ସେପ୍ଟେମ୍ବରରେ ଜିଓର ବଢିଲେ ୬୯.୮ ଲକ୍ଷ ନୂଆ ଗ୍ରାହକ, ଭୋଡାଫୋନ୍ ଆଇଡିଆ ଓ ଏୟାରଟେଲ୍ ହରାଇଲେ ୪୯ଲକ୍ଷ ୟୁଜର୍ସ

ନୂଆଦିଲ୍ଲୀ,ଭୁବନେଶ୍ୱର ୨୧/୧୧: ଚଳିତ ବର୍ଷର ସେପ୍ଟେମ୍ବର ମାସରେ ରିଲାଏନ୍ସ ଜିଓ ଏହାର ନେଟୱର୍କରେ ୬୯.୮୩ ଲକ୍ଷ ନୂଆ ଗ୍ରାହକ ଯୋଡ଼ିଥିବା ବେଳେ ଭୋଡାଫୋନ୍ ଆଇଡିଆ ଓ ଭାରତୀ ଏୟାରଟେଲ୍ ୪୯ ଲକ୍ଷ ଗ୍ରାହକଙ୍କୁ ହରାଇଛନ୍ତି ବୋଲି ଭାରତୀୟ ଟେଲିକମ୍ ନିୟାମକ କର୍ତ୍ତୃପକ୍ଷ(ଟ୍ରାଇ) ତରଫରୁ ଜାରି କରାଯାଇଥିବା ସେପ୍ଟେମ୍ବର ମାସର ମୋବାଇଲ୍ ଗ୍ରାହକ ତଥ୍ୟରୁ ଜଣାପଡ଼ିଛି । ୨୦୧୯ ସେପ୍ଟେମ୍ବର ମାସ ସୁଦ୍ଧା ଦେଶର ମୋଟ୍ ମୋବାଇଲ୍ ଗ୍ରାହକ ସଂଖ୍ୟା ୧୧୭.୩୭ କୋଟିକୁ ବୃଦ୍ଧି ପାଇଛି ଯାହା ଗତ ଅଗଷ୍ଟ ମାସ ସୁଦ୍ଧା ୧୧୭.୧ କୋଟି ରହିଥିଲା ବୋଲି ଟ୍ରାଇ ତଥ୍ୟରୁ ଜଣାପଡ଼ିଛି ।

ପ୍ରକାଶିତ ତଥ୍ୟ ଅନୁଯାୟୀ, ଭାରତୀ ଏୟାରଟେଲ୍ ସେପ୍ଟେମ୍ବର ମାସରେ ୨୩.୮ ଲକ୍ଷ ମୋବାଇଲ୍ ଗ୍ରାହକଙ୍କୁ ହରାଇବା ପରେ ଏହାର ମୋଟ ଗ୍ରାହକ ସଂଖ୍ୟା ୩୨.୫୫ କୋଟିକୁ ଖସି ଆସିଛି । ସେହିପରି ଭୋଡାଫୋନ୍ ଆଇଡିଆ ସେହି ମାସରେ ୨୫.୭ ଲକ୍ଷ ଗ୍ରାହକଙ୍କୁ ହରାଇବା ପରେ ଏହାର ମୋଟ ଗ୍ରାହକ ସଂଖ୍ୟା ୩୭.୨୪ କୋଟିକୁ ହ୍ରାସ ପାଇଛି । ମାତ୍ର, ସେପ୍ଟେମ୍ବର ମାସରେ ରିଲାଏନ୍ସ ଜିଓ ସହ ୬୯.୮୩ଲକ୍ଷ ନୂଆ ଗ୍ରାହକ ଯୋଡ଼ିଥିବାରୁ ମୋଟ ଗ୍ରାହକ ସଂଖ୍ୟା ୩୫.୫୨ କୋଟିକୁ ବୃଦ୍ଧି ପାଇଛି ।

   ସମ୍ବନ୍ଧିତ ଖବର


ପୋକସୋ ଆକ୍ଟ ନେଇ ରାଷ୍ଟ୍ରପତିଙ୍କ ଗୁରୁତ୍ବପୂର୍ଣ୍ଣ ମନ୍ତବ୍ୟ, ଶିଶୁ ଦୁଷ୍କର୍ମକାରୀଙ୍କୁ ରାଜକ୍ଷମା ଆବେଦନରୁ ବାଦ୍ ଦିଆଯାଉ

ଏଣିକି ପୋଷ୍ଟମ୍ୟାନ୍ ଓ ଗ୍ରାମୀଣ ଡାକ ସେବକ ବିକ୍ରି କରିବେ ଇନସ୍ୟୁରାନ୍ସ ପଲିସି, ଗାଇଡଲାଇନ୍ ଜାରି

ହାଇଦ୍ରାବାଦ ଦୁଷ୍କର୍ମକାରୀଙ୍କ ମୃତଦେହ ନେବାକୁ ମନାକଲେ ପରିବାର ଲୋକ, ପୋଲିସ କରିପାରେ ଅନ୍ତିମ ସଂସ୍କାର

ପିସ୍ତଲ ଛଡାଇ…ଫାୟରିଂ କଲେ… ସାମ୍ବାଦିକ ସମ୍ମିଳନୀରେ ସମ୍ପୂର୍ଣ୍ଣ ଏନକାଉଣ୍ଟର ଘଟଣାକ୍ରମ ସମ୍ପର୍କରେ ସୂଚନା ଦେଲେ କମିଶନର