ନୂଆବର୍ଷରେ ଅଶାନ୍ତ ପୁରୀ ସହର, ସିରିଜ ବୋମାମାଡରେ ୬ ଆହତ

ପୁରୀ,  ୦୧|୦୧:   ଆଜି ଚାରିଆଡେ ନୂଆବର୍ଷ ପାଇଁ ଖୁସି ଓ ଆନନ୍ଦର ମାହୋଲ ମଧ୍ୟରେ ପୁରୀ ସହର କିନ୍ତୁ ଅଶାନ୍ତ ହୋଇ ଉଠିଛି। ସହରରେ ସିରିଜ ବୋମାମାଡ ହୋଇଛି। ଏଥିରେ ୬ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨ଜଣଙ୍କ ଅବସ୍ଥା ଗୁରୁତର ରହିଛି।

ସଦର ଥାନା ଅନ୍ତର୍ଗତ ଷଣ୍ଢପୁର ଗ୍ରାମରେ ଆଜି ୨ଗୋଷ୍ଠୀ ମଧ୍ୟରେ ସିରିଜ ବୋମାମାଡ ହୋଇଛି। ଉଭୟ ପକ୍ଷ ପରସ୍ପର ଉପରକୁ ୮ରୁ ୧୦ଟି ବୋମା ମାଡ କରିଥିଲେ। ଏଥିରେ ୬ଜଣ  ଭାବେ ଆହତ ହୋଇଛନ୍ତି। ୨ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଆହତ ଓ ଗୁରୁତରଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।  ତେବେ ପୂର୍ବ ଶତ୍ରୁତାରୁ ଏପରି ହୋଇଥିବା କୁହାଯାଉଛି। ଘଟଣାସ୍ଥଳରେ ପୁରୀ ପୋଲିସ ପହଁଚି ତଦନ୍ତ ଆରମ୍ଭ କରିଛି।          

   ସମ୍ବନ୍ଧିତ ଖବର


ସାଙ୍ଗ ମାନଙ୍କ ସହ ନିଜ ସ୍ତ୍ରୀଙ୍କର ଗଣଦୁଷ୍କର୍ମ କଲା ସ୍ୱାମୀ ! କାନ୍ଦୁଥିଲା ୫ ବର୍ଷିୟ ଶିଶୁ ପୁତ୍ର

ପୁଣି କଳା ପଲସର ଆତଙ୍କ : ଗୁଳି ଫୁଟାଇ ଭୁଜାଲିରେ ହାଣି ଲୁଟିନେଲେ ୯ ଲକ୍ଷ ଟଙ୍କା

ଉଗ୍ରରୂପ ନେଲା ପାରିବାରିକ କଳହ : ହତ୍ୟା ପରେ ଯୁବକଙ୍କୁ ସ୍ତ୍ରୀ ଏବଂ ପୁଅ-ଝିଅ ପୋଡି ଦେଇଥିବା ଅଭିଯୋଗ

ରାଜ୍ୟ ପାଇଁ ଆଶ୍ବସ୍ତି ଖବର: ସୁସ୍ଥ ହେଲେ ଆଉ ୧୧୨ ଜଣ କରୋନା ଆକ୍ରାନ୍ତ, କେନ୍ଦ୍ରାପଡ଼ା ଜିଲ୍ଲାରୁ ସର୍ବାଧିକ

ଅର୍ଜୁନ ପୁରସ୍କାର ପାଇଁ ଦୀପଗ୍ରେସଙ୍କ ନାମ ସୁପାରିସ !

କରୋନା ସମୟରେ ପ୍ରଥମ ରାଜ୍ୟ ଭାବେ ଖେଳ ଆୟୋଜନ କରିବ ଓଡ଼ିଶା, ଟି-୧୦ ପ୍ରିମିୟର ଲିଗ୍ ପାଇଁ‌ ଅନ୍‌ଲାଇନ୍‌ରେ ଆବେଦନ