ସିରିଜ ଦୁର୍ଘଟଣା ଘଟାଇଲା ବୋଲେରୋ, ୪ ଆହତ

ଭୁବନେଶ୍ୱର ୩/୧୧: ସିରିଜ ଦୁର୍ଘଟଣା ଘଟାଇଲା ନିଶାସକ୍ତ ଡ୍ରାଇଭର । ଜାଗମରା ନୂଆ ରୋଡରେ ସିରିଜ ଦୁର୍ଘଟଣା ଘଟାଇଛି ଏକ ବୋଲେରୋ  । ଏହି ଦୁର୍ଘଟଣାରେ ୪ ଜଣ ଆହତ ହୋଇଛନ୍ତି । ବୋଲେରୋଟି ପ୍ରଥମେ ଏକ ସ୍କର୍ପିଓକୁ ଧକ୍କା ଦେଇଥିଲା । ଏହା ପରେ ଏକ ସ୍କୁଟି, ଅଟୋ ଓ ଗୋଟିଏ ବାଇକକୁ ଧକ୍କା ଦେଇଥିଲା । ଦୁର୍ଘଟଣା ପରେ ଘଟଣାସ୍ଥଳରୁ ଡ୍ରାଇଭର ଫେରାର ହୋଇଯାଇଛି ।

ସୂଚନା ଅନୁସାରେ ଡ୍ରାଇଭର ଜଣକ ମଦ୍ୟପାନ କରି ଗାଡି ଚଳାଉଥିଲା । ସିଟି ଓମେନ୍ସ କଲେଜରୁ ଜାଗମରା ନୂଆ ରୋଡରେ ଏହି ଦୁର୍ଘଟଣା ଘଟିଛି । ବୋଲେରୋରେ ୩ ଜଣ ଯୁବକ ଥିଲେ ଏବଂ ସମସ୍ତେ ମଦ୍ୟପାନ କରିଥିଲେ । ପୋଲିସ ପହଞ୍ଚି ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିବା ସହିତ ଦୁର୍ଘଟଣା ଘଟାଇଥିବା ବୋଲେରୋରେ ଥିବା ନିଶାଶକ୍ତ ଯୁବକଙ୍କୁ ଅଟକ ରଖିଛି ।

   ସମ୍ବନ୍ଧିତ ଖବର


ମଦ କାଉଣ୍ଟର ଖାଲି ଗ୍ରାହକ ବୁଝିପାରୁ ନାହାନ୍ତି ‘ଇ-ଟୋକନ୍‌’ କେମିତି ହେବ

ଭୁବନେଶ୍ବରରେ ଆଉ ୧୩ କରୋନା ପଜିଟିଭ ଚିହ୍ନଟ, ୫ ଜଣ ସ୍ଥାନୀୟ ସଂକ୍ରମିତ

ସାଙ୍ଘାତିକ ଷଡଯନ୍ତ୍ର: ଉତ୍କଳର ନଖ, ମ୍ୟୁଜିୟମର ନାକ କାଟିବେ…

ରାଜ୍ୟରେ ଆଉ ୨୨୯ କରୋନା ପଜିଟିଭ୍‌ ଚିହ୍ନଟ୍: ଆକ୍ରାନ୍ତଙ୍କ ସଂଖ୍ୟା ସଢ଼େ ୭ ହଜାର ପାର୍

ରାଜଧାନୀରେ ଦୁଇ ଦିନରେ ୨୩ଜଣ କରୋନା ପଜିଟିଭ ଚିହ୍ନଟ: ବରିଷ୍ଠ ନେତାଙ୍କ ପରିବାରରୁ ୭ ସଂକ୍ରମିତ

ମନ୍ତ୍ରିମଣ୍ଡଳ ଅସ୍ତ୍ରୋପଚାର ହେବ ! ଖୁବ୍‌ଶୀଘ୍ର ଛାମୁଆ ସଂଗଠନ କର୍ମକର୍ତ୍ତା…