲକ କାଳୁଆ ଛକରେ ୭ଲକ୍ଷ ଟଙ୍କାର ଗଞ୍ଜେଇ ଜବତ କଲା ଅବକାରୀ।
  • ||
  • ଭୁବନେଶ୍ଵର : ବିଭିନ୍ନ ରାଜ୍ୟରେ ଡାକ୍ତରମାନଙ୍କୁ ଆକ୍ରମଣ, ଆସନ୍ତା ୧୮ ତାରିଖକୁ ଜାତୀୟ ପ୍ରତିବାଦ ଦିବସ ଭାବେ ପାଳିବ ଭାରତୀୟ ଚିକିତ୍ସକ ସଂଘ
  • ||
  • ବଲାଙ୍ଗୀର : ସଦର ଏସଡିପିଓଙ୍କ ପ୍ରେସମିଟ, ୨୨ ବାଇକ, ୨ ପିକଅପ ଜବତ, ୭ ଗିରଫ
  • ||
  • ମାଲକାନାଗିରି : ମାଲକାନଗିରି-ଆନ୍ଧ୍ର ସୀମାରେ ନକ୍ସଲ ଓ ପୋଲିସ ମୁହାଁମୁହିଁ, ଏନକାଣ୍ଟରରେ ୬ ହାଡକୋର ମାଓବାଦୀ ନିହତ
  • ||
  • ପାରାଦୀପ : ଜିଏସଟି ଫାଙ୍କୁଥିବା ଅଭିଯୋଗରେ ସ୍କାର୍ପ ବୋଝେଇ ଟ୍ରକ ଅଟକ, ବାଣିଜ୍ୟ କର ବିଭାଗ ଦ୍ଵାରା ଅଟକ
  • ||
  • ଅନୁଗୁଳ : ରେଙ୍ଗାଲି ବିରାଜ ଷ୍ଟିଲ ସାମ୍ନାରେ ଟ୍ରକ୍ ସହ ଧକ୍କା ହୋଇ କାର୍ ଚୂରମାର, ଘଟଣାସ୍ଥଳରେ ଜଣେ ମ୍ରୁତ, ଜଣେ ଗୁରୁତର
  • ||
  • ବ୍ରହ୍ମପୁର : ବ୍ରହ୍ମପୁର ଉତ୍ତରାମୁଖୀ ସାହିରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗଣ୍ଡଗୋଳ, ଛୁରୀ ମାଡ଼ରେ ଜଣେ ମୃତ ଓ ଦୁଇଜଣ ଆହତ, ସମସ୍ତେ ଏମକେସିଜିରେ ଭର୍ତ୍ତି
  • ||
  • ଭୁବନେଶ୍ଵର : ଆଉ ଅଳ୍ପ ଦିନ ମଧ୍ୟରେ ସଂକ୍ରମଣ ସମ୍ପୂର୍ଣ୍ଣ କମିଯିବ, ‘ଅନଲକ୍’ ହେଲେବି ଲୋକଙ୍କୁ ନିୟମ କଡାକଡି ପାଳନ କରିବାକୁ ପଡିବ- ଡିଏମଇଟି
  • ||
  • ବାଲିପାଟଣା : ଧାନ ବ୍ୟବସାୟୀଙ୍କୁ ବୋମା ମାଡ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||
  • ଢେଙ୍କାନାଳ : ବିବାହ କରିବାକୁ ମନା କରିଦେଲେ ପ୍ରେମିକା, ଦେହରେ କିରୋସିନ ଢାଳି ଆତ୍ମହତ୍ୟା ଉଦ୍ୟମ କଲା ବିଫଳ ପ୍ରେମିକ
  • ||
  • ମାଲକାନଗିରି : ମାଲକାନଗିରି ଜିଲ୍ଲା ମାଥିଲି ଥାନା କୁଲାବେଡା ଜଙ୍ଗଲରେ ମାଓବାଦୀ-ଯବାନଙ୍କ ମଧ୍ୟରେ ଗୁଳି ବିନିମୟ
  • ||
  • ଭୁବନେଶ୍ୱର : ଓଡ଼ିଶାରୁ ଆଉ ୪୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୩୪୩୨କୁ ବୃଦ୍ଧି
  • ||
  • ଚୌଦ୍ଵାର: ଟ୍ରଲରକୁ ପିଟିଲା ପିକଅପ୍ ଭ୍ୟାନ୍, ୨ ମୃତ ଜଣେ ଗୁରୁତର
  • ||
  • କରଞ୍ଜିଆ : ସୋଲାର ଚୋରଙ୍କୁ ଧରିଲା ପୋଲିସ, ଖତ ଗଡ଼ିଆରେ ପୋତି ଲୁଚାଇ ରଖିଥିଲେ ସୋଲାର ପ୍ୟାନେଲ ଓ ବ୍ୟାଟେରୀ
  • ||
  • ଭୁବନେଶ୍ୱର : ରାଜ୍ୟରେ କମୁଛି ସଂକ୍ରମଣ, ୨୪ ଘଣ୍ଟାରେ ୩୫୩୫ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||

ଫାୟାର କ୍ଲିୟରାନ୍ସ ବେଳେ ସ୍ୱଚ୍ଛତା ଅବଲମ୍ବନ କରାଯିବ, ଅନଲାଇନରେ ହେବ ସବୁ କଥା: ଆଇଜି ଅସିତ୍ ପାଣିଗ୍ରାହୀ

ଭୁବନେଶ୍ବର ୨୬/୮: ୧୯୯୭ ବ୍ୟାଚର ବରିଷ୍ଠ ଆଇପିଏସ ଅଧିକାରୀ ଆଜି ଅଗ୍ନିଶମ ଓ ହୋମଗାର୍ଡ ଆଇଜି ଭାବେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି । ଏହି ବିଭାଗର ଡିଜି ବିଜୟକୁମାର ଶର୍ମା ବର୍ତ୍ତମାନ ଡିଜିପି ଭାବେ ଦାୟିତ୍ବ ତୁଲାଉଥିବାରୁ ଶ୍ରୀପାଣିଗ୍ରାହୀଙ୍କ ଉପରେ ସମସ୍ତ ଦାୟିତ୍ବ ନ୍ୟସ୍ତ ହୋଇଛି । ବିଜୟ କୁମାର ଶର୍ମା ଅଗ୍ନିଶମ ବିଭାଗର ମହାନିର୍ଦ୍ଦେଶକ ଥିବାବେଳେ ବହୁ ସଂସ୍କାର ମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି । ଆଇନକୁ କଡାକଡି ଭାବେ ଲାଗୁ କରିବା ପାଇଁ ମଧ୍ଯ ବ୍ୟବସ୍ଥା କରିଛନ୍ତି । ଏହି ପ୍ରକ୍ରିୟାକୁ ଆଗକୁ ବଢାଇବା ପାଇଁ ଉଦ୍ଯମ କରିବେ ବୋଲି ଦାୟିତ୍ୱ ଗ୍ରହଣ ପରେ ଆଇଜି ଅସିତ୍ ପାଣିଗ୍ରାହୀ କହିଛନ୍ତି । ଅସିତ ପାଣିଗ୍ରାହୀ ୨୦୧୫ ମସିହାରେ ଆଇଜି ପାହ୍ୟାକୁ ପଦୋନ୍ନୋତି ପାଇବା ପରେ ବାଲେଶ୍ବର ରେଂଜର ଆଇଜି, କ୍ରାଇମବ୍ରାଞ୍ଚର ଆଇଜି ଭାବେ ସଫଳତାର ସହ ଦାୟିତ୍ବ ତୁଲାଇବାପରେ ହେଡକ୍ବାଟର ଆଇଜି ଭାବେ କାର୍ଯ୍ୟଭାର ତୁଲାଉଥିଲେ ।

ନିଜ କାର୍ଯ୍ୟକାଳଭାବେ ଶ୍ରୀ ପାଣିଗ୍ରାହୀ ମାଲକାନଗିରି, ଅନୁଗୁଳ, ନୟାଗଡ, ଯାଜପୁର, ସମ୍ବଲପୁର, ପୁରୀ, କେନ୍ଦୁଝର ଆଦି ଜିଲ୍ଲାର ଏସପି ଭାବେ କାର୍ଯ୍ୟ କରିଛନ୍ତି । ନକ୍ସଲ ଉପଦୃତ ମାଲକାନଗିରି ଜିଲ୍ଲାର ଏସପିଭାବେ ତାଙ୍କ କାର୍ଯ୍ୟ ବେଶ ପ୍ରଶଂସନୀୟ ଥିଲା ।  ଜଣେ ଦକ୍ଷ ଓ ସଚ୍ଚୋଟ ପୋଲିସ ଅଧିକାରୀଭାବେ ଖ୍ୟାତି ଅର୍ଜନ କରିଥିବା ଅସିତ ପାଣିଗ୍ରାହୀ କାର୍ଯ୍ୟରେ ଯୋଗ ଦେବାପରେ ବିଭାଗର କାର୍ଯ୍ୟ ପରିସରକୁ ଅଧିକ ବ୍ୟାପକ କରିବା ସହ ଲୋକାଭିମୁଖୀ କରିବେ ବୋଲି କହିଛନ୍ତି ।

ଓଡିଶା ସରକାର ୧୯୯୩ ମସିହାରେ ଫାୟାର ଆକ୍ଟ ପ୍ରଣୟନ କରିଥିଲେ । ୨୦୧୭ ମସିହାରେ ଏହାର ରୁଲ ଫ୍ରେମ ହୋଇଥିଲା । ୨୦୧୯ ମସିହାରେ ଏଥିରେ ଆବଶ୍ୟକୀୟ ସଂଶୋଧନ କରାଯାଇଛି । ସମଗ୍ର ଦେଶରେ ଏହା ଏକ ଆଦର୍ଶ ଆଇନ ହୋଇଥିବାବେଳେ ଏହାକୁ ବାସ୍ତବ କ୍ଷେତ୍ରରେ କାର୍ଯ୍ୟକାରୀ କରିବା ତାଙ୍କ ପାଇଁ ଏକ ଚ୍ୟାଲେଞ୍ଜ ବୋଲି ଆଜି ଶ୍ରୀ ପାଣିଗ୍ରାହୀ ଦାୟିତ୍ବ ଗ୍ରହଣ ପରେ କହିଛନ୍ତି ।

ଓଡିଶାର ୩୧୪ ବ୍ଲକରେ ୩୪୦ଟି ଫାୟାରଷ୍ଟେଶନ ରହିଛି । ଏହିସବୁ ଫାୟାର ଷ୍ଟେଶନ ଜରିଆରେ ଲୋକଙ୍କୁ ଅଗ୍ନି ନିରାପତ୍ତା ଯୋଗାଇଦେବା ତାଙ୍କର ମୁଖ୍ୟ ଲକ୍ଷ୍ୟ ହେବ ବୋଲି ମଧ୍ୟ ସେ କହିଛନ୍ତି । ନିଆଁ ଲାଗିବାପରେ ତାର ନିର୍ବାପନ କରିବା ନିହାତି ଆବଶ୍ୟକ । ତେବେ ନିଆଁ କେମିତି ଲାଗିବ ନାହିଁ ସେଥିପାଇଁ ଆଗୁଆ ପଦକ୍ଷେପ ନେବା ତାଙ୍କ ବିଭାଗର ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ହେବ ବୋଲି ଶ୍ରୀ ପାଣିଗ୍ରାହୀ କହିଛନ୍ତି ।

ଏଥିପାଇଁ ସହରାଞ୍ଚଳରେ ବିଭିନ୍ନ ହସ୍ପିଟାଲ, ମଲ, ହୋଟେଲ, ସିନେମାଘର ଆଦି ସାର୍ବଜନୀନ ସ୍ଥାନ ପାଇଁ ଅଗ୍ନି ନିରାପତ୍ତା କ୍ଲିଅରାନ୍ସ ବା ଅନୁମତି ପ୍ରଦାନ ପୂର୍ବରୁ ସଠିକ ଯାଞ୍ଚ ଓ ସ୍ବଚ୍ଛ କାର୍ଯ୍ୟ ପ୍ରଣାଳୀ ଉପରେ ମଧ୍ୟ ଗୁରୁତ୍ବ ପ୍ରଦାନ କରାଯିବ ବୋଲି ଶ୍ରୀ ପାଣିଗ୍ରାହୀ କହିଛନ୍ତି । ଏହି ପ୍ରକ୍ରୀୟାକୁ ଅନ୍‌ ଲାଇନ ମାଧ୍ୟମରେ କରିବା ପାଇଁ ଅଧିକ ଗୁରୁତ୍ବ ଦିଆଯିବ। ଅନଲାଇନ ମାଧ୍ୟମରେ ପ୍ରକ୍ରିୟା ହେଲେ ସ୍ବଚ୍ଛତା ନିଶ୍ଚୟ ଆସିବ ବୋଲି ସେ ଆଶା ପ୍ରକାଶ କରିଛନ୍ତି ।

ଆଇନକୁ ମାନୁଥିବା ଏବଂ ସାଧୁ ବ୍ୟବସାୟୀ, ଉଦ୍ୟୋଗପତିଙ୍କୁ ହତାଶ ହେବାକୁ ଦିଆଯିବ ନାହିଁ ବୋଲି ମଧ୍ୟ ସେ କହିଛନ୍ତି ।  ଆଗକୁ ପାର୍ବଣ ଋତୁ ଥିବାରୁ ବିଭିନ୍ନ ସହରାଞ୍ଚଳରେ ତାଙ୍କ ବିଭାଗ ଅଧିକ ସତର୍କତାର ସହକାରେ କିଭଳି କାମ କରିବ ସେଥିଲାଗି ରୋଡମେପ୍ ପ୍ରସ୍ତୁତ କରାଯିବ ବୋଲି ସେ କହିଛନ୍ତି ।

ସମ୍ବନ୍ଧିତ ଖବର