ପ୍ରମୁଖ ଖବର
  • ବୌଦ୍ଧ : ବାଇକ୍କୁ ଧକ୍କା ଦେଲା ରେଲୱେ ବିଭାଗର ବୋଲେରୋ, ବାଇକ୍ ଆରୋହୀ ମୃତ
  • ||
  • ଖରସ୍ରୋତାରେ ୨ ଭାଇ ନିଖୋଜ ଘଟଣା, ବଡ଼ଭାଇର ମୃତଦେହ ଉଦ୍ଧାର
  • ||
  • ବରଗଡ଼: ଡ଼ଭା ଛକରେ ପୋଲିସର ଚେକିଂ ବେଳେ ୬ ଲକ୍ଷ ୫୨ ହଜାର ୮୦୦ଟଙ୍କା ଜବତ, ୨ ଜଣ ଅଟକ
  • ||
  • ନନ୍ଦନକାନନରେ ଆଖିବୁଜିଲା ଧଳା ବାଘୁଣୀ ସ୍ନେହା, ଗୁରୁତର ଅବସ୍ଥାରେ ଚାଲିଥିଲା ଚିକିତ୍ସା
  • ||
  • ନିର୍ଘାତ ତାତି: ସାଢ଼େ ୮ଟା ସୁଦ୍ଧା ୩୫ ଡିଗ୍ରୀ ଉପରେ ତାଳଚେର ତାପମାତ୍ରା, ୩୦ ଡିଗ୍ରୀ ଉପରେ ୧୪ ସହର ପାରଦ
  • ||
  • ସୁନା ଦରରେ ଲାଗିଲା ବ୍ରେକ୍‌, ୨୪ କ୍ୟାରେଟ୍‌ ସୁନା ଦର ୩୩୦ ଟଙ୍କା ହ୍ରାସ
  • ||
  • ବିଦ୍ରୋହୀ ବିଗାଡ଼ିବେ ଅଙ୍କ, ଚିନ୍ତାରେ ବିଜେପି: ପ୍ରଥମ ଦଫା ଭୋଟ ପାଇଁ ନାମାଙ୍କନ ଆରମ୍ଭ,ଜୟପୁର ପାଇଁ ପ୍ରାର୍ଥୀ ପାଉନି ଦଳ
  • ||
  • ନିୟମଗିରିରେ ମ୍ୟାଲେରିଆ ଆତଙ୍କ: ବହୁସଂଖ୍ୟାରେ ଡଙ୍ଗରିଆ ପୀଡ଼ିତ, ପହଞ୍ଚିଲା ଡାକ୍ତରୀ ଟିମ୍
  • ||
  • ବିଜେଡି ଛାଡ଼ି ବିଜେପି ଯିବେ ପ୍ରସନ୍ନ ପାଟ୍ଟଶାଣୀ ! ଆଜି ହୋଇପାରେ କିଛି ବଡ଼ ଘୋଷଣା
  • ||
  • IPL 2024 : ସୁପର ଜାଏଣ୍ଟସ୍‌କୁ ଭେଟିବ ସୁପରକିଙ୍ଗସ୍, ଏକାନ୍ନା ଷ୍ଟାଡ଼ିୟମ୍‌ର ଦେଖିବାକୁ ମିଳିବ ସଂଘର୍ଷପୂର୍ଣ୍ଣ ମ୍ୟାଚ୍‌
  • ||
  • ଗଣତନ୍ତ୍ରର ମହାପର୍ବ: ପ୍ରଥମ ପର୍ଯ୍ୟାୟରେ ୧୭ ରାଜ୍ୟ ଓ ୪ କେନ୍ଦ୍ରଶାସିତ ଅଞ୍ଚଳର ୧୦୨ ଆସନରେ ମତଦାନ
  • ||
  • ବିପଜ୍ଜନକ ଖରା: ଆଜି ଅତି ଭୀଷଣ ଗ୍ରୀଷ୍ମ ପ୍ରବାହ ସମ୍ଭାବନା, ଆହୁରି ୩ ଦିନ ଜଳାଇବ, ୨୨ରୁ ହାଲୁକା ଆଶ୍ୱସ୍ତ
  • ||

ଓଡ଼ିଆ ସିନେ ଜଗତରୁ ଆସିଲା ପୁଣି ଏକ ଦୁଃଖ ଖବର; ଆଉ ନାହାଁନ୍ତି ବରିଷ୍ଠ ଅଭିନେତା ପ୍ରିୟ ସୁନ୍ଦର ମିଶ୍ର

ଭୁବନେଶ୍ୱର: ପୁଣି ଓଡ଼ିଆ ସିନେମା ପାଇଁ ଏକ ଦୁଃଖଦ ଖବର ଆସିଛି। କିଛି ଦିନ ତଳେ ଅଭିନେତା ମିହିର ଦାସ, ସଙ୍ଗୀତ ନିର୍ଦ୍ଦେଶକ ସରୋଜ ପଟ୍ଟନାୟକଙ୍କ ଦେହାନ୍ତ ହୋଇଥିବା ବେଳେ ଗତକାଲି ବରିଷ୍ଠ ଅଭିନେତା ପ୍ରିୟ ସୁନ୍ଦର ମିଶ୍ରଙ୍କ ପରଲୋକ ହୋଇଛି। ୬୮ ବର୍ଷ ବୟରେ ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। କ୍ରାନ୍ତିଧାରା, ପରି, ଅଭିମନ୍ୟୁ ଓ ପ୍ରାୟଶ୍ଚିତ ଭଳି ସେ ଅନେକ ଫିଲ୍ମ ଓ ଧାରାବାହିକରେ ଅଭିନୟ କରିଥିଲେ।

ପେସା ରେ ଓକିଲାତି କରିଥିଲେ ମଧ୍ୟ ନିଶା ଥିଲା ଅଭିନୟ। ନିଜର ପେସାକୁ ଭୁଲି ଅଭିନେତା ଭାବରେ ସେ ବେଶ ପରିଚିତ ଥିଲେ। ମଞ୍ଚ ଅଭିନୟ ଠାରୁ ଆରମ୍ଭ କରି ଟିଭି ପରଦା, ପ୍ରିୟ ସୁନ୍ଦର ସବୁଠି ତାଙ୍କ ଅଭିନୟର ଯାଦୁ ଦେଖାଇଛନ୍ତି। ଶ୍ରୀ ଜଗନ୍ନାଥ ଧାରାବାହିକର ସାଧବ ପୁଅଙ୍କ ବାପା ଚରିତ୍ରରେ ଅଭିନୟ କରି ଦର୍ଶକଙ୍କ ମନରେ ସେ ଚର୍ଚ୍ଚିତ ଥିଲେ।

{"id":367777,"width":842,"height":432,"sizeSlug":"full","linkDestination":"none"}

ସିନେମା ଭିତରେ କ୍ରାନ୍ତି ଧାରା, ଜଗନ୍ନାଥ ଧାମ୍ ପୁରୀ ଆଦିରେ ସେ ଅଭିନୟ କରିଛନ୍ତି। ଦୁଃଖର କଥା ହେଲା ଅଭିମନ୍ୟୁ ଚଳଚ୍ଚିତ୍ରରେ ସେ ମିହିର ଦାସଙ୍କ ସହିତ ଅଭିନୟ କରିଥିଲେ। ପ୍ରିୟ ସୁନ୍ଦର ଏହି ଫିଲ୍ମରେ ମନ୍ତ୍ରୀ ଭୂମିକାରେ ଅଭିନୟ କରିଥିଲେ। ହେଲେ ଆଜି ଏହି ଦୁଇ ଅଭିନେତା ଆମ ଗହଣରେ ନାହାଁନ୍ତି। ଗତ ୧୧ ତାରିଖରେ ଓଲିଉଡକୁ ଅନ୍ଧାରରେ ବୁଡ଼ାଇ ମିହିର ଅସ୍ତ ହୋଯିବା ପରେ ଆଜି ପ୍ରିୟ ସୁନ୍ଦରଙ୍କର ବି ଦେହାନ୍ତ ହୋଇଛି।

wp:html /wp:html

ମୃତ୍ୟୁ ପୂର୍ବରୁ ପ୍ରିୟ ସୁନ୍ଦର ମିଶ୍ର ତାଙ୍କ ଫେସ୍‌ବୁକ୍‌ରେ ଏକ ସୁନ୍ଦର କବିତା ଶେୟାର କରିଥିଲେ। ଏହି କବିତାଟି ଏକ ହିନ୍ଦୀ କବିତା ହୋଇଥିବା ବେଳେ ସେ ମୃତ୍ୟୁକୁ ନେଇ ଏହି କବିତାଟି ପୋଷ୍ଟ କରିଛନ୍ତି। ଯେଉଁଥିରେ ଲେଖାଯାଇଛି-

ହେ ମୃତ୍ୟୁ ଯେବେ ତୁମେ ଆସିବ

ମୋ କବାଟ ଠକ୍‌ ଠକ୍ କରିବନି

ଧୀରେ ଧୀରେ ଆସି ମୋତେ ନିଦରୁ ଉଠାଇ କହିବ

ଚାଲ ଯିବା.. ଏବେ ସମୟ ହେଲାଣି।

ସତ କହୁଛି .. ମୁଁ ଆଦୌ ବାହାନା କରିବିନି।

ସାଙ୍ଗରେ କିଛି ନେବାକୁ ସମୟ ବି ମାଗିବିନି

ହଁ... ତୁମେ ବି ମୋତେ ଫେରି ଚାହିଁବାକୁ ସମୟ ଦେବନି

କାଳେ ମୋତେ ପୁଣିଥରେ ବାନ୍ଧିଦେବ ଭଲପାଇବାର ମୋହ

ବାସ୍.. ତୁମର ସଂକେତ ମାତ୍ରେ ମୁଁ ଚୁପକିନା ଉଠି ଚାଲିଯିବି ତୁମ ସହ

ଜୀବନର ଯେତେସବୁ ଝାମେଲା ଛାଡ଼ି

ଦିନେ ନା ଦିନେ ତ ଯିବାକୁ ହେବ ତୁମ ସହ

ମୃତ୍ୟୁ ମୋତେ ଆଉ ଯନ୍ତ୍ରଣାରେ ଛଟ୍‌ପଟ କରିବନି

ପୂର୍ବରୁ ମୁଁ ଦୁନିଆର ଅନେକ ଯନ୍ତ୍ରଣା ସହିଛି

ବନ୍ଧୁ-ସୋଦରକୁ ଦୁଃଖ ଦେବନି ହେ କାଳ

ମୋ ମୃତ୍ୟୁ ପୂର୍ବରୁ ତାଙ୍କୁ କିଛି କହିବନି

ସେମାନଙ୍କ ଶୋକ, ଦୁଃଖ ଓ ଲୁହ

ମୁଁ ବରଦାସ୍ତ କରିପାରିବି ନାହିଁ…

ମୁଁ ତୁମ ସହ ଗଲେ ବି ଶାନ୍ତିରେ ରହିପାରିବି ନାହିଁ

ଶାନ୍ତିରେ ରହି ପାରିବି ନାହିଁ…

କବିତାଟି ଭଳି ପ୍ରିୟ ସୁନ୍ଦର ମିଶ୍ର ଠିକ୍ ଚୁପ୍‌ଚାପ୍‌ ଚାଲି ଗଲେ ଆମ ଗହଣରୁ। ହେଲେ ମୃତ୍ୟୁ ତାର ପ୍ରତିଶ୍ରୁତି ରଖିପାରିଲା ନାହିଁ। ତାଙ୍କ ବିୟୋଗରେ ତାଙ୍କ ପରିବାର ସହିତ ସାରା ଓଲିଉଡ୍ ଗଜରେ ଶୋକରେ ବୁଡ଼ିଯାଇଛି। ବହୁ ସିନେ ଅଭିନେତା ପ୍ରିୟ ସୁନ୍ଦରଙ୍କୁ ହରାଇ ଶୋକ ବ୍ୟକ୍ତ କରିଛନ୍ତି।

{"width":839,"height":901}
May be an image of 1 person and beard





News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.