ବିଗବସ୍ ୧୩: ସେଫାଳୀଙ୍କ ସହିତ ବାଥରୁମରେ ବନ୍ଦ ହେଲେ ସିଦ୍ଧାର୍ଥ; କବାଟ ପିଟିଲେ ଶହନାଜ, ଭିଡିଓ ଭାଇରାଲ

ମୁମ୍ବାଇ ୧୪/୧: ବିଗ୍ ବସ୍ ୧୩ ନିଜ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିବା ସହିତ ଅଧିକ ରୋମାଞ୍ଚକର ହେବାରେ ଲାଗିଛି । ଶୋ ରେ ସିର୍ଦ୍ଧାର୍ଥଙ୍କ ପାଇଁ ଶହନାଜଙ୍କ ପ୍ରେମ ଏବେ ଚର୍ଚ୍ଚାରେ । ଶହନାଜ ସିର୍ଦ୍ଧାର୍ଥଙ୍କୁ ଶୋରେ ଅନେକ ଥର ପ୍ରପୋଜ ମଧ୍ୟ କରିସାରିଛନ୍ତି ।

ଏବେ ଶୋର ଏକ ନୂଆ ଭିଡିଓ ସାମ୍ନାକୁ ଆସିଛି । ଭିଡିଓରେ ଆପଣ ଦେଖିପାରିବେ ଯେ ସିର୍ଦ୍ଧାର୍ଥ ଶୁକ୍ଳା ଓ ଶେଫାଲୀ ଜରିୱାଲା ଶହନାଜଙ୍କୁ ଚିଡାଇବା ପାଇଁ ତାଙ୍କ ସାମ୍ନାରେ ପରସ୍ପରକୁ ପ୍ରେମ କରୁଥିବା କହୁଛନ୍ତି । ଶହନାଜ ସେଫାଲୀ ଜରିୱାଲାଙ୍କୁ କହୁଛନ୍ତି, ‘ମୋତେ ତାକୁ ପ୍ରେମ ହେଇ ଗଲାଣି ।’ ଶହନାଜଙ୍କ ଏହି କଥା ଶୁଣିବା ପରେ ସେଫାଲୀ କହୁଛନ୍ତି କି ତାଙ୍କୁ ମଧ୍ୟ ସେମିତି ଲାଗୁଛି । ଏହା ପରେ ଶହନାଜ ତାଙ୍କୁ ପଚାରୁଛନ୍ତି, ‘ତୋତେ କାହିଁକି ଏମିତି ଲାଗୁଛି ?’

ଏହା ପରେ ଶହନାଜ ସେଫାଲୀଙ୍କୁ ପଚାରୁଛନ୍ତି,’ ଆଉ ତୁ ସିର୍ଦ୍ଧାର୍ଥକୁ ଭଲ ପାଉନୁ ତ ?’ ଏହା ଉପରେ ସେଫାଲୀ କହୁଛନ୍ତି କି ସେ ବହୁତ ପୂର୍ବରୁ ସିର୍ଦ୍ଧାର୍ଥକୁ ପ୍ରେମ କରୁଛନ୍ତି ।

ଏହା ପରେ ଶହନାଜଙ୍କୁ ଚିଡାଇବା ପାଇଁ ସିର୍ଦ୍ଧାର୍ଥ ସେଫାଲୀଙ୍କୁ କହୁଛନ୍ତି, ‘ଏବେ ଆମେ ସମସ୍ତଙ୍କ ସାମ୍ନାରେ ଦେଖା ହେଇପାରିବା । ଆଉ ଲୁଚି ଲୁଚି ଦେଖା ହେବା ଦରକାର ନାହିଁ ।’ ଶହନାଜଙ୍କୁ ଚିଡାଇବା ପାଇଁ ସିର୍ଦ୍ଧାର୍ଥ ଓ ଶେଫାଲୀ ଜରିୱାଲା ବାଥରୁମରେ ବନ୍ଦ ହୋଇଯାଉଛନ୍ତି ଏବଂ ଶାହନାଜ ବାହାର ପଟରୁ କବାଟ ପିଟୁଛନ୍ତି । ତେବେ ଏହି ଭିଡିଓଟି ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

   ସମ୍ବନ୍ଧିତ ଖବର


ସୁଶାନ୍ତଙ୍କ ମୃତ୍ୟୁର ସିବିଆଇ ତଦନ୍ତ ନେଇ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ନିବେଦନ, ଟୁଇଟରରେ ଟ୍ରେଣ୍ଡ କଲା #PMModiCBIForSSR

ସୁଶାନ୍ତଙ୍କ ଶେଷ ଫିଲ୍ମର ଟ୍ରେଲର ଆଜି ହେବ ରିଲିଜ୍ : ‘ମୁଁ ତାଙ୍କୁ ଏକାଠି ଅନୁଭବ କରିପାରିବି’ ବୋଲି କହିଲେ ସଞ୍ଜନା

‘କଫି ୱିଥ୍‌ କରନ୍‌’ର ଭବିଷ୍ୟତ ନେଇ ଆଶଙ୍କା

ପଚିଶ ବର୍ଷ ତଳର ଶତ୍ରୁତା ଭୁଲିନାହାନ୍ତି ଅଜୟ ଦେବଗନ – କ’ଣ ଥିଲା କାରଣ

ଜାଣନ୍ତୁ କାହିଁକି ଡାଏନା ପେଣ୍ଟି ନିଜ କ୍ୟାରିଅରକୁ ନେଇ ସନ୍ତୁଷ୍ଟ

ନେପୋଟିଜିମ୍‌ ନେଇ ମୁହଁ ଖୋଲିଲେ ସୋନୁ ସୁଡ୍‌