PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୀମପୁର ନିକଟରେ ଚାଲିଥିଲା ଜୁଆ ଖେଳ, ଆଡ୍ଡା ଉପରେ ଚଢ଼ଉ କଲା ଜରଡା ପୁଲିସ, ୧ଲକ୍ଷ ୬୬ହଜାର ୪୬୦ ଟଙ୍କା ସହ ୮ ବାଇକ ଓ ୬ ମୋବାଇଲ ଫୋନ୍ ଜବତ, ୧୦ ଗିରଫ
  • ||
  • ପାରାଦୀପ: ଅଠରବାଙ୍କୀ ପୋଲ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ,ହାଇଡ୍ରା ମେସିନ୍ ଧକ୍କାରେ ସାଇକେଲ ଆରୋହୀର ମୃତ୍ୟୁ
  • ||
  • ବଡମ୍ବା: ପୁର୍ବ ଶତ୍ରୁତାକୁ କେନ୍ଦ୍ରକରି ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ, ୫ଜଣ ଆହତ ହୋଇ ଥିବାବେଳେ ୨ଜଣଙ୍କ ଅବସ୍ଥା ଗୁରୁତର
  • ||
  • ଖୁଣ୍ଟା: କୂଅ ଭିତରୁ ମଲା ଛେଳି ଉଦ୍ଧାର କରିବାକୁ ଯାଇ ଶବ ପାଲଟି ଗଲେ ଯୁବକ, ଅଣନିଶ୍ୱାସୀ ହୋଇ ଜୀବନ ହାରିଲେ…
  • ||
  • ଭୁବନେଶ୍ୱର: ରାଜଧାନୀରେ ଦିନକୁ ଦିନ ବଢ଼ୁଛି ଦୁର୍ବୃତ୍ତଙ୍କ ଆତଙ୍କରାଜ, ଏକାଧିକ ଗାଡି ଭାଙ୍ଗିଲେ
  • ||
  • କଟକ: ଆଜିଠୁ ଖୋଲିବ ଅଟୋମୋବାଇଲ୍‌ ସୋ-ରୁମ୍‌, ଆରମ୍ଭ ହେବ ନୂଆ ଗାଡ଼ି ପଞ୍ଜୀକରଣ
  • ||
  • ନୀଳଗିରି: ଗାଁ ଭିତରକୁ ପଶିଲା ଭାଲୁ, ନାକେଦମ ହେଲା ବନ ବିଭାଗ
  • ||
  • ଭୁବନେଶ୍ୱର: ଓଲିଉଡ କଣ୍ଠଶିଳ୍ପୀ ତପୁ ମିଶ୍ରଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର , ଆଇସିୟୁରେ ଚାଲିଛି ଚିକିତ୍ସା
  • ||
  • କାମାକ୍ଷାନଗର: ଦୁଇ ସାହି ମଧ୍ୟରେ ଗୋଷ୍ଠୀ ସଂଘର୍ଷ, ଗୁଳିମାଡରେ ୩ ଗୁରୁତର
  • ||
  • ଖୋର୍ଦ୍ଧା: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଯୁବକଙ୍କୁ ହତ୍ୟା , ୩ ଗିରଫ
  • ||
  • ଓଡ଼ିଶାରେ ହ୍ରାସ ପାଉଛି କରୋନା ଟ୍ରେଣ୍ଡ୍‌, ୨୪ ଘଣ୍ଟାରେ ୩୬୩୧ କୋଭିଡ୍ ପଜିଟିଭ୍ ଚିହ୍ନଟ, ୩୯ଜଣଙ୍କ ଜୀବନ ନେଲା କରୋନା
  • ||
  • ଭୁବନେଶ୍ୱର: ଉପକୂଳ ଓଡ଼ିଶାରେ ବିକ୍ଷିପ୍ତ ସ୍ୱଳ୍ପ ବର୍ଷା ସମ୍ଭାବନା; ୧୮ ଓ ୧୯ରେ ବର୍ଷା ବଢ଼ିବ, ୨୦ରୁ ପାଗ ବଦଳିବ
  • ||
  • ଭୁବନେଶ୍ୱର: ପଳାଶୁଣି ଓଭରବ୍ରିଜ ନିକଟରେ ଓଲଟିଲା କାଙ୍କଡ ବୋଝେଇ ଟ୍ରକ , ଘରକୁ ବୋହି ନେଲେ ଲୋକେ
  • ||
  • ବ୍ରହ୍ମପୁର: ଏମ୍‌କେସିଜିରେ ଅଦ୍ଭୁତ ଶିଶୁ ଜନ୍ମ, କପାଳରେ ରହିଛି ୨ଟି ଆଖି ଓ ନାକ
  • ||
  • ଭୁବନେଶ୍ୱର: ଆଜିଠୁ ଆଂଶିକ ଲକଡାଉନ୍: ୧୭ ଜିଲ୍ଲାରେ ଅପରାହ୍ଣ ୫ ଯାଏ ଦୋକାନ ଖୋଲା, ୧୩ ଜିଲ୍ଲାରେ ଦିନ ଗୋଟାଏ ଯାଏ କଟକଣା କୋହଳ
  • ||
  • ଓଡ଼ିଶାରେ ନୂଆ ଡିଜିପି ତଲାସ ଆରମ୍ଭ, ଦୌଡ଼ରେ ୧୪ ବରିଷ୍ଠ ଆଇପିଏସ୍‌ ଅଫିସ
  • ||

ଆସନ୍ତାକାଲି ଫେରିବେ ଜଗା-ବଳିଆ, ଦିଲ୍ଲୀରେ ପହଞ୍ଚିଲେ ଏସସିବିର ୨ଜଣିଆ ଡାକ୍ତରୀ ଟିମ୍

ନୂଆଦିଲ୍ଲୀ ୫।୯: ଆସନ୍ତାକାଲି ଜଗା-ବଳିଆ ଓଡିଶା ଫେରିବାର ସମ୍ଭାବନା ରହିଛି । ଏନେଇ ଦିଲ୍ଲୀରେ ଏସସିବି ମେଡିକାଲର ୨ ଜଣିଆ ଡାକ୍ତରୀ ଟିମ୍ ପହଞ୍ଚିଛନ୍ତି। ଡାକ୍ତର ଡି. ପି ନାୟକ ଓ ଡାକ୍ତର ଏସ୍. ଏସ୍ ବରିହା ଦିଲ୍ଲୀ ଏମ୍ସ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରୁଛନ୍ତି । କାଲି ଦିନ ୧୨ଟାରେ ଏମ୍ସ କର୍ତ୍ତୃପକ୍ଷ ସାମ୍ବାଦିକ ସମ୍ମିଳନୀ କରିବେ । ଏହାପରେ ସନ୍ଧ୍ୟାରେ ଓଡ଼ିଶା ଫେରି ପାରନ୍ତି ଜଗା-ବଳିଆ ।

Parents of separated conjoined twins seek govt approval to return home

କନ୍ଧମାଳର ଯୋଡାମୁଣ୍ଡ ଶିଶୁ ଜଗା-ବଳିଆଙ୍କୁ ୨୦୧୭ ଜୁଲାଇ ମାସରେ ଅଲଗା କରାଯାଇଥିଲା । ସେବେଠାରୁ ଦୁଇ ଶିଶୁଙ୍କର ଦିଲ୍ଲୀ ଏମ୍ସରେ ପର୍ଯ୍ୟାୟ କ୍ରମେ ବିଭିନ୍ନ ପ୍ରକାର ଚିକିତ୍ସା ଚାଲିଛି । ଏମାନେ ଏମ୍ସ ହେପାଜତରେ ଅଛନ୍ତି ।

ତେବେ ଜଗା-ବଳିଆଙ୍କ ଅଭିଭାବକ ଏମାନଙ୍କୁ ଘରକୁ ଫେରାଇ ଆଣିବା ଲାଗି ଆଗ୍ରହ ପ୍ରକାଶ କରିବା ପରେ ଓଡିଶା ସରକାର ଏନେଇ ପଦକ୍ଷେପ ନେଇଛନ୍ତି । ତେବେ ଭୁବନେଶ୍ବର ଏମ୍ସ ଦୁଇ ଶିଶୁଙ୍କ ଚିକିତ୍ସା ଲାଗି ଯଥେଷ୍ଟ ସୁବିଧା ନଥିବା ଦର୍ଶାଇବା ପରେ ରାଜ୍ୟ ସରକାର ଏମାନଙ୍କୁ ଏସସିବି ମେଡିକାଲରେ ରଖିବା ଲାଗି ବ୍ୟବସ୍ଥା କରିଛନ୍ତି । ଦୁଇ ଶିଶୁଙ୍କ ସ୍ବାସ୍ଥ୍ୟାବସ୍ଥା ଦୃଷ୍ଟିରୁ ଏବେ ଡାକ୍ତରଖାନାରେ ରହିବା ଜରୁରୀ ବୋଲି କୁହାଯାଇଛି ।