ପୁଲିସ୍‌ ସେବା ଭବନରେ ସେରୋ ସର୍ଭେ : ସମସ୍ତ ଅଫିସର ଓ କର୍ମଚାରୀଙ୍କର ରକ୍ତ ନମୁନା ପରୀକ୍ଷା କରାଯାଇଛି

ଭୁବନେଶ୍ୱର,୫।୮: କମିଶନରେଟ୍‌ ପୁଲିସ୍‌ ମୁଖ୍ୟାଳୟ (ପୁଲିସ୍‌ ସେବା ଭବନ)ରେ ମଙ୍ଗଳବାର ସେରୋଲୋଜିକାଲ୍‌ ସର୍ଭେ(ସେରୋ ସର୍ଭେ)କରା ଯାଇଥିଲା । ଏଠାରେ କାର୍ଯ୍ୟରତ ସମସ୍ତ ଅଫିସର ଓ କର୍ମଚାରୀଙ୍କର ରକ୍ତ ନମୁନା ପରୀକ୍ଷା କରାଯାଇଛି । ଆରଏମ୍‌ଆରସି ପକ୍ଷରୁ ଏକ ଟିମ୍‌ ପୁଲିସ୍‌ ସେବା ଭବନକୁ ଆସି ରକ୍ତନମୁନା ନେଇଛି । ସେରୋ ସର୍ଭେ ରିପୋର୍ଟରୁ ଆଣ୍ଟିବଡି ସମ୍ପର୍କରେ ଜଣାପଡ଼ିବ ।

ରକ୍ତ ନମୁନା ଦେଇଥିବା ବ୍ୟକ୍ତି ଜଣଙ୍କ ଅଜାଣତରେ କରୋନା ପଜିଟିଭ୍‌ ହେବା ପରେ ତା ଶରୀରରେ ଆଣ୍ଟିବଡି ସୃଷ୍ଟି ହୋଇଥାଏ । ଯାହା ଏହି ରିପୋର୍ଟରୁ ସ୍ପଷ୍ଟ ହୋଇପାରିବ । ସେପଟେ ରୋଟାରି କ୍ଲବ୍‌ର ବରିଷ୍ଠ ଅଧିକାରୀମାନେ ପୁଲିସ୍‌ କମିଶନର ଡ. ସୁଧାଂଶୁ ଷଡଙ୍ଗୀଙ୍କୁ ଭେଟି କରୋନା ଯୋଦ୍ଧାଙ୍କ ପାଇଁ ସାନିଟାଇଜର ଓ ମାସ୍କ ପ୍ରଦାନ କରିଛନ୍ତି । କ୍ଲବ୍‌ର ଏଭଳି ସହଯୋଗ ପାଇଁ କମିଶନର ଶ୍ରୀ ଷଡଙ୍ଗୀ ତାଙ୍କୁ ଧନ୍ୟବାଦ ଦେଇଛନ୍ତି ।

   ସମ୍ବନ୍ଧିତ ଖବର


ନାଗାର୍ଜୁନ ବେଶ- ନିଷ୍ଠା ବଳରେ ମହାପ୍ରଭୁଙ୍କ ଏକ ଲକ୍ଷ ଅକ୍ଷତ ଅରୁଆ ଚାଉଳ ବଛା ଏବଂ କ୍ଷୀରି ପ୍ରସ୍ତୁତି

ଗୁରୁତ୍ୱପୂର୍ଣ୍ଣ ଫାଇଲ ଚରିଯାଇଛନ୍ତି ଊଈ- ଶିକ୍ଷାଧିକାରୀ କାର୍ଯ୍ୟାଳୟର କର୍ମଚାରୀଙ୍କ ମନମୁଖୀ କାର୍ଯ୍ୟ

୧୯୬୦ରେ କରିଥିଲେ ମାଟ୍ରିକ ପାସ୍‌- ସରକାରୀ ଚାକିରି ନକରି ପିଲାଙ୍କୁ ଦେଉଥିଲେ ଶିକ୍ଷାଦାନ, ଏବେ …

ଏଇ ଓଡିଶାରେ ଯୁବକ ଦେଉଛନ୍ତି ୨୫ ଟଙ୍କାରେ ପେଟପୁରା ସ୍ୱାଦିଷ୍ଟ ଖାଦ୍ୟ- ୧୦ ଟଙ୍କାରେ ସୁପ୍‌

କୂଳପତି ପଦ ପାଇଁ ଆଶାୟୀ ରାଜବନରେ ଦେଇଥିଲେ ଲିଖିତ ପରୀକ୍ଷା, ଏତିକିଟି ପ୍ରଶ୍ନର ଉତ୍ତର ରଖିଲେ ଆଶାୟୀ…

ଲିଭର ପ୍ରତ୍ୟାରୋପଣ ପାଇଁ ସମ ହସ୍ପିଟାଲ ଓ ଏସିଆନ ଇନ୍ଷ୍ଟିଚ୍ୟୁଟ ଅଫ ଗ୍ୟାଷ୍ଟ୍ରୋଏନଟେରୋଲୋଜି (ଏଆଇଜି ) ମଧ୍ୟରେ ବୁଝାମଣା ସ୍ଵାକ୍ଷରିତ