PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୩୫କୁ ବୃଦ୍ଧି
  • ||
  • ଗଞ୍ଜାମ: କୋଦଳା ଖଦାଳ ସାହିରେ ଗୋଷ୍ଠୀ ସଂଘର୍ଷ, ଜଣେ ମୃତ
  • ||
  • ଭୁବନେଶ୍ୱର: ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ଆଉ ୬୬୩ ଜଣ ପଜିଟିଭ୍ ଚିହ୍ନଟ
  • ||
  • ଭୁବନେଶ୍ୱର: ୨୦ରୁ ଯୁକ୍ତ ୩ ଦ୍ୱିତୀୟ ବର୍ଷ କ୍ଲାସ୍‌ ରୁମ୍‌ ପଢ଼ା, ଆଜିଠୁ ଖୋଲିବ ହଷ୍ଟେଲ
  • ||
  • ଭୁବନେଶ୍ୱର: BBI ଓ OOPRE ବାରକୁ ସିଲ୍ କଲା ବିଏମ୍‌ସି, ମ୍ୟାନେଜରଙ୍କ ସହ ୪ ଜଣ ଅଟକ
  • ||
  • ଭୁବନେଶ୍ୱର: ରାଷ୍ଟ୍ରୀୟ ମର୍ଯ୍ୟାଦା ସହକାରେ ହେବ ମନୋରମା ମହାପାତ୍ରଙ୍କ ଶେଷକୃତ୍ୟ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଲେ ଘୋଷଣା
  • ||

ସେରୋ ସର୍ଭେ-୪ ରିପୋର୍ଟ:ରାଜ୍ୟର ୮୫% ସ୍ୱାସ୍ଥ୍ୟକର୍ମୀଙ୍କ ଦେହରେ ଆଣ୍ଟିବଡ଼ି-୫୦% ଅଧିକ ଶିଶୁଙ୍କଠାରେ ମଧ୍ୟ ରୋଗ ପ୍ରତିରୋଧକ ଶକ୍ତି

https://aajtak.intoday.in/


  • ଗଞ୍ଜାମରେ ୭୧, ରାୟଗଡ଼ାରେ ୬୩, କୋରାପୁଟ୍‌ରେ ୬୧% ନମୁନା ପଜିଟିଭ୍‌
  • ଶନିବାର ପଜିଟିଭ୍‌ ହାର ୨.୫%

  • ଭୁବନେଶ୍ୱର(ବ୍ୟୁରୋ): ରାଜ୍ୟର ୮୫% ସ୍ୱାସ୍ଥ୍ୟକର୍ମୀଙ୍କ ଦେହରେ ଆଣ୍ଟିବଡ଼ି(ରୋଗ ପ୍ରତିରୋଧକ ଶକ୍ତି) ରହିଛି । ଜାଣତରେ ହେଉ ବା ଅଜାଣତରେ ଏମାନେ କରୋନା ସଂକ୍ରମିତ ହୋଇଛନ୍ତି ଆଉ ସୁସ୍ଥ ହୋଇଛନ୍ତି । ୪ର୍ଥ ସେରୋଲୋଜିକାଲ (ସେରୋ)ସର୍ଭେରେ ଏହି ତଥ୍ୟ ସାମ୍ନାକୁ ଆସିଛି ।

  • ରିଜିଓନାଲ ମେଡିକାଲ ରିସର୍ଚ୍ଚ ସେଣ୍ଟର(ଆରଏମ୍‌ଆରସି) ଗଞ୍ଜାମ, ରାୟଗଡ଼ା ଓ କୋରାପୁଟ୍‌ରେ ଜୁନ୍‌ ୧୬ରୁ୨୦ ମଧ୍ୟରେ ସେରୋ ସର୍ଭେ କରାଯାଇଥିଲା । ସର୍ଭେରେ ଗୋଷ୍ଠୀ (କମ୍ୟୁନିଟି)ସ୍ତରରୁ ୧୨୩୦ ନମୁନା ସଂଗ୍ରହ ହୋଇଥିଲା । ୩୧୧ ଜଣ ସ୍ୱସ୍ଥ୍ୟକର୍ମୀଙ୍କ ନମୁନା ସଗ୍ରହ ହୋଇଥିଲା । ଦେଶରେ ୬୫.୧୨%ଙ୍କ ରୋଗ ପ୍ରତିରୋଧକ ଶକ୍ତି ଚିହ୍ନଟ ହୋଇଥିବା ବେଳେ ୮୫.୫୩% ସ୍ୱାସ୍ଥ୍ୟକର୍ମୀଙ୍କ ଦେହରେ ଆଣ୍ଟିବଡ଼ି ସୃଷ୍ଟି ହୋଇଛି ।

  • ଜିଲ୍ଲାସ୍ତରୀୟ ରିପୋର୍ଟ ଦେଖିଲେ, ଗଞ୍ଜାମରେ ୭୦.୯%, ରାୟଗଡ଼ାରେ ୬୩% ଓ କୋରାପୁଟ୍‌ରେ ୬୧.୩% ଲୋକଙ୍କ ରୋଗ ପ୍ରତିରୋଧକ ଶକ୍ତି ସୃଷ୍ଟି ହୋଇଛି । ବୟସ ଅନୁସାରେ, ମୋଟ୍‌ ୬୫%ଙ୍କ ରୋଗ ପ୍ରତିରୋଧକ ଶକ୍ତି ସୃଷ୍ଟି ହୋଇଛି । ୬୦ ବର୍ଷରୁ ଅଧିକ ବୟସର ୮୨% ଲୋକଙ୍କ ରୋଗ ପ୍ରତିରୋଧକ ଶକ୍ତି ସୃଷ୍ଟି ହୋଇଛି । ସେହିଭଳି ୪୫ରୁ ୬୦ ବର୍ଷର ୭୮%, ୧୮ରୁ ୪୪ ବର୍ଷ ବୟସର ୬୨%, ୧୦ରୁ ୧୭ ବର୍ଷର ୫୩% ଓ ୬ରୁ ୯ ବର୍ଷ ବୟସର ୫୨%ଙ୍କ ଦେହରେ ଆଣ୍ଟିବଡ଼ି ସୃଷ୍ଟି ହୋଇଛି । ଅର୍ଥାତ ଅଧାରୁ ଅଧିକ ଶିଶୁ ମଧ୍ୟ ଅଜାଣତରେ କରୋନାର କବଳରେ ପଡି ସାରିଲେଣି ।

  • ତେବେ ରାଜ୍ୟରେ ଆଉ କେଉଁଠି ସେରୋ ସର୍ଭେ କରିବାର ପ୍ରସ୍ତାବ ଏବେ ନାହିଁ । ରାଜ୍ୟ ସରକାର ଚାହିଲେ ସର୍ଭେ ହେବ ବୋଲି ସୂଚନା ଦେଇଛନ୍ତି ଆର୍‌ଏମ୍‌ଆରସି ନିର୍ଦ୍ଦେଶିକା ଡାକ୍ତର ସଂଘମିତ୍ରା ପତି ।
    ଏପଟେ ସଂକ୍ରମଣ (ଶନିବାର) ଆଜି ସାମାନ୍ୟ ବଢିଛି । ୭୪ହଜାର ୭୦୭ ନମୁନା ପରୀକ୍ଷା ହୋଇଥିବା ବେଳେ ୧୮୬୪ ଜଣ ସଂକ୍ରମିତ ହୋଇଛନ୍ତି । ୨.୫% ରହିଛି ପଜିଟିଭ୍‌ ହାର । ରାଜ୍ୟସାରା ସବୁଠି ୫% ତଳେ ରହିଛି ପଜିଟିଭ୍‌ ହାର । ୧୮୬୫ ଜଣ ଆଜି ସୁସ୍ଥ ହୋଇଛନ୍ତି । ସକ୍ରିୟ ରୋଗୀ ସଂଖ୍ୟା ୧୯୦୧୨ ରହିଛି । କରୋନା ମୃତ୍ୟୁ ସଂଖ୍ୟା କିନ୍ତୁ ଖସୁନି । ଶନିବାର ମଧ୍ୟ ୬୮ ଜଣ ମୃତକଙ୍କ ସମ୍ପର୍କରେ ସୂଚନା ଦେଇଛି ସ୍ୱାସ୍ଥ୍ୟ ବିଭାଗ ।
    ୧୬ ଜିଲ୍ଲାରେ ଆଜି ସଂକ୍ରମଣ ଗତକାଲି ତୁଳନାରେ ବଢିଛି । ୩% ଉପରେ ବାଲେଶ୍ୱରରେ ୩.୮୯%,କଟକରେ ୪.୭୫%, ଢେଙ୍କାନାଳରେ ୩.୯୬%, ଜଗତସିଂହପୁରରେ ୩.୪୧%, ଯାଜପୁରରେ ୩.୩୮%, କେନ୍ଦ୍ରାପଡ଼ାରେ ୪.୯୨% ଓ ଖୋର୍ଦ୍ଧାରେ ୪.୪% ରହିଛି ପଜିଟିଭ୍‌ ହାର । ୧% ଉପରେ ରହିଛି ବରଗଡ଼ ୦.୮୪%, ବଲାଙ୍ଗୀରରେ ୦.୨୬%, ବୌଦ୍ଧରେ ୦.୩୪%, ଗଜପତିରେ ୦.୪୯%, ଗଞ୍ଜାମରେ ୦.୫୭%,ଝାରସୁଗୁଡ଼ାରେ ୦.୩୫%, କଳାହାଣ୍ଡିରେ ୦.୨୭%, କୋରାପୁଟ୍‌ରେ ୦.୩୯%, ନବରଙ୍ଗପୁରରେ ୦.୧%, ସୋନପୁରରେ ୦.୩୭% ରହିଛି ପଜିଟିଭ ହାର ।
    ସଂଖ୍ୟାର ହିସାବ ଦେଖିଲେ ଖୋର୍ଦ୍ଧା ଏବେ ବି ସବୁଠୁ ବେଶି ସଂକ୍ରମିତ ଜିଲ୍ଲା ହୋଇ ରହିଛି । ୪୯୬ ଜଣ ଚିହ୍ନଟ ହୋଇଛନ୍ତି ୨୪ ଘଣ୍ଟାରେ । ଯାଜପୁରରେ ୧୦୭, କଟକରେ ୨୨୧ ଓ ବାଲେଶ୍ୱରରେ ୧୧୪ ଜଣ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି । ଆଉ ସବୁଠୁ ୧୦୦ ତଳେ ରହିଛି ସଂକ୍ରମିତଙ୍କ ସଂଖ୍ୟା ।
    ରାଜ୍ୟରେ ୧୭,୧୪୮ ସଜ୍ରିୟ ରୋଗୀ ଥିବା ବେଳେ ଖୋର୍ଦ୍ଧାରେ ୪୨୦୬, କଟକରେ ୨୨୮୧, ଯାଜପୁରରେ ୧୧୭୮ ଓ ବାଲେଶ୍ୱରରେ ୧୨୫୫ ଜଣ ରହିଛନ୍ତି । ୪ ଜିଲ୍ଲାରେ ୮୯୨୦ ଜଣ ରହିଛନ୍ତି । ଏହି ୪ ଜିଲ୍ଲାରେ ୫୦%ରୁ ଅଧିକ ସକ୍ରିୟ ରୋଗୀ ରହିଛନ୍ତି ।
    ମୃତକଙ୍କ ମଧ୍ୟରେ ଖୋର୍ଦ୍ଧାରୁ ୩୦, ଅନୁଗୁଳରୁ ୮, ଗଞ୍ଜାମରୁ ୧, ଜଗତସିଂହପୁରରୁ ୧, କନ୍ଧମାଳରୁ ୧, କେନ୍ଦୁଝରରୁ ୬, ମାଲକାନଗିରିରୁ ୧, ମୟୂରଭଞ୍ଜରୁ ୭, ନୂଆପଡ଼ାରୁ ୧, ପୁରୀରୁ ୧୧ ଓ ସୁନ୍ଦରଗଡ଼ରୁ ୧ ଜଣ ରହିଛନ୍ତି ।