PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜଗତସିଂପୁର ଜିଲାର ଢିଙ୍କିଆ ପଞ୍ଚାୟତରେ ଆସନ୍ତା ବର୍ଷ ହେବ ପଞ୍ଚାୟତ ନିର୍ବାଚନ ।
  • ||
  • କୋଭିଡ୍‌ର କେବେ ବି ଅନ୍ତ ହେବ ନାହିଁ, ଭାଇରସ୍ ତାହାର ଚରିତ୍ର ବଦଳାଇବ : ସ୍ଵାସ୍ଥ୍ୟ ନିର୍ଦ୍ଦେଶକ
  • ||
  • ଭୁବନେଶ୍ଵର : ରାଜ୍ୟରେ ପୁଣି ବଢିଲା କରୋନା ଗ୍ରାଫ୍, ୨୪ ଘଣ୍ଟାରେ ୭୪୨୬ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||
  • ପୁରୀ : ଖଣିରେ ଭାସୁଛି ମୃତଦେହ, ହତ୍ୟା ସନ୍ଦେହ
  • ||
  • ଭୁବନେଶ୍ଵର : ଗାନ୍ଧି ମାର୍ଗରେ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ, ପତାକା ଉତ୍ତୋଳନ କଲେ ରାଜ୍ୟପାଳ
  • ||
  • ପଦ୍ମପୁର : ସ୍କୁଲ୍ ନାହିଁ ତ ଭୋଟ୍ ନାହିଁ, ଗାଁ ମୁଣ୍ଡରେ ପୋଷ୍ଟର ଲଗାଇ ଭୋଟ ବର୍ଜନ ପାଇଁ ଘୋଷଣା କଲେ ଗ୍ରାମବାସୀ
  • ||
  • ଯାଜପୁର : ବାଇକକୁ ଧକ୍କା ଦେଲା କାର୍, ଜଣେ ମୃତ
  • ||
  • ଭୁବନେଶ୍ଵର : ଆଜି ଘନ କୁହୁଡ଼ି, ୨୮ରୁ ଶୀତ ଲହରୀ
  • ||
  • ଭୁବନେଶ୍ଵର : ଦେଶ ପାଳନ କରୁଛି ୭୩ତମ ଗଣତନ୍ତ୍ର ଦିବସ, ରାଜପଥରେ ଦୁନିଆ ଦେଖିବ ଭାରତର ଶକ୍ତି
  • ||

ଭାରତରେ ସ୍ପୁଟନିକ୍‌-ଭି ଉତ୍ପାଦନ କରିବ ସେରମ୍‌ ! ଆଇନଗତ ସୁରକ୍ଷା ପାଇଁ ସରକାରଙ୍କୁ ନିବେଦନ

ପୁନେ, ୦୪/୦୬: କୋଭିସିଲ୍ଡ କରୋନା ଟିକା ବନାଉଥିବା କଂପାନି ଦ ସେରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆ ଆଗାମୀ ଦିନରେ ରୁଷ୍‌ର କରୋନା ଟିକା ସ୍ପୁଟନିକ୍‌ ଭି କୁ ଭାରତରେ ପ୍ରସ୍ତୁତ କରିବା ଲାଗି ଡ୍ରଗ୍‌ କଣ୍ଟ୍ରୋଲର ଜେନେରାଲ ଅଫ୍‌ ଇଣ୍ଡିଆ (ଡିସିଜିଆଇ)କୁ ବୁଧବାର ଆବେଦନ କରିଛି । ପୁନେ ସ୍ଥିତ ଏହି ଫାର୍ମ ସ୍ପୁଟନିକ୍‌ ଭିର ଟେଷ୍ଟ ଆନାଲିସିସ୍‌ ଓ ପରୀକ୍ଷା ପାଇଁ ବି ଅନୁମତି ମାଗିଛି ।

ଏହାଛଡ଼ା ଫାଇଜର, ମଡେର୍ଣ୍ଣା ଭଳି ତାକୁ ବି ଆଇନଗତ ସୁରକ୍ଷା ଯୋଗାଇ ଦେବାକୁ ସେରମ୍‌ ନିବେଦନ କରିଛି । ଏ ସଂପର୍କରେ ସେରମ୍‌ ପକ୍ଷରୁ କୁହାଯାଇଛି ଯେ, ନିୟମ ସମସ୍ତଙ୍କ ପାଇଁ ସମାନ ହେବା ଆବଶ୍ୟକ । ଯଦି ଫାଇଜର, ମଡେର୍ଣ୍ଣା ଭଳି ବିଦେଶୀ ଟିକା କଂପାନିକୁ ଆଇନଗତ ସୁରକ୍ଷା ଯୋଗାଇ ଦିଆଯିବ, ତା’ ହେଲେ ଆମକୁ ବି ଏହି ସୁବିଧା ମିଳିବା ଆବଶ୍ୟକ । କଂପାନିର ଜଣେ ଅଧିକାରୀ କହିଛନ୍ତି, କେବଳ ସେରମ୍‌ ନୁହେଁ, ଦେଶରେ ଟିକା ଉତ୍ପାଦନ କରୁଥିବା ସବୁ କଂପାନିକୁ ସୁରକ୍ଷା ଦିଆଯିବା ଦରକାର । ସେରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଏବେ ଅକ୍ସଫୋର୍ଡ ୟୁନିଭରସିଟି ଓ ଆଷ୍ଟ୍ରାଜେନେକା ସହ ମିଶି କରୋନା ଟିକା କୋଭିସିଲ୍ଡ ଉତ୍ପାଦନ କରୁଛି । ସେହିପରି ସ୍ପୁଟନିକ୍‌ ଭିକୁ ଭାରତରେ ବର୍ତ୍ତମାନ ଡ.ରେଡିଜ୍‌ ଲାବରେଟୋରୀ ପ୍ରସ୍ତୁତ କରୁଛି ।

ସୂଚନାଥାଉକି, ବୁଧବାର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ବୟାନ ଜାରି କରି କୁହାଯାଇଥିଲା ଯେ, ଯଦି ଫାଇଜର, ମଡେର୍ଣ୍ଣା ଭଳି କଂପାନିକୁ ଅନ୍ୟ ଦେଶରେ ଆଇନଗତ ସୁରକ୍ଷା ଯୋଗାଇ ଦିଆଯାଉଛି, ତା’ହେଲେ ଭାରତରେ ଆଇନଗତ ସୁରକ୍ଷା ଯୋଗାଇବାରେ କୌଣସି ଆପତ୍ତି ନାହିଁ । ବିଦେଶୀ କଂପାନିଗୁଡ଼ିକ ଭାରତରେ ସେମାନଙ୍କ ଟିକାର ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ମାଗିଲେ, ସେମାନଙ୍କୁ ଏହି ସୁବିଧା ମିଳିପାରିବ । ଏହା ପୂର୍ବରୁ ଗତବର୍ଷ ସେରମ୍‌ର ସିଇଓ ଅଦାର ପୁନାୱାଲା ସବୁ ଟିକା କଂପାନିକୁ ଆଇନଗତ ସୁରକ୍ଷା ଦିଆଯାଉ ବୋଲି ଦାବି କରିଥିଲେ ।