ଭୁଆସୁଣୀ ଛକରେ ସିରିଜ୍ ଦୁର୍ଘଟଣା: ୨ ଗୁରୁତର

ଖୋର୍ଦ୍ଧା ୨୪/୧୦: ଖୋର୍ଦ୍ଧା ଜିଲ୍ଲା ଭୁଆସୁଣୀ ଛକରେ ସିରିଜ୍ ଦୁର୍ଘଟଣା ଘଟିଛି। ମାଲବାହୀ ଟ୍ରକ- ହାଇୱାଟି ବୋଲେରୋ ସିରିଜ୍ ଦୁର୍ଘଟଣା ଘଟିଛି। ଏହି ମର୍ମଦୁନ୍ତ ଦୁର୍ଘଟଣାରେ ୨ଜଣ ଗୁରୁତର ଥିବା ଜଣାପଡିଛି । ସମସ୍ତ ଗୁରୁତରଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ଘଟଣା ସ୍ଥଳରେ ଜାଆଁଳା ପୁଲିସ ପହଞ୍ଚି ଟ୍ରକ ଏବଂ ହାଇୱା ଜବତ କରିଥିବା ବେଳେ ତଦନ୍ତ ଆରମ୍ଭ କରିଛି।

ଖବର ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ଭୁବନେଶ୍ୱରରୁ ଆସୁଥିବା ଏକ ମାଲ ବୋଝେଇ ଟ୍ରକ (ଓଡି୦୪ଏଲ ୩୫୩୭) ଏକ ଡମ୍ଫର (ଓଡି୦୨ ଟି ୯୩୦୨)କୁ ପଛରୁ ଧକ୍କା ଦେଇଥିଲା । ଫଳରେ ଡମ୍ଫରଟି ଆଉ ଏକ ବୋଲେରୋ (ଓଡ଼ି୦୨ଏବି ୯୭୭୯) ଦେହରେ ପଛରୁ ପିଟି ହୋଇଯାଇଥିଲା । ଖୋର୍ଦ୍ଧା-ଭୁବନେଶ୍ୱର ରାସ୍ତାରେ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଥିଲା । ପୁଲିସ ପହଞ୍ଚି ଦୁଇ ଗୁରୁତରଙ୍କୁ ଉଦ୍ଧାର କରି ହସ୍ପିଟାଲକୁ ନେବା ସହ ରାସ୍ତାରୁ ଗାଡ଼ି ହଟାଇବା ପରେ ଯାତାୟାତ ସ୍ୱଭାବିକ ହୋଇଥିଲା ।